କଚି ମିର୍ଚି କା ମୁର୍ଗ

ପୁରୀକୁ ପ୍ରତିଦିନ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ହୋଟେଲ ସର୍ବଦା ସେମାନଙ୍କ ଡିସ୍‌ ପରିବର୍ତ୍ତନ କରିଥାନ୍ତି। ସିଟି ରୋଡରେ ଥିବା ପ୍ରମୋଦ କନ୍‌ଭେନସନ ଆଣ୍ଡ୍‌ ବିଚ୍‌ ରିସର୍ଟରେ ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଗ୍ରାହକଙ୍କୁ ପରଷା ଯାଇଥାଏ। ଏହାର ଅନ୍ୟତମ ଚାହିଦାଯୁକ୍ତ ଡିସ୍‌ କଚି ମିର୍ଚି କା ମୁର୍ଗର ପ୍ଲେଟ୍‌ ଦାମ୍‌ ୩୨୦ ଟଙ୍କା। କଚି ମିର୍ଚି କା ମୁର୍ଗର ପ୍ରସ୍ତୁତି ସମ୍ପର୍କରେ ପ୍ରମୋଦ କନ୍‌ଭେନସନ ବିଚ୍‌ ରିସର୍ଟର ମୁଖ୍ୟ ଶେଫ୍‌ ହିକ୍‌ମତ୍‌ ଖାନ୍‌ କହନ୍ତି…

ଆବଶ୍ୟକ ସାମଗ୍ରୀ

ଚିକେନ: ୩୦୦ଗ୍ରାମ୍‌
କଟା ପିଆଜ: ୩୦ଗ୍ରାମ୍‌
କଟା ଟମାଟୋ: ୩୦ଗ୍ରାମ୍‌
କାଜୁ ପେଷ୍ଟ: ୫୦ଗ୍ରାମ୍‌
ଅଦା ପେଷ୍ଟ: ୨୦ଗ୍ରାମ୍‌
ରସୁଣ ପେଷ୍ଟ: ୨୦ଗ୍ରାମ୍‌
ରିଫାଇନ ତେଲ: ୬୦ଗ୍ରାମ୍‌
ଦେଶୀଘିଅ: ୨୦ଗ୍ରାମ୍‌
ଅମୁଲ କ୍ରିମ୍‌: ୨୦ଗ୍ରାମ୍‌
ହଳଦୀ ପାଉଡ଼ର: ୧୦ଗ୍ରାମ୍‌
ଲଙ୍କା ପାଉଡ଼ର: ୧୦ଗ୍ରାମ୍‌
ଧନିଆପତ୍ର: ୧୫ ଗ୍ରାମ୍‌
ପୋଦିନା ପତ୍ର: ୧୫ଗ୍ରାମ୍‌
କଞ୍ଚାଲଙ୍କା: ୧୦ଟା
ଗରମ ମସଲା: ୫ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ନିଅଁାରେ କଡାଇ ବସାଇ ରିଫାଇନ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ରଙ୍ଗ ବ୍ରାଉନ ହୋଇଗଲେ ସେଥିରେ ଅଦା, ରସୁଣ ପେଷ୍ଟ ପକାଇ ୧୦ ମିନିଟ୍‌ କଷିବା ପରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ କଟା ଟମାଟୋ ପକାନ୍ତୁ। ମସଲାରୁ ତେଲ ଛାଡିଗଲା ପରେ କାଜୁପେଷ୍ଟ ପକାଇ ଏହାର ୧୦ ମିନିଟ୍‌ ପରେ ଚିକେନ ପକାନ୍ତୁ ଓ ଭଲ ଭବେ କଷି ଘୋଡାଇ ଦିଅନ୍ତୁ।୧୫ ରୁ ୨୦ ମିନିଟ୍‌ ପରେ ଘୋଡଣୀ ଖୋଲି ସେଥିରେ ପୂର୍ବରୁ ଛେଚା ହୋଇଥିବା ଧନିଆପତ୍ର, ପୋଦିନାପତ୍ର ଓ କଞ୍ଚାଲଙ୍କା ପକାଇ ଗୋଳାନ୍ତୁ। ଏହାପରେ ସ୍ବାଦ ଅନୁଯାୟୀ ଲୁଣ ଏବଂ ଗରମ ମସଲା ପକାନ୍ତୁ। ଶେଷରେ ଏହା ଉପରେ ଅମୁଲ କ୍ରିମ୍‌ ଓ ଦେଶୀ ଘିଅ ପକାଇ ତଳକୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଚି ମିର୍ଚି କା ମୁର୍ଗ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri