ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ ଉଦ୍ୟମ ଚଳାଇଛନ୍ତି। ଆର୍ସେଲର ମିତ୍ତଲ ଉକ୍ତ କମ୍ପାନୀ ଅଧିଗ୍ରହଣ କରିବା ମାମଲା ଏବେ କୋର୍ଟରେ ଗଡୁଛି। କମ୍ପାନୀର ଏଭଳି ସ୍ଥିତିରେ ଆଉ ଆହୁରି ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହେବାକୁଯାଉଛି। ସୂଚନା ଅନୁଯାୟୀ, ଏସାର କମ୍ପାନୀ ପାରାଦୀପ ବନ୍ଦରଠାରୁ ଏକ ବର୍ଥ ଲିଜ୍‌ ସୂତ୍ରରେ ନେଇଛି, ଯାହାର ନାମ ହେଉଛି ଏସାର ବଲ୍କ ଟର୍ମିନାଲ ଲିମିଟେଡ୍‌ (ଇବିଟିପିଏଲ୍‌)। ଏନେଇ ୨୦୧୦ ଏପ୍ରିଲ ୧୫ରେ କମ୍ପାନୀ ସହ ୧୦ ବର୍ଷିଆ ଚୁକ୍ତି ହୋଇଥିଲା, ଯାହାର ଅବଧି ୨୦୨୦ ଏପ୍ରିଲ୍‌ ୧୪ରେ ଶେଷ ହେବ। ଅବଧି ଆଉ ୮ ମାସ ଥିବାବେଳେ ଏବେ ଜଣେ ବମ୍ବେ ବାସିନ୍ଦା କମ୍ପାନୀର ନବୀକରଣ ପ୍ରସଙ୍ଗରେ ଅଭିଯୋଗ କରିଛନ୍ତି। ଚନ୍ଦ୍ରକାନ୍ତ ଶାହା ନାମକ ସମ୍ପୃକ୍ତ ବ୍ୟକ୍ତି ଗତ ଜୁନ୍‌ ୧୬ରେ ପାରାଦୀପ ବନ୍ଦରର ୧୨ଜଣ ଟ୍ରଷ୍ଟି ଓ ୧୧ଜଣ ଶାସକ-ପ୍ରଶାସକଙ୍କୁ ତଥ୍ୟ ସମ୍ବଳିତ ଚିଠି କରିଛନ୍ତି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜାହାଜ ଚଳାଚଳ ମନ୍ତ୍ରୀ, ବିଭାଗୀୟ ସଚିବ, ସିଭିସି (ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର) ଓ ସିବିଆଇକୁ ଏହି ଚିଠି ଦିଆଯାଇଛି। ଚିଠି ପାଇବା ପରେ ଏବେ ପ୍ରଶାସନିକସ୍ତରରେ ଆଲୋଚନା ଚାଲିଛି। ୨୦୨୦ରେ ହେବାକୁ ଥିବା ନୂଆ ଚୁକ୍ତି ଉପରେ ଆଗାମୀ ଟ୍ରଷ୍ଟବୋର୍ଡ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଇବିଟିପିଏଲ୍‌ ପାରାଦୀପ ବନ୍ଦରରେ କରିଥିବା ଚୁକ୍ତି ଓ ଉଲ୍ଲଂଘନ ସମ୍ପର୍କରେ ସବିଶେଷ ତଥ୍ୟ ରହିଛି। ଏପରିକି ଏସବୁ ତଥ୍ୟ ଓ ଚୁକ୍ତି ଉଲ୍ଲଂଘନ ପ୍ରସଙ୍ଗରେ ବମ୍ବେର ଗୁରୁଗାଓଁ କୋର୍ଟରେ ଏକ ମାମଲା ନଂ. ୩୦୪୧/୨୦୧୬ ମଧ୍ୟ ହୋଇଛି। ଚୁକ୍ତି ପରଠାରୁ କମ୍ପାନୀ ପାରାଦୀପ ବନ୍ଦର ସହ ଆର୍ଥିକ କ୍ଷେତ୍ରରେ ପ୍ରତିବର୍ଷ ବିଭିନ୍ନ ତ୍ରୁଟି କରିଛି। ୨୦୧୨-୧୩ ଆର୍ଥିକ ବର୍ଷଠାରୁ ୨୦୧୮-୧୯ ଶେଷ ସୁଦ୍ଧା ୧୩୫୧୩ ଥର ବା ଦିନ ଅର୍ଥ ଦାଖଲରେ ବିଫଳ ହୋଇଛି। ଏଥିସହ ବାର୍ଷିକ ଚୁକ୍ତିରେ ଦର୍ଶାଯାଇଥିବା ପଣ୍ୟ ବାର୍ଷିକ ୬ ମିଲିୟନ୍‌ ଟନ୍‌ ମଧ୍ୟ କାରବାର ହେଉନାହିଁ। ବନ୍ଦର ଟ୍ରାଫିକ୍‌ ବିଭାଗରୁ ଜନସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ ପ୍ରତିଟି ତ୍ରୁଟି ଉପରେ ତଥ୍ୟ ରହିଛି। ଏ ପ୍ରସଙ୍ଗରେ ଇବିଟିପିଏଲ୍‌ର ପାରାଦୀପ ମୁଖ୍ୟ ଟି.ଭେଙ୍କଟରାଓଙ୍କୁ ପଚାରିବାରେ ସେ କହିଛନ୍ତି ଯେ, କମ୍ପାନୀ କୌଣସି ଚୁକ୍ତି ଉଲ୍ଲଂଘନ କରିନାହିଁ। ବାର୍ଷିକ ୧୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପାରାଦୀପ ବନ୍ଦରକୁ ରାଜସ୍ବ ଦିଆଯାଉଛି। ବନ୍ଦର ପ୍ରଶାସନ ଅନୁମତି ଓ ଆଗୁଆ ଅର୍ଥ ବିନା ଜାହାଜ ଲଗାଇବ ନାହିଁ। ଏବେ ଯେଉଁ ଡିଫଲ୍ଟ ସମୟ ଦର୍ଶାଯାଉଛି ତାହା ଭିନ୍ନ କଥା। ସେଥିପାଇଁ କମ୍ପାନୀ ଜରିମାନା ଦେଇଛି। କିଛି ବିବାଦ ନାହିଁ। ସମ୍ପୃକ୍ତ ବ୍ୟକ୍ତି ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ପ୍ରରୋଚନାରେ ବିଭ୍ରାନ୍ତିକର ଚିଠି ସବୁ ଲେଖୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କୁ ପଚାରିବାରେ ସେ କହିଲେ ଯେ, ଇବିଟିପିଏଲ୍‌ର କୌଣସି ଅର୍ଥ ବାକି ନାହିଁ। ଯେଉଁ ସମୟ ମଧ୍ୟରେ ଅର୍ଥ ଜମା କରିବା କଥା ତାହା ସେ ନ କରିବାରେ ତାଙ୍କୁ ୧୫ ପ୍ରତିଶତ ପେନାଲ୍ଟି ପଡିଛି। ଜାହାଜ ଲାଗିବା ପୂର୍ବରୁ ପ୍ରଥମେ ଅର୍ଥ ଜମା କରିବାର ନିୟମ ଅଛି। ଉକ୍ତ କମ୍ପାନୀ ଏବେ ଏକ ଜାତୀୟକରଣ ବ୍ୟାଙ୍କ ଦ୍ୱାରା ଅର୍ଥ ଦେଉଛି। ଏହା ଦ୍ୱାରା ନବୀକରଣ ବା ଚୁକ୍ତି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟସାରଥିଙ୍କ ପ୍ରାର୍ଥିତ୍ୱକୁ ନେଇ ଅଡୁଆ ବଢୁଛି

ଜଗତ୍‌ସିଂହପୁର, ୧୭ା୪ (ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟସାରଥି ମହାନ୍ତି ଭାଜପା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଘୋଷଣା ପରେ ଦଳ ପାଇଁ...

ଜଗତ୍‌ସିଂହପୁର, ବାଲିକୁଦା-ଏରସମାରେ ଝଡ଼ ପୂର୍ବର ନୀରବତା

ଜଗତ୍‌ସିଂହପୁର,୧୫ା୪ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଜଗତ୍‌ସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଟିକେଟରୁ ବଞ୍ଚତ୍ତ କେତେଜଣ ନେତା ଅନ୍ୟ ଦଳ କିମ୍ବା ସ୍ବାଧୀନ...

୬୧ ଦିନ ଯାଏ ମାଛ ଧରିବା ମନା

ପାରାଦୀପ,୧୫।୪(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲାରେ ସୋମବାରଠାରୁ ୬୧ ଦିନ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି।...

ଭାଜପା ଭୋଟ ହାତେଇବାକୁ ବିଜେଡି, କଂଗ୍ରେସର ପ୍ରୟାସ

ଜଗତ୍‌ସିଂହପୁର, ୧୪ା୪ (ପ୍ରମୋଦ କୁମାର ନାୟକ)ରାଜ୍ୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ରତା ରହିଛି। କାରଣ ଏହି ନିର୍ବାଚନମଣ୍ଡଳୀରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି...

ବିକ୍ରି ହେଉଛି ନିଷେଧ ଔଷଧ

ଜଗତ୍‌ସିଂହପୁର,୧୪।୪ (ପ୍ରମୋଦ କୁମାର ନାୟକ)ଅନେକ ସମୟରେ ଦେଖାଯାଉଛି ରୋଗୀ ଠିକ୍‌ ଔଷଧ ସେବନ କରିପାରୁନାହାନ୍ତି। ଏନେଇ ଯେଉଁସବୁ କାରଣ ଥାଉ ନା କାହିଁକି ଭୁଲ୍‌ ଓ...

ପାରାଦୀପରୁ ଲଢ଼ିବେ ଗୀତାଞ୍ଜଳି ରାଉତରାୟ, ସମ୍ବିତଙ୍କୁ ମିଳିଲାନି ଟିକେଟ୍

ଭୁବନେଶ୍ୱର,୧୧।୪: ଗୁରୁବାର ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି...

ଶଙ୍ଖ ଭବନରେ ସମ୍ବିତଙ୍କ ସହ ଅସନ୍ତୁଷ୍ଟଙ୍କ ଯୁକ୍ତିତର୍କ

ଜଗତ୍‌ସିଂହପୁର, ୧୧ା୪ (ପ୍ରମୋଦ କୁମାର ନାୟକ)ପାରାଦୀପ ନିର୍ବାଚନମଣ୍ଡଳୀ ବିଜେଡି କଳି ଛିଡିବା ପରିବର୍ତ୍ତେ ଦିନକୁଦିନ ବଢ଼ିବାରେ ଲାଗିଛି। ଏହି କଳି ଏବେ ପାରାଦୀପରୁ ଶଙ୍ଖ ଭବନରେ...

୧୬ ମାଛର ଓଜନ ୨୧୫ କେଜି

ପାରାଦୀପ,୧୦।୪(ଶରତ ରାଉତ):ପାରାଦୀପ ମାଛଧରା ବନ୍ଦରକୁ ମଙ୍ଗଳବାର ପାର୍ବତୀ ନାମକ ବୋଟ୍‌ରେ ୧୬ଟି ତେଲିଆ ବୋରେଇ ମାଛ ଆସିଥିଲା। ସେଗୁଡ଼ିକର ଓଜନ ୨୧୫ କେଜି ରହିଛି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri