ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ : ଅନୁକରଣ ନ ହୋଇ ଦକ୍ଷତା ବିନିଯୋଗ କର

ଛତ୍ରପୁର,୨ା୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲା ପରିଷଦ ଭବନରେ ଗଞ୍ଜାମ ଜିଲାସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କହିଥିଲେ, ପ୍ରତ୍ୟେକ ମଣିଷର ସ୍ବତନ୍ତ୍ର ଦକ୍ଷତା ଅଛି। ଅନ୍ୟକୁ ଅନୁକରଣ କରି ଅସଫଳ ହେବା ଅପେକ୍ଷା ନିଜ ଦକ୍ଷତା ଉପରେ ନିର୍ଭର କରି ସଫଳ ହେବାକୁ ଛାତ୍ରୀଛାତ୍ରମାନଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏଥସହ ନିଜେ କିପରି ପ୍ରାଥମିକ ଶିକ୍ଷକରୁ ପରିଶ୍ରମ ବଳରେ ଜିଲାପାଳ ପଦବୀ ମଣ୍ଡନ କରିପାରିଛନ୍ତି। ଏହି ଅକାଟ୍ୟ ସତ୍ୟକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଗ୍ରାମାଞ୍ଚଳର ପିଲାମାନଙ୍କୁ ଇଂଲିଶ ମାଧ୍ୟମରେ ଶିକ୍ଷା ପ୍ରଦାନ କରି ସର୍ବ ଭାରତୀୟ ସମକକ୍ଷ କରିବାକୁ ରାଜ୍ୟରେ ୨୦୧୬ରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଗଞ୍ଜାମରେ ପ୍ରଥମେ ୧୩ ଟି ବ୍ଲକରେ ଖୋଲିଥିଲା। ଏବେ ଜିଲାର ୨୨ବ୍ଲକରେ ଏହା ଖୋଲିଥିବା ସୂଚନା ଦିଆଯାଇଥିଲା। ଚିକିଟି ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ ସୁବିଧା କରାଯାଇଛି। ଚଳିତ ବର୍ଷ ଏହି ବିଦ୍ୟାଳୟଗୁଡିକର ପ୍ରଥମ ବ୍ୟାଚ୍‌ ସର୍ବଭାରତୀୟ ବୋର୍ଡ ପରୀକ୍ଷା ଦେଇଥିଲେ। ଜିଲାର ୯୩୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୮୮୪ ଜଣ ଉତୀର୍ଣ୍ଣ ହୋଇଛନ୍ତି। ରାଜ୍ୟସ୍ତରରେ ଫଳାଫଳ ଏହା ୭୭ ଭାଗ ଥିବା ସ୍ଥଳେ ଗଞ୍ଜାମ ଜିଲାରେ ୯୪ଶତାଂଶ ପାଶ୍‌ ହାର ରହିଛି। ଜିଲାର ୮୩ ଛାତ୍ରୀଛାତ୍ର ଶତକଡା ୯୦ ଭାଗରୁ ଅଧିକ ନମ୍ବର ରଖିଛନ୍ତି। ପୋଲସରାର ହାତୀଓଟ, ଖଲ୍ଲିକୋଟର ବାଉରୀଗଣ୍ଡାପଲ୍ଲୀ ଓ ପୁରୁଷୋତ୍ତମପୁରର ଭାଟକୁମରଡା ଆଦର୍ଶ ବିଦ୍ୟାଳୟରେ ଶତ ପ୍ରତିଶତ ପିଲା ପାଶ କରିଛନ୍ତିି। ରାଜ୍ୟସ୍ତରରେ ଶ୍ରେଷ୍ଠ ୫ ମଧ୍ୟରେ ୮ ଜଣ ରହିଥିବାବେଳେ ସେଥିମଧ୍ୟରେ ଗଞ୍ଜାମ ଜିଲାର ୪ ଜଣ ରହିଛନ୍ତି। ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟର ମହେଶ ପ୍ରସାଦ ସାହୁ ୯୭.୨ ପ୍ରତିଶତ ନମ୍ବର ରଖି ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଅନ୍ୟ ୩ ଜଣ ହେଲେ ଚିକିଟି ପୀତାତଳି ଆଦର୍ଶ ବିଦ୍ୟାଳୟର ଭାର୍ଗବୀ ସାହୁ (୯୬.୮ ପ୍ରତିଶତ) ଓ ପ୍ରୀତମ ନାୟକ (୯୬.୬ ପ୍ରତିଶତ), ପୋଲସରା ବ୍ଲକ ହାତୀଓଟ ସ୍କୁଲର ଆଦିତ୍ୟ ସାହୁ (୯୬.୮ ପ୍ରତିଶତ)। ସମସ୍ତ ମେଧାବୀ ଛାତ୍ରୀ ଛାତ୍ରମାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଯୋଗଦେଇ କହିଥିଲେ, ସମୟାନୁବର୍ତ୍ତୀତା ଓ ଦୃଷ୍ଟିଭଙ୍ଗୀ ହିଁ ଜୀବନକୁ ଗତିଶୀଳ କରିବାରେ ସହାୟକ ହୋଇଥାଏ। ଏଣୁ ଯିଏ ଯେଉଁ କ୍ଷେତ୍ରରେ ଅଛନ୍ତିି ସେଥିରେ ସର୍ବୋତ୍ତମ ହେବା ପାଇଁ ଚେଷ୍ଟା କରିବାକୁ ଏସ୍‌ପି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଶିକ୍ଷାଅଧିକାରୀ ଡ. ସନାତନ ପଣ୍ଡା ସ୍ବାଗତ ଭାଷଣ ଦେଇଥିବାବେଳେ ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର ଏହାକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri