ଏମ୍‌ସିସିକୁ ବିରୋଧ, ଫେରିଲା ପୌରପାଳିକା

ଅନୁଗୋଳ ଅଫିସ, ୧୧।୧୨-ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ଏମ୍‌ସିସି ପ୍ରକଳ୍ପକୁ ମଙ୍ଗଳବାର ପୁଣି ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳକୁ ଯାଇଥିବା ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ କାର୍ଯ୍ୟ ଆରମ୍ଭ କରି ନ ପାରି ପୌର କର୍ତ୍ତୃପକ୍ଷ ଫେରି ଯାଇଛନ୍ତି। ଏପରି କି ସ୍ଥାନୀୟ ଲୋକେ କାର୍ଯ୍ୟ କରାଇଦେଉ ନ ଥିବା ନିର୍ବାହୀ ଅଧିକାରୀ ବିନୋଦଚନ୍ଦ୍ର ପଣ୍ଡା ଜିଲାପାଳ ଓ ଏସ୍‌ପିଙ୍କୁ ଅବଗତ କରିଛନ୍ତି। ଉଭୟଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରିବାକୁ ଏସ୍‌ପି ଅନୁଗୋଳ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୌର ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ୍‌ ପ୍ରକଳ୍ପ ନିର୍ମାଣ ସ୍ଥାନକୁ ଯାଇଥିଲା। ଉକ୍ତ ଟିମ୍‌ ସହ ମାଜିଷ୍ଟ୍ରେଟ ଦୋଳଗୋବିନ୍ଦ ସାହୁ ଓ ଅନୁଗୋଳ ପୋଲିସର ଅଧିକାରୀମାନେ ମଧ୍ୟ ଯାଇଥିଲେ। ତେବେ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପୂର୍ବରୁ ସେଠାରେ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଥିଲେ। ଏହାପରେ ପୌରପ୍ରଶାସନ, ମାଜିଷ୍ଟ୍ରେଟ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଲୋକଙ୍କ ବିରୋଧ ଆରମ୍ଭ ହୋଇଥିଲା। ଜୋରଦାର ବିରୋଧ ଯୋଗୁ ନିର୍ମାଣ କାର୍ଯ୍ୟ କରିବାକୁ ଯାଇଥିବା ପୌର ଅଧିକାରୀଙ୍କ ସହ ମାଜିଷ୍ଟ୍ରେଟ ଓ ପୋଲିସ ନିରୁପାୟ ହୋଇ ଫେରି ଯାଇଥିଲେ। ପରେ ନିର୍ବାହୀ ଅଧିକାରୀ ଘଟଣା ସମ୍ପର୍କରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ଆଲୋଚନା କରିଥିଲେ। ଏପରି କି ଏସ୍‌ପିଙ୍କୁ ଭେଟି ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ତେବେ ଏସ୍‌ପି ପୋଲିସ ଫୋର୍ସ ଲଗାଇ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଅନୁଗୋଳ ଏସ୍‌ଡିପିଓ ଅଶ୍ୱନୀ ସାହୁଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ନିର୍ବାହୀ ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି। ଏବେ ମିଶ୍ରପଡାରେ ପ୍ରକଳ୍ପକୁ ସ୍ଥାନୀୟ ଲୋକମାନେ ବିରୋଧ କରୁଥିବାରୁ ନିର୍ମାଣ କାର୍ଯ୍ୟ ଜଟିଳ ହେବାରେ ଲାଗିଛି। ଏପରି କି ସ୍ଥାନୀୟ ଲୋକମାନେ ଏମ୍‌ସିସିକୁ ବିରୋଧ କରିବା ସହ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ମଧ୍ୟ ଦାବି କରିଛନ୍ତି। ଅଞ୍ଚଳବାସୀ କହିଛନ୍ତି ଯେ, ସହରରେ ଏତେ ସ୍ଥାନ ଥିଲେ ମଧ୍ୟ କାହିଁକି ଏଠାରେ ପୌରପାଳିକା ଏମ୍‌ସିସି ନିର୍ମାଣ କରୁଛି। ଏହା ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ରହିବା ମୁସକିଲ୍‌ ହୋଇପଡ଼ିବ। ଦୁର୍ଗନ୍ଧରେ ନାକ ଫାଟିବ। ଏପରି କି ସୁସ୍ଥ ବାତାବରଣ ଥିବା ସ୍ଥାନଟିରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବ। ତେଣୁ ଏହାକୁ ବିରୋଧ କରାଯାଉଛି ବୋଲି ସ୍ଥାନୀୟ ଲୋକେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ସଭାରେ ପଦ୍ମ ଧରିଲେ ପ୍ରବୋଧ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଟିକେଟ କଟିବା ପରେ କିଛି ଦିନ ପରେ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri