କଚି ମିର୍ଚି କା ମୁର୍ଗ

ପୁରୀକୁ ପ୍ରତିଦିନ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ହୋଟେଲ ସର୍ବଦା ସେମାନଙ୍କ ଡିସ୍‌ ପରିବର୍ତ୍ତନ କରିଥାନ୍ତି। ସିଟି ରୋଡରେ ଥିବା ପ୍ରମୋଦ କନ୍‌ଭେନସନ ଆଣ୍ଡ୍‌ ବିଚ୍‌ ରିସର୍ଟରେ ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଗ୍ରାହକଙ୍କୁ ପରଷା ଯାଇଥାଏ। ଏହାର ଅନ୍ୟତମ ଚାହିଦାଯୁକ୍ତ ଡିସ୍‌ କଚି ମିର୍ଚି କା ମୁର୍ଗର ପ୍ଲେଟ୍‌ ଦାମ୍‌ ୩୨୦ ଟଙ୍କା। କଚି ମିର୍ଚି କା ମୁର୍ଗର ପ୍ରସ୍ତୁତି ସମ୍ପର୍କରେ ପ୍ରମୋଦ କନ୍‌ଭେନସନ ବିଚ୍‌ ରିସର୍ଟର ମୁଖ୍ୟ ଶେଫ୍‌ ହିକ୍‌ମତ୍‌ ଖାନ୍‌ କହନ୍ତି…

ଆବଶ୍ୟକ ସାମଗ୍ରୀ

ଚିକେନ: ୩୦୦ଗ୍ରାମ୍‌
କଟା ପିଆଜ: ୩୦ଗ୍ରାମ୍‌
କଟା ଟମାଟୋ: ୩୦ଗ୍ରାମ୍‌
କାଜୁ ପେଷ୍ଟ: ୫୦ଗ୍ରାମ୍‌
ଅଦା ପେଷ୍ଟ: ୨୦ଗ୍ରାମ୍‌
ରସୁଣ ପେଷ୍ଟ: ୨୦ଗ୍ରାମ୍‌
ରିଫାଇନ ତେଲ: ୬୦ଗ୍ରାମ୍‌
ଦେଶୀଘିଅ: ୨୦ଗ୍ରାମ୍‌
ଅମୁଲ କ୍ରିମ୍‌: ୨୦ଗ୍ରାମ୍‌
ହଳଦୀ ପାଉଡ଼ର: ୧୦ଗ୍ରାମ୍‌
ଲଙ୍କା ପାଉଡ଼ର: ୧୦ଗ୍ରାମ୍‌
ଧନିଆପତ୍ର: ୧୫ ଗ୍ରାମ୍‌
ପୋଦିନା ପତ୍ର: ୧୫ଗ୍ରାମ୍‌
କଞ୍ଚାଲଙ୍କା: ୧୦ଟା
ଗରମ ମସଲା: ୫ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ନିଅଁାରେ କଡାଇ ବସାଇ ରିଫାଇନ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ରଙ୍ଗ ବ୍ରାଉନ ହୋଇଗଲେ ସେଥିରେ ଅଦା, ରସୁଣ ପେଷ୍ଟ ପକାଇ ୧୦ ମିନିଟ୍‌ କଷିବା ପରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ କଟା ଟମାଟୋ ପକାନ୍ତୁ। ମସଲାରୁ ତେଲ ଛାଡିଗଲା ପରେ କାଜୁପେଷ୍ଟ ପକାଇ ଏହାର ୧୦ ମିନିଟ୍‌ ପରେ ଚିକେନ ପକାନ୍ତୁ ଓ ଭଲ ଭବେ କଷି ଘୋଡାଇ ଦିଅନ୍ତୁ।୧୫ ରୁ ୨୦ ମିନିଟ୍‌ ପରେ ଘୋଡଣୀ ଖୋଲି ସେଥିରେ ପୂର୍ବରୁ ଛେଚା ହୋଇଥିବା ଧନିଆପତ୍ର, ପୋଦିନାପତ୍ର ଓ କଞ୍ଚାଲଙ୍କା ପକାଇ ଗୋଳାନ୍ତୁ। ଏହାପରେ ସ୍ବାଦ ଅନୁଯାୟୀ ଲୁଣ ଏବଂ ଗରମ ମସଲା ପକାନ୍ତୁ। ଶେଷରେ ଏହା ଉପରେ ଅମୁଲ କ୍ରିମ୍‌ ଓ ଦେଶୀ ଘିଅ ପକାଇ ତଳକୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଚି ମିର୍ଚି କା ମୁର୍ଗ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri