ଓଡ଼ଗାଁ ଗୋଠବଣ ଡକାୟତି ମାମଲାର ପର୍ଦ୍ଦାଫାଶ, ୨ ଗିରଫ

ଓଡ଼ଗାଁ, ୨୪ା୮(ସ୍ବ.ପ୍ର.): ଓଡ଼ଗାଁ ଥାନା ଗୋଠବଣ ଗ୍ରାମରେ ଗତ ୧୨ ତାରିଖ ମଧ୍ୟ ରାତ୍ରରେ ହୋଇଥିବା ଡକାୟତି ମାମଲାର ପର୍ଦ୍ଦାଫାଶ ହୋଇଛି। ସେହି ରାତିରେ ୫ ଜଣ ଡକାୟତ ଭଗବାନ ଷଡଙ୍ଗୀଙ୍କ ଘରେ ପଶି ସୁନା ଅଳଙ୍କାର, ନଗଦ ଟଙ୍କା, ଦୁଇଟି ବାଇକ୍‌, ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ ା ଏ ନେଇ ଅଭିଯୋଗ ପରେ ପୋଲିସ ନଂ.୧୨୪/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା ା ଏହି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ବନ୍ଧସାହିରୁ ଗିରଫ କରିଛି। ସେମାନେ ହେଲେ ନନ୍ଦିଘୋର ପଞ୍ଚାୟତ ଗୋଠବଣ ନିକଟ ବନ୍ଧସାହିର ସଞ୍ଜୟ କୁମାର ନାୟକ(୨୧) ଓ ତାଙ୍କ ସମ୍ପର୍କୀୟ ଢେଙ୍କାନାଳ ଜିଲାର କବିନ୍ଦ୍ର ନାୟକ(୨୪)। ଏ ନେଇ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ଓ ତଦନ୍ତକାରୀ ଅଧିକାରୀ ସଞ୍ଜୟ କୁମାର ପରିଡା ସୂଚନା ଦେଇଛନ୍ତି। ଉଭୟ ଅଭିଯୁକ୍ତଙ୍କ ସୂଚନା ଅନୁସାରେ ପୋଲିସ ଭଗବାନଙ୍କ ଚୋରି ଯାଇଥିବା ଦୁଇଟି ବାଇକ ଓଆର୨୫ ୫୪୮୪ ଓ ଓଆର୨୫ସି ୫୨୭୭ ନୟାଗଡ ଥାନା ଗମେଇ ଗ୍ରାମର ଏକ ପୋଖରୀରୁ ଉଦ୍ଧାର କରିଛି। ଏହା ସହିତ ପୋଲିସ ଚୋରି ହୋଇଥିବା ଅମୁଲ ପ୍ୟାକେଟ, ଫ୍ରିଡମ ତେଲ, ଦୁର୍ଗା ଘିଅ ପ୍ୟାକେଟ ଓ ଗୋଟିଏ ମୋବାଇଲ ଜବତ କରିଛି ା ହେଲେ ଚୋରି ଯାଇଥିବା ସୁନା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟ ସରଞ୍ଜାମ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗ୍ୟାଙ୍ଗ ଲିଡର ଦୀନବନ୍ଧୁ ମହାରଣା ଓରଫ ଦଣ୍ଡୁଆଙ୍କ ପାଖରେ ରହିଥିବା ଉଭୟେ ପ୍ରକାଶ କରିଛନ୍ତି। ହେଲେ ଦଣ୍ଡୁଆ ଚୋରି ସୁନା ଅଳଙ୍କାର ବିକ୍ରି କରି ସେମାନଙ୍କୁ ୪/୫ ହଜାର ଟଙ୍କା ଲେଖାଏ ଦେଇଥିବା ପୋଲିସକୁ କହିଛନ୍ତି ା ଗିରଫ ସଞ୍ଜୟ ଦଣ୍ଡୁଆଙ୍କ ସଂସ୍ପର୍ଶରେ ଆସିବା ପରେ ଭଗବାନଙ୍କ ଘରୁ ଡକାୟତି ନିମନ୍ତେ ଦଣ୍ଡୁଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଦଣ୍ଡୁଆ ଓ ତାଙ୍କ ସହଯୋଗୀମାନେ ଏକ କାରରେ ପ୍ରଥମେ ନନ୍ଦିଘୋର ପର୍ଯ୍ୟନ୍ତ ଆସିଥିଲେ ା ସେଠାରୁ ଚାଲି ଚାଲି ଗୋଠବଣ ପର୍ଯ୍ୟନ୍ତ ଯିବାପରେ ଡକାୟତି କରିଥିବା ପ୍ରକାଶ କରିଛନ୍ତି ା ଦୁଇ ଅଭିଯୁକ୍ତଙ୍କ ବୟାନ ଅନୁସାରେ ଦଣ୍ଡୁଆଙ୍କ ଅନ୍ୟ ଦୁଇ ଭାଇ ଏଯାବତ୍‌ ଫେରାର ରହିଛନ୍ତି ା ଗୋଠବଣ ମାମଲାର ମୁଖ୍ୟ ଅଭିଯୁକ୍ତ ଦଣ୍ଡୁଆ ରଣପୁର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ହାଜତରେ ଥିବା ବେଳେ ସ୍ଥାନୀୟ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ଦେଇଛି। ଦଣ୍ଡୁଆଙ୍କୁ ଓଡ଼ଗାଁ ପୋଲିସ ରଣପୁର ପୋଲିସ ସହାୟତାରେ ଗିରଫ କରିଥିଲା ା କିନ୍ତୁ ରଣପୁର ପୋଲିସ ସ୍ଥାନୀୟ ପୋଲିସକୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିବା ବଦଳରେ ନିଜେ କେତେକ ମାମଲାରେ ଗିରଫ କରିଥିବା କହି ବାହାବା ନେଉଛି ବୋଲି ଆଲୋଚନା ହେଉଛି ା ପୋଲିସ ଗିରଫ ଦୁଇ ଅଭିଯୁକ୍ତ ସଞ୍ଜୟ ଓ କବିନ୍ଦ୍ରଙ୍କୁ ଶନିବାର କୋର୍ଟ ଚାଲାଣ କରିବ ବୋଲି ଖବରଦାତା ସମ୍ମିଳନୀରେ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

ଡିଏଚ୍‌ଏଚ୍‌ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ

ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ...

ରକ୍ତ ଭଣ୍ଡାର ସମ୍ମୁଖରେ ପଡ଼ିଛି ରକ୍ତ ପ୍ୟାକେଟ୍‌

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସମ୍ମୁଖ ରକ୍ତ ଭଣ୍ଡାର ପାଖରେ ରକ୍ତ ପ୍ୟାକେଟ ଫୋପଡା ଯାଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ବିଳମ୍ବିତ ରାତିରୁ...

ବିଏସ୍‌କେୱାଇ ଆମ୍ବୁଲାନ୍ସ ଖତ ଖାଉଛି

ନୟାଗଡ଼,୧୪।୪(ଲୋକନାଥ ମିଶ୍ର)ରେଫର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ...

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

ହିତାଧିକାରୀଙ୍କ ଅଜାଣତରେ ଖୋଳାଯାଇଛି କ୍ଷେତ ପୋଖରୀ

ନୂଆଗାଁ,୭।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ନାମରେ କ୍ଷେତ ପୋଖରୀ (ଫାର୍ମ ପଣ୍ଡ) ଖୋଳାଯାଇଛ। ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ...

ଭାଜପା ପ୍ରାର୍ଥୀ ଚୟନକୁ ନେଇ ବିବାଦ

ନୟାଗଡ଼, ୭।୪(ଲୋକନାଥ ମିଶ୍ର) ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ରାଘବ ମଲିକଙ୍କୁ ପ୍ରାର୍ଥୀ କରିବା ପରେ ଦଳର କେତେଜଣ ନେତା ପ୍ରାର୍ଥୀ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri