କଟକ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନ ପାଇ ଆଖି ବୁଜିଲେ ସମୀର

ଚିତ୍ରକୋଣ୍ଡା,୧୩ା୩(ଡି.ଏନ.ଏ.): ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆରଏସସି-୧୪ ଗ୍ରାମର ସମୀର ଭତ୍ରାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ଶୀର୍ଷକ ଖବର ଗତ ଫେବୃୟାରୀ ୨୧ରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ମାଲକାନଗିରି ଜିଲାପାଳଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମୀରଙ୍କ ବେକରେ ଏକ ମାଂସ ପିଣ୍ଡୁଳା କ୍ରମଃଶ ବଢୁଥିଲା। ଏହାର ଚିକିତ୍ସା ପାଇଁ ପରିବାର ଲୋକେ ସମର୍ଥ ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରି ତାଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାଧ୍ୟମରେ ଆମ୍ବୁଲାନ୍ସରେ ମାଲକାନଗିରି ଆଣି ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ସେଠାରେତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ କଟକ ମେଡିକାଲକୁ ପଠାଇଥିଲେ। କଟକରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଏବଂ ପ୍ରଶାସନିକ ସହାୟତା ନ ପାଇବାରୁ ସମୀର ଭଲ ହୋଇ ନ ପାରି ଘରକୁ ଫେରି ଆସିଥିଲେ। ଶୁକ୍ରବାର ନିଜ ଘରେ ତାଙ୍କର ମୃତ୍ୟୁ ଘଟିଛି। ସୁରେନ୍ଦ୍ର ଭତ୍ରାଙ୍କ ୧୧ ବର୍ଷର ପୁଅ ସମୀର ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ସୁରେନ୍ଦ୍ର ମଜୁରି ଖଟି ପରିବାର ଚଳାଉଥିଲେ। ହସ ଖୁସିରେ ସଂସାର ଚାଲିଥିବା ବେଳେ ହଠାତ୍‌ ସମୀରଙ୍କ ବେକ ଓ କାନ ପାଖରେ ଏକ ଛୋଟ ବଥ ଆକାର କ୍ଷତ ହୋଇ ଘା’ ବାହାରିଥିଲା। ମାଆବାପା ଏହାର ଚିକିତ୍ସା ପାଇଁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ, ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କୋରାପୁଟ ମେଡିକାଲ କଲେଜ ନେଇ ଚିକିତ୍ସା କରି ଯେତେ ଔଷଧ ଦେଲେ ମଧ୍ୟ ଘା’ ଶୁଖିଲାନାହିଁ। କ୍ରମେ ଏହା ବଢିବାରେ ଲାଗିଲା। ପରେ ତାଙ୍କୁ ନେଇ କଟକରେ ଚିକିତ୍ସା କରିବାରୁ ଡାକ୍ତରମାନେ ଏହା କ୍ୟାନ୍ସର ବୋଲି କହିଥିଲେ। ପରେ ପରୀକ୍ଷା ପାଇଁ ଉକ୍ତ ସ୍ଥାନରୁ ମାଂସ କାଟି ଦିଲୀ ପଠାଇଥିଲେ। ତେବେ ରିପୋର୍ଟରେ କ୍ୟାନ୍ସର ନେଇ କୌଣସି ତଥ୍ୟ ବାହାରି ନ ଥିଲା। ଇତି ମଧ୍ୟରେ ସୁରେନ୍ଦ୍ର ପୁଅ ପିଛା ୮୦ ହଜାର ଟଙ୍କା ଖର୍ଚ୍ଚ କରି ସାରିଥିଲେ। ଅପରେଶନ ପାଇଁ ଅଧିକ ଅର୍ଥ ଦରକାର ପଡିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଥିଲେ। ୨ଥର କଟକ ମେଡିକାଲକୁ ପୁଅକୁ ନେଇ ମଧ୍ୟ ଅର୍ଥାଭାବରୁ ଅପରେଶନ ହୋଇପାରି ନ ଥିଲା। ଶେଷରେ ନିରାଶ ହୋଇ ପୁଅକୁ ଧରି ଘରକୁ ଚାଲି ଆସିଥିଲେ। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନଙ୍କ ତତ୍ପର ହୋଇ ସମୀରଙ୍କୁ ସହାୟତା ପାଇଁ ସହାୟତାର ହାତ ବଢାଇଥିଲେ। ଜିଲା ଚିକିତ୍ସାଳୟରେ ତାଙ୍କର ଆବଶ୍ୟକ ଚିକିତ୍ସା କରି କଟକ ପଠାଇ ଦେଇଥିଲେ। କଟକ ମେଡିକାଲରେ ଆବଶ୍ୟକ ସହାୟତା ଅଭାବରୁ ଚିକିତ୍ସା ପାଇ ନ ପାରି ଘରକୁ ଫେରି ଆସିଥିଲେ। ଘରେ ଶୁକ୍ରବାର ସମୀରଙ୍କ ମୃତ୍ୟୁ ହୋଇଛି। ଜିଲା ପ୍ରଶାସନ ଗରିବ ରୋଗୀଙ୍କୁ ସହାୟତା କରି ଚିକିତ୍ସା ବ୍ୟବସ୍ଥା କରୁଛନ୍ତି। ଆବଶ୍ୟକ ସ୍ଥଳେ ରୋଗୀକୁ କଟକ, ବିଶାଖାପାଟଣା ସ୍ଥାନାନ୍ତର କରୁଛନ୍ତି। ମାତ୍ର ରୋଗୀ ସେଠାରେ ପହଞ୍ଚତ୍ବା ପରେ ପ୍ରଶାସନିକ ସହାୟତା ଅଭାବରୁ ସମସ୍ୟାରେ ପଡୁଛନ୍ତି। ସେଠାରେ ତାଙ୍କ କଥା କେହି ଶୁଣୁନାହାନ୍ତି। କେବଳ ସମୀରଙ୍କ କ୍ଷେତ୍ରରେ ନୁହେଁ ପୂର୍ବରୁ ମଧ୍ୟ ଏପରି ଏକ ଘଟଣା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଆରଏସସି-୮ ନମ୍ବର ଗ୍ରାମର ଜୟ ବଡ଼ନାୟକଙ୍କ କ୍ଷେତ୍ରରେ ଘଟିଛି। ଜୟ ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନ ଥିବା ଖବର ପ୍ରକାଶ ପରେ ପ୍ରଶାସନ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇଥିଲା। ପ୍ରଶାସନିକ ଅସହଯୋଗ ହେତୁ ସେଠାରେ ସେ କିଛି ଦିନ ପଡିରହି ଘରକୁ ଫେରିଥିଲେ। ତାଙ୍କର ଆଉ ଅପରେଶନ ହୋଇପାରି ନ ଥିଲା। ଫଳସ୍ବରୂପ ଏବେ ସେ ଅକର୍ମଣ୍ୟ ହୋଇ ଘରେ ପଡି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri