ଏମ୍‌ଏମ୍‌ଡିଆର୍‌ ପରିବର୍ତ୍ତନ ଯୋଗୁ ଲାଭବାନ ହେବ ଓଡ଼ିଶା

ଭୁବନେଶ୍ୱର,୨୯।୨: କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ ଡେଭଲପମେଣ୍ଟ ରେଗୁଲେଶନ ଆକ୍ଟ (ଏମ୍‌ଏମ୍‌ଡିଆର) ନିୟମରେ ପରିବର୍ତ୍ତନ କରିଥିବାରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସୂଚନା ଦେଇଛନ୍ତି। ଇସ୍ପାତ ମନ୍ତ୍ରଣାଳୟ ଏବଂ ଜାପାନ ଏମ୍‌ଇଟିଆଇ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ କର୍ମଶାଳାରେ ପ୍ରଧାନ କହିଛନ୍ତି ଯେ, ପୂର୍ବରୁ ଓଡିଶା କେବଳ ରୟାଲଟି ଏବଂ ସେଲ୍‌ସ ଟାକ୍ସ ଲାଭ କରୁଥିଲା। ନିୟମରେ ପରିବର୍ତ୍ତନ ହେବା ଯୋଗୁ ଏହା ଦ୍ୱାରା ରାଜ୍ୟ ଅଧିକ ପରିମାଣର ରାଜସ୍ବ ଲାଭ କରିପାରିବ। ଦେଶର ୮୦% ଖଣି କେବଳ ପୂର୍ବାଞ୍ଚଳରେ ରହିଛି। ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ଲାଗି ବିଜୁଳି ବିଲ୍‌ ଟାରିଫରେ ରିହାତି ଦେବା ଲାଗି ପ୍ରଧାନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପ୍ରଚୁର ପରିମାଣର କୋଇଲା ରହିଥିବା ଯୋଗୁ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଏକ ଇକୋସିଷ୍ଟମ ପ୍ରସ୍ତୁତ କରି ଏହି ଶିଳ୍ପକୁ ବଢାଇବା ସେ ଆହ୍ବାନ ଜଣାଇଛନ୍ତି।
ରାଜ୍ୟର ଇସ୍ପାତ ଶିଳ୍ପ ଉପରେ ରହିଥିବା ସମ୍ଭାବନା ଉପରେ ମତ ରଖି ପ୍ରଧାନ କହିଛନ୍ତି, ଓଡିଶା ଇସ୍ପାତ ଶିଳ୍ପ ମଧ୍ୟରେ ଦେଶର ଏକ ନମ୍ବର ରାଜ୍ୟ ହୋଇ ପାରିବ। ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢାଇବା ଦିଗରେ ଏହି ଶିଳ୍ପର ଏକ ପ୍ରମୁଖ ଭୂମିକା ରହିଛି। ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଦେଶର ଏକ ପ୍ରମୁଖ ସ୍ଥଳ ହେବା ରାସ୍ତାରେ ଓଡିଶା ରହିଛି। ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ କରିବା ନେଇ ଯୋଜନା ରଖାଯାଇଛି। ଓଡିଶାରେ କେବଳ ୧୦୦ ନିୟୁତ ମେଟ୍ରିକ ଟନ୍‌ ଇସ୍ପାତ ଉତ୍ପାଦନର ସମ୍ଭାବନା ରହିଛି। ଏହି ଲକ୍ଷ୍ୟ ପୂରଣ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା ବୃଦ୍ଧି ଦିଗରେ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି।
ଦେଶର ଇସ୍ପାତ ବ୍ୟବହାର ଉପରେ ସୂଚନା ଦେଇ ପ୍ରଧାନ କହିଛନ୍ତି ଯେ, ଏବେ ବ୍ୟକ୍ତି ପିଛା ୭୦ କିଲୋଗ୍ରାମ ଇସ୍ପାତ ବ୍ୟବହାର ହେଉଛି। ଏହାକୁ ବଢାଇବା ଦିଗରେ ସରକାର ଯତ୍ନବାନ ଅଛନ୍ତି। ବିଶ୍ୱ ସ୍ତରରେ ମୁଣ୍ଡ ପିଛା ଇସ୍ପାତ ଉତ୍ପାଦନ ୨୨୫ କିଲୋ ଗ୍ରାମ ରହିଥିବା ବେଳେ ଜାପାନରେ ୫୦୦ କିଲୋ ଗ୍ରାମ ରହିଛି। ଓଡ଼ିଶାରେ ଏହାକୁ ଅନ୍ୟୁନ ୧୫୦ କିଲୋ ଗ୍ରାମରେ ପହଞ୍ଚାଇବା ନେଇ ସମ୍ଭାବନା ରହିଛି। ଇସ୍ପାତ ବ୍ୟବହାର ବଢିଲେ ସ୍ଥାନୀୟ ଅର୍ଥନୀତି ସୁଦୃଢ ହେବା ସହ ସାମାଜିକ ଭିତ୍ତିଭୂମି ଓ ବିଭିନ୍ନ କ୍ଷେତ୍ରର ବିକାଶ ସାଧନ ହୋଇ ପାରିବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି। ସେହିଭଳି ରାଜ୍ୟରେ ଇସ୍ପାତ କ୍ଷେତ୍ରର ବିକାଶ ଲାଗି ଏ କ୍ଷେତ୍ରରେ ଏକ ବଡ ଋଣନୀତିର ଆବଶ୍ୟକତା ରହିଛି। ଏହି ଶିଳ୍ପର ବିକାଶ ଲାଗି ଜାପାନ ଏକ ଭଲ ସହଯୋଗୀ ରାଷ୍ଟ୍ର ହୋଇ ପାରିଛି। ଜାପାନ ସହ ମିଳିତ ହୋଇ ଓଡିଶାକୁ ଇସ୍ପାତ ଶିଳ୍ପର ପୂର୍ବୋଦୟରେ ପ୍ରମୁଖ କେନ୍ଦ୍ର କରିବାର ଆବଶ୍ୟକତା ରହିଥିବା ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?