ଏନଏଚ ୩୫୩ ପାଇଁ ଅର୍ଥନୈତିକ ଅବରୋଧ୮ ଘଣ୍ଟା ପରେ ଓହରିଲା

ନୂଆପଡା ଅଫିସ,୨୭ା୫: ସରକାର ଦିନକୁ ୩୦ କି.ମି. ଜାତୀୟ ରାଜପଥ ନିର୍ମାଣ କରୁଥିବା କହୁଥିବା ବେଳେ ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ଜାତୀୟ ରାଜପଥ ୩୫୩ କାମ (୬୫ କି.ମି.) ଆଜକୁ ୫ ବର୍ଷ ହେବ ଶେଷ ହେବାର ନାଁ ଧରୁନାହିଁ । ବାରମ୍ବାର ପ୍ରତିବାଦ, ଧାରଣା ଦେବା ପରେ ମଧ୍ୟ ସୁଫଳ ନ ମିଳିବାରୁ ଶେଷରେ ନାଗରିକ ମଞ୍ଚ ତରଫରୁ ସୋମବାର ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ କରାଯାଇଥିଲା । ଦୀର୍ଘ ୫ ଘଣ୍ଟା ଧରି ଅବରୋଧ କରିଥିବାବେଳେ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟାହୃତ ହୋଇଛି। ଅଧିକାରୀମାନେ ଆଗାମୀ ୧୦ ଦିନ ମଧ୍ୟରେ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ନୂଆପଡା-ଖଡିଆଳ ଉକ୍ତ ରାସ୍ତାକୁ ଆନ୍ଧ୍ରପ୍ରଦେଶର ଏକ ଠିକା କମ୍ପାନୀ ୫ ବର୍ଷ ହେବ ନିର୍ମାଣ କାମ ଆରମ୍ଭ କରିଥିଲେ। ଠିକାଦାର ଏବଂ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁ ଠିକ ସମୟରେ କାମ ସବୁ କରି ନ ଥିବାରୁ ଏହା ବହୁ ଧନଜୀବନ ନଷ୍ଟ କରିସାରିଛି । ବର୍ତ୍ତମାନ ସୁଦ୍ଧା କାମର ଅଶି ପ୍ରତିଶତ କାମ ଶେଷ କରିଥିଲେ ହେଁ ଜିଲାର ବିଶେଷ କରି ବାଞ୍ଜିବାହାଲ, ବଞ୍ଜାରୀ, ଉଦ୍ୟାନବନ୍ଧ, କୋମନା, ପେଣ୍ଡ୍ରାବନ୍ଧ ଭଳି ପ୍ରମୁଖ ଜାଗାରେ କାମ ସବୁ ଅଧାପନ୍ତରିଆ କରି ଖୋଳ ିଛାଡି ଦିଆଯାଇଛି । ଫଳରେ ନିକଟସ୍ଥ ଗ୍ରାମବାସୀ ହଇରାଣ ହେଉଥିବାବେଳେ ପଥଚାରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହା ଉପରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବାବେଳେ ଲୋକେ ବାରମ୍ବାର ଆନ୍ଦୋଳନ କରିଆସିଛନ୍ତି । ହେଲେ ବିଭାଗୀୟ ଅଧିକାରୀ, ଠିକା କମ୍ପାନୀ ମିଛ ପ୍ରତିଶ୍ରୁତି ଦେଇଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ଆଗକୁ ବର୍ଷାଦିନ ପାଖେଇ ଆସୁଥିବାରୁ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ୭ ଦିନ ତଳେ ନାଗରିକ ମଞ୍ଚ କୋମନା ତରଫରୁ ଦାବି କରାଯାଇଥିଲା। ତଥାପି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ହେବାରୁ ସୋମବାର ସକାଳ ୬ଟାରୁ ବାଞ୍ଜିବାହାଲ ଗାଁ ନିକଟରେ ଜାତୀୟ ରାଜପଥରେ ଧାରଣା ଆରମ୍ଭ କରାଯାଇଥିଲା। ରାସ୍ତାରେ ଶତାଧିକ ଟ୍ରକ, ପିକଅପ୍‌ ଆଦି ମାଲବାହୀଯାନ ସବୁ ଅଟକି ରହିଥିଲା। ମଧ୍ୟାହ୍ନ ୧୨ଟାରେ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାମନ୍ତରାୟ ଧାରଣାସ୍ଥଳରେ ପହଞ୍ଚତ୍ଥିଲେ । ଧାରଣାକାରୀଙ୍କ ସହ ଆଲୋଚନା କରି ଆସନ୍ତା ୧୦ ଦିନ ମଧ୍ୟରେ (ବାଞ୍ଜିବାହାଲ) ଏହି କାମକୁ ଶେଷ କରିବା ସହ ଜୁନ ଶେଷ ସୁଦ୍ଧା ଜିଲାର ସମସ୍ତ କାମକୁ ଶେଷ କରାଯିବ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ନିର୍ଭର ପ୍ରତିଶ୍ରୁତି ପରେ ଆନ୍ଦୋଳନ ଓହରିଯାଇଥିଲା ଆନ୍ଦୋଳନରେ ଆବାହକ ଅର୍ଜୁନ ଜଗତ, ତରୁଣ କୁମାର ରଥ, ବିରାଟ ବାଗ, ପରଦେଶୀ ମେହେର ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଯଦୁମଣୀ ପାଣିଗ୍ରାହୀ, ହେମନ୍ତ କୁମାର କର, ଜିତେନ୍ଦ୍ର ସାହୁ, ରଞ୍ଜିତ ଭୋଇ, ସୁବୋଧ ଭୋଇ, ଇନ୍ଦ୍ର ପ୍ରଧାନ, ଗୋକୁଳ ମେହେର, ଚନ୍ଦ୍ର ଶବର, ସୋମନାଥ ଶବର, ବିକ୍ରମ ବିଶ୍ୱାଳ, ଗଙ୍ଗା ମାଝି, ଲାଲସିଂ ଠାକୁର ପ୍ରମୁଖ ସାମିଲ ଥିଲେ । ପୋଲିସ ତରଫରୁ ଏସଡିପିଓ ଅଜୟ କୁମାର ପଟ୍ଟନାୟକ, କୋମନା ଥାନାଧିକାରୀ ନିର୍ମଳ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri