Posted inଜାତୀୟ

ଏନ୍‌କାଉଣ୍ଟର ବେଳେ ୫ ଯବାନ ଶହୀଦ

ଶ୍ରୀନଗର,୪ା୫(ପି.ଟି.): କରୋନା ମହାମାରୀ ବିରୋଧରେ ସାରା ବିଶ୍ୱ ଲଢ଼ୁଥିବାବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରାଇ ରକ୍ତପାତ କରାଉଛି। ଜମ୍ମୁ-କଶ୍ମୀରର ହଣ୍ଡଓ୍ବାରା ଅନ୍ତର୍ଗତ ରାଜଓ୍ବର ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟରରେ ଦୁଇଜଣ ବରିଷ୍ଠ ସେନା ଅଧିକାରୀଙ୍କ ସମେତ ୫ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି। ଫଳରେ ସୈନ୍ୟବାହିନୀକୁ ବଡ଼ ଝଟ୍‌କା ଲାଗିଛି। ଶହୀଦ ହୋଇଥିବା ସୁରକ୍ଷା କର୍ମୀମାନେ ହେଲେ କଲୋନେଲ୍‌ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ୍‌, ନାଏକ ରାଜେଶ ଏବଂ ଲାନ୍ସ ନାଏକ ଦିନେଶ। ଏମାନେ ସମସ୍ତେ ଗାର୍ଡସ୍‌ ରେଜିମେଣ୍ଟ ବ୍ରିଗେଡ୍‌ ଅନ୍ତର୍ଭୁକ୍ତ ହୋଇଥିବାବେଳେ ସମ୍ପ୍ରତି ୨୧ ରାଷ୍ଟ୍ରୀୟ ରାଇଫଲ୍ସରେ ସାମିଲ ହୋଇ ଆତଙ୍କ ନିରୋଧୀ ଅଭିଯାନରେ ଭାଗ ନେଇଥିଲେ। ଏମାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର ପୋଲିସ ସବ୍‌ଇନ୍‌ସ୍‌ପେକ୍ଟର ଶକିଲ କାଜି ମଧ୍ୟ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ। ସେ ଲଶ୍କର-ଇ-ତୋଇବା କମାଣ୍ଡର ହାଇଦର ହୋଇଥିବାବେଳେ ଅନ୍ୟ ଜଣକ ପରିଚୟ ମିଳିପାରି ନାହିଁ। ସେମାନେ କେତେଜଣ ସାଧାରଣ ନାଗରିକଙ୍କୁ ପଣବନ୍ଦୀ କରି ରଖିଥିଲେ।
କର୍ତ୍ତବ୍ୟରେ ଥାଇ ଦୁଇ ସେନା ଅଧିକାରୀ ଓ ଜଣେ ପୋଲିସ ଅଫିସରଙ୍କ ସମେତ ୫ ଯବାନ ଶହୀଦ ହେବା ଦୁଃଖଦାୟକ ବୋଲି ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲ୍‌ବାଗ୍‌ ସିଂ କହିଛନ୍ତି। ଗତ କିଛିଦିନ ହେଲା ହଣ୍ଡଓ୍ବାରାର ରାଜଓ୍ବର ଜଙ୍ଗଲ ମଧ୍ୟରେ କେତେଜଣ ଆତଙ୍କବାଦୀ ରହିଥିବା ସୁରକ୍ଷା ବଳ ଜାଣିବାକୁ ପାଇଥିଲା। ଗୁରୁବାର ଘଞ୍ଚ ଜଙ୍ଗଲ ମଧ୍ୟରେ ସେମାନଙ୍କ ସହ ସୁରକ୍ଷା ବଳର ଗୁଳିବିନିମୟ ହୋଇଥିଲା। ଉକ୍ତ ଜଙ୍ଗଲ ଅନ୍ତର୍ଗତ ଚାଙ୍ଗିମୁଲ୍ଲା ଗ୍ରାମରେ କେତେଜଣ ଆତଙ୍କବାଦୀ ଏକ ଘରେ ଆଶ୍ରୟ ନେଇଥିବା ଶନିବାର ଅପରାହ୍ନରେ ଗୋଇନ୍ଦା ସୂଚନା ମିଳିଥିଲା। ଏହି ଖବର ପାଇବା ପରେ କଲୋନେଲ ଶର୍ମା ଓ ପୋଲିସ ଅଧିକାରୀ କାଜିଙ୍କ ନେତୃତ୍ୱରେ ସୁରକ୍ଷା ବଳ ଉକ୍ତ ଗାଁକୁ ଚାରିପଟୁ ଘେରି ତଲାସି ଅଭିଯାନ ଆରମ୍ଭ କରିଥିଲେ। କିଛି ସମୟର ଗୁଳିବିନିମୟ ପରେ ସ୍ଥିତି ଶାନ୍ତ ପଡ଼ିବାରୁ ଆତଙ୍କବାଦୀ ନିହତ ହୋଇଥିବା ଭାବି କଲୋନେଲ୍‌ ଓ ଅନ୍ୟ ୪ ସୁରକ୍ଷା କର୍ମୀ ଉକ୍ତ ଘର ପାଖ ଏକ ଗୁହାଳ ମଧ୍ୟରେ ଧସେଇ ପଶିଥିଲେ। ସେମାନେ ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ପରେ ଜୋରଦାର୍‌ ଗୁଳିମାଡ଼ର ସମ୍ମୁଖୀନ ହୋଇଥିଲେ। କଲୋନେଲ ଓ ତାଙ୍କ ଟିମ୍‌ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେମାନଙ୍କ ମୋବାଇଲ ନମ୍ବରକୁ ଫୋନ୍‌ କରିବାରୁ ଆତଙ୍କବାଦୀ ଉତ୍ତର ଦେଇଥିଲେ। ଯବାନମାନେ ଘଟଣାସ୍ଥଳକୁ ଯାଇ ଦୁଇ ଅଫିସରଙ୍କ ସମେତ ୫ ଯବାନଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ଜାଣିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ପକ୍ଷରୁ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେମାନେ ଉତ୍ସର୍ଗୀକୃତ ଭାବେ ଦେଶବାସୀଙ୍କ ସୁରକ୍ଷା ଲାଗି ଦିନରାତି କାର୍ଯ୍ୟ କରୁଥିଲେ। ସେମାନଙ୍କ ବୀରତା ଓ ବଳିଦାନ କଦାପି ଭୁଲି ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶହୀଦଙ୍କ ପରିବାର ସମ୍ପର୍କୀୟମାନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ୫ ଯବାନ ଶହୀଦ ହେବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। କଶ୍ମୀର ଜନସାଧାରଣଙ୍କ ସୁରକ୍ଷା ଲାଗି ସୁରକ୍ଷା ପ୍ରତିଶ୍ରୁତିବଦ୍ଧ ବୋଲି ଡିଫେନ୍ସ ଷ୍ଟାଫ୍‌ ମୁଖ୍ୟ ଜେନେରାଲ ବିପିନ ରାଓ୍ବତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri