ଏଇ ଭାରତରେ

ଅନେକ ସନ୍ତାନ ପରିବାରରେ ମାତାପିତାଙ୍କୁ ଏକୁଟିଆ ଛାଡ଼ି ଦେଇ ଅନ୍ୟତ୍ର ରହୁଥିବା ଦେଖାଯାଉଛି। ଏଭଳି ସ୍ଥିତିରେ ସେମାନେ ଖାଇଲେ କି ନାହିଁ ତା’ଉପରେ ବି ଚିନ୍ତା କରୁନାହାନ୍ତି। ଅନେକ ମାତାପିତା ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ତ ଅନେକେ ବୃଦ୍ଧାଶ୍ରମକୁ ଚାଲିଯାଉଛନ୍ତି। କିନ୍ତୁ ପୁଣେର ଦୀପଙ୍କର ଏଭଳି ଅନେକ ବୃଦ୍ଧାବୃଦ୍ଧଙ୍କ ଆଶାବାଡ଼ି ପାଲଟିଛନ୍ତି। ଦୀପଙ୍କର ସେମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି। ସେ ଆର୍ଟ ଅଫ୍‌ ହେଲ୍‌ପିଂ ଫାଉଣ୍ଡେଶନ ଦ୍ୱାରା ଏହି ସେବା ଜାରି ରଖିଛନ୍ତି। ଦୀପଙ୍କରଙ୍କ ସହ ଅନେକ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ସେମାନେ ଘରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧାବୃଦ୍ଧଙ୍କ ନିକଟରେ ପ୍ରତିଦିନି ଖାଦ୍ୟ ପହଞ୍ଚାଇ ଦେଉଛନ୍ତି। କେବଳ ମାଗଣାରେ ଖାଦ୍ୟ ଦେଉନାହାନ୍ତି, ବରଂ ସେମାନଙ୍କୁ ତେଜରାତି, ବସ୍ତ୍ର ଓ ଔଷଧ ଯୋଗାଇ ଦେଉଛନ୍ତି; ଏପରି କି ସେମାନଙ୍କ ଘର ମଧ୍ୟ ସଫା କରିଦେଉଛନ୍ତି। ବହୁ ସମୟରେ ସ୍ବେଚ୍ଛାସେବୀମାନେ ବୃଦ୍ଧାବୃଦ୍ଧଙ୍କ ନିକଟରେ ରହି ସେମାନଙ୍କ ମନକୁ ହାଲୁକା କରୁଛନ୍ତି। ଦୀପଙ୍କରଙ୍କୁ ୨ ବର୍ଷ ହୋଇଥିବାବେଳେ ସେ ପିତାଙ୍କୁ ହରାଇଥିଲେ। ପରେ ବହୁ କଷ୍ଟରେ ଶିକ୍ଷା ଶେଷକରି ଚାକିରି କରିଥିଲେ, କିନ୍ତୁ ତାହାକୁ ଛାଡ଼ି ଏହି କାର୍ଯ୍ୟ କରୁଛନ୍ତି। ଏବେ ସେ ୨୦୦-୩୦୦ ବୃଦ୍ଧାବୃଦ୍ଧଙ୍କୁ ନେଇ ଏକ ବୃଦ୍ଧାଶ୍ରମ ଖୋଲିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri