Odisha Elections 2024

ଏଇ ଭାରତରେ

ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ବସ୍ତର ଓ ଦାନ୍ତଓ୍ବୋଡାରେ ଶିକ୍ଷା ଓ ଗମନାଗମନର ସୁବିଧା କମ୍‌। ଦୁର୍ଗମ ଗାଁଗୁଡ଼ିକରେ ରହୁଥିବା ପିଲାମାନେ ବି ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେଭଳି ଅଞ୍ଚଳରୁ ଭଲ ପଢ଼ି ମେଡିକାଲ ପାଇଁ ନିଟ୍‌ କିମ୍ବା ଜେଇଇରେ କୃତକାର୍ଯ୍ୟ ହେବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ନଗଣ୍ୟ। ଏଣୁ ଏଭଳି ପରିସ୍ଥିତିକୁ ସାମ୍ନାକରି ବସ୍ତର ଭଳି ଅନୁନ୍ନତ ଅଞ୍ଚଳରୁ ଆଇଏଏସ୍‌ ଅଧିକାରୀ ହୋଇଥିବା ବିନିତ ନନ୍ଦନଓ୍ବାର ଗରିବ ପିଲାମାନଙ୍କୁ ଜେଇଇ ଓ ନିଟ୍‌ ପରୀକ୍ଷା ପାଇଁ ମାଗଣାରେ କୋଚିଂ ଦେଉଛନ୍ତି। ବସ୍ତର ଜିଲାପାଳ ଭାବେ କାର୍ଯ୍ୟରତ ବିନିତ ଏଥିପାଇଁ ‘ସେକେଣ୍ଡ ଚାନ୍ସ’ ଅଭିଯାନ ଆରମ୍ଭ କରିଛନ୍ତି। ଅର୍ଥାତ୍‌ ପ୍ରଥମ ପ୍ରୟାସରେ ଯେଉଁମାନେ ଏହିସବୁ ପରୀକ୍ଷାରେ କୃତକାର୍ଯ୍ୟ ହେଉନାହାନ୍ତି ସେମାନଙ୍କ ପାଇଁ ଆଉ ଏକ ବର୍ଷ ମାଗଣା କୋଚିଂ ଯୋଗାଇ ଦେଉଛନ୍ତି ବିନିତ। ଏହାକୁ ସେ ସରକାରୀ ଯୋଜନା ‘ଟଚ୍‌ ଦି ସ୍କାଏ’ ମାଧ୍ୟମରେ ସଞ୍ଚାଳନ କରୁଛନ୍ତି। ତାଙ୍କର ଏହି ପ୍ରୟାସ ବହୁ ଛାତ୍ରୀଛାତ୍ରଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛି ଓ ପିଲାମାନଙ୍କର ଡାକ୍ତର କିମ୍ବା ଇଞ୍ଜିନିୟର ହେବା ସ୍ବପ୍ନ ସାକାର ହୋଇପାରୁଛି। ବସ୍ତରରେ ଜିଲାପାଳ ଭାବେ ଅବସ୍ଥାପିତ ହେବା ପରେ ବିନିତ ତୁରନ୍ତ ପିଲାମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ଏଭଳି ସୁବିଧା ଦେଶ ଲାଗି ଯୋଗାଇବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। କାରଣ ବିନିତଙ୍କ ପିଲାଦିନ ଅଭାବରେ କଟିଥିଲା ଓ କୋଚିଂ ନେଇ ଜଣେ ଡାକ୍ତର କିମ୍ବା ଇଞ୍ଜିନିୟର ହେବାରୁ ସେ ବଞ୍ଚିତ ହୋଇଥିଲେ। କିନ୍ତୁ ୩ଥର ଚେଷ୍ଟା କରି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିଲେ ବିନିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଇଞ୍ଜିନିୟରିଂ ପରେ ବିହାରର ପ୍ରଭାତ କୁମାର ପାଖାପାଖି ୫୦୦ ଗ୍ରାମର ୨୫,୦୦୦ କୃଷକଙ୍କୁ ସଶକ୍ତ କରିପାରିଛନ୍ତି। କୃଷକମାନେ ପିଆଜ, ଛତୁ ଓ ମକା ଚାଷ କରି...

ପରିଶୁଦ୍ଧ କୃଷିର ଆବଶ୍ୟକତା

ଡି. ଶୁଭମ୍‌ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ମାନବ ବିଭିନ୍ନ ନୂତନ ପଦ୍ଧତି ଆପଣାଉଛି। ତେବେ ଏହାରି ମଧ୍ୟରେ ଏହି ପଦ୍ଧତିଗୁଡ଼ିକ ପରିବେଶ ଉପରେ...

ଚବାହାର ଚୁକ୍ତିନାମା-କୂଟନୈତିକ ବିଜୟ

ପ୍ରକାଶ ତ୍ରିପାଠୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଇରାନର ପାରସ୍ପରିକ ସମ୍ପର୍କ ନିରନ୍ତର ଖରାପ ଥିବାବେଳେ ଭାରତ ସହ ସମ୍ପର୍କ ସର୍ବଦା ଭଲ ରହିଆସିଛି। ବିଭିନ୍ନ ସମୟରେ...

Dillip Cherian

ପୁରୁଣା ଆଇନର ନବୀକରଣ

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ...

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri