Posted inଖେଳ

କଟକରେ ରେକର୍ଡ ରଚିଲା ଭାରତୀୟ ଟିଟି:ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକରେ କ୍ଲିନ୍‌ ସୁଇପ୍‌

କଟକ ଅଫିସ,୨୩ା୭-
ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଟୁର୍ନାମେଣ୍ଟର ସମସ୍ତ ୭ଟି ଯାକ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଭାରତ କ୍ଲିନ୍‌ ସୁଇପ୍‌ କରିଛି । ଏଥିସହ ଭାରତୀୟ ଟେବୁଲ ଟେନିସ ନୂତନ ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ୨୦୧୫ରେ ସୁରଟରେ ହୋଇଥିବା ରାଜ୍ୟଗୋଷ୍ଠୀ ଟିଟିରେ ଭାରତ ସର୍ବାଧିକ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲା । କଟକର ଏହି ଭେନ୍ୟୁରେ ସ୍ବର୍ଣ୍ଣ ପଦକ ପୋଛି ନେଇଥିବା ଭାରତୀୟ ଦଳ ମୋଟ ୧୫ଟି ପଦକ ବିଜୟୀ ହୋଇଛି । ଏହା ମଧ୍ୟରେ ୫ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ମଧ୍ୟ ରହିଛି । ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଦଳ ମୋଟ ୫ଟି ପଦକ ବିଜୟୀ ହୋଇଥିବା ବେଳେ ଏହା ମଧ୍ୟରେ ୨ଟି ରୌପ୍ୟ, ୩ଟି ବ୍ରୋଞ୍ଜ ସାମିଲ ରହିଛି । ସିଙ୍ଗାପୁର ୬ଟି ବ୍ରୋଞ୍ଜ, ମାଲେସିଆ ଓ ନାଇଜେରିଆ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ କ୍ରୀଡ଼ାର ଏହି ବିକାଶ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି କହିଥିଲେ ।
ଟୁର୍ନାମେଣ୍ଟରେ ପୂର୍ବରୁ ମହିଳା ଦଳଗତ, ପୁରୁଷ ଦଳଗତ ଓ ମିକ୍ସଡ ଡବଲ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା । ଉଦ୍‌ଯାପନୀ ଦିବସରେ ୪ଟି ଇଭେଣ୍ଟର ଫାଇନାଲ ମୁକାବିଲା ଥିଲା । ସମସ୍ତ ବିଭାଗର ଫାଇନାଲକୁ କେବଳ ଭାରତୀୟ ମାନେ ହିଁ ଉତ୍ତୀର୍ଣ୍ଣ ହୋଇଥିଲେ । ଏଣୁ ଫାଇନାଲ ମୁକାବିଲା ପୂର୍ବରୁ ଭାରତ ସ୍ବର୍ଣ୍ଣ ପଦକ ନିଶ୍ଚିତ କରି ସାରିଥିଲା । ମହିଳା ଡବଲ୍ସ ଫାଇନାଲରେ ପୂଜା ସହସ୍ରବୁଦ୍ଧି-କୃତିକା ସିହ୍ନା ରାୟଙ୍କର ମୁକାବିଲା ହୋଇଥିଲା ଶ୍ରୀଜା ଆକୁଲା-ମୌସୁମୀ ପଲଙ୍କ ସହ । ଫାଇନାଲରେ ପୂଜା-କୃତିକାଙ୍କ ଯୋଡ଼ି ୧୧-୯, ୧୧-୮, ୯-୧୧, ୧୨-୧୦ରେ ବିଜୟୀ ହୋଇଥିଲେ । ପୁରୁଷ ଡବଲ୍ସ ଫାଇନାଲରେ ଏ.ଅମଲରାଜ ଓ ମାନଭ ଠାକର ହରାଇଥିଲେ ଭାରତର ଭେଟେରାନ ଯୋଡ଼ି ଏ.ଶରଥ କମଲ ଓ ଜି. ସାଥିୟାଁଙ୍କୁ। ୮-୧୧ଗେମରେ ପ୍ରଥମ ପରାଜୟ ପରେ ଅମଲରାଜ-ମାନଭ ପରବର୍ତ୍ତୀ ୩ଟି ଯାକ ଗେମକୁ ୧୧-୬, ୧୩-୧୧, ୧୨-୧୦ରେ ଜିତିଛନ୍ତି । ମହିଳା ସିଙ୍ଗଲ୍ସରେ ଭାରତର ଆହିକା ମୁଖାର୍ଜୀ ନିଜ ଦଳର ସିନିୟର ଖେଳାଳି ମଧୁରିକା ପାଟେକରଙ୍କୁ ୧୧-୬, ୧୧-୪, ୧୧-୯, ୧୯-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଯୁବ ପ୍ରତିଭା ହରମିତ ଦେଶାଇ ଜି. ସାଥିୟାଁଙ୍କୁ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍‌ଟି ସବୁଠାରୁ ରୋମାଞ୍ଚକର ଥିଲା । ୯-୧୧, ୬-୧୧ ଗେମରେ ପ୍ରଥମେ ହରମିତ ପରାସ୍ତ ହୋଇଥିଲେ। ପରବର୍ତ୍ତୀ ୩ଟି ଯାକ ଗେମରେ ହରମିତଙ୍କ ବିଜୟ ହୋଇଥିଲା। ୧୧-୫, ୧୧-୮, ୧୭-୧୫ ଗେମରେ ସେ ଜିତିଥିଲେ। ୬ଷ୍ଠ ଗେମକୁ ସାଥିୟାଁ ୭-୧୧ରେ ଜିତିବା ପରେ ନିର୍ଣ୍ଣାୟକ ଗେମରେ ହରମିତ ୧୧-୯ରେ ବିଜୟୀ ହୋଇଥିଲେ ।
୨୦୦ ସ୍ଥାନରେ ପଡ଼ିବ ଟିଟି ଟେବୁଲ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେବା ଅବସରରେ ଏକ ନୂତନ ଘୋଷଣା କରିଛନ୍ତି । ରାଜ୍ୟର ୨୦୦ଟି ସ୍ଥାନରେ ଟେବୁଲ ଟେନିସର କ୍ରୀଡ଼ା ଉପକରଣ ଯୋଗାଇ ଦିଆଯିବ । ନିୟମିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବା ସହ ଜିଲା ସ୍ତରରେ ଟିଟିର ବିକାଶ ପାଇଁ କାର୍ଯ୍ୟ ହାତକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି। ଯୁବ ଖେଳାଳିଙ୍କ ବିକାଶ କରାଯିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri