ଏଇ ଭାରତରେ

ସରକାରୀ ସ୍କୁଲଗୁଡ଼ିକର କ୍ଲାସ୍‌ରୁମ୍‌କୁ ଡିଜିଟାଲ ହବ୍‌ କରିବାରେ ଅଭିଷେକ ଦୁବେଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଗ୍ବାଲିୟର ଜନ୍ମିତ ଅଭିଷେକ ୨୦୧୭ରେ ‘ମୁସ୍କାନ ଡ୍ରିମ୍‌’ ନାମକ ଏନ୍‌ଜିଓ ପ୍ରତିଷ୍ଠା କରି ତା’ମାଧ୍ୟମରେ ଏହା କରୁଛନ୍ତି। ଏବେ ସେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ୧,୦୦୦ ସରକାରୀ ସ୍କୁଲରେ ଡିଜିଟାଲ କ୍ଲାସ୍‌ରୁମ୍‌ରେ ଆନିମେଟେଡ୍‌ ଏନ୍‌ସିଆର୍‌ଟି ପାଠ୍ୟକ୍ରମ ସାମିଲ କରି ପିଲାଙ୍କୁ ପଢ଼ାଉଛନ୍ତି। ଅଭିଷେକ ଏବଂ ତାଙ୍କ ୨୦୦ ଜଣିଆ ଟିମ୍‌ ଗଣିତ, ବିଜ୍ଞାନ ସମେତ ଇଂଲିଶ ମଧ୍ୟ ପଢ଼ାଉଛନ୍ତି। ୨୦୧୬ରୁ ଆରମ୍ଭ କରିଥିବା ଏହି ଅଭିଯାନରେ ସେ ଏବେସୁଦ୍ଧା ୧ ଲକ୍ଷ ପିଲାଙ୍କୁ ଯୋଡ଼ିସାରିଲେଣି। ଆନିମେଟେଡ ଡିଜିଟାଲ କ୍ଲାସ୍‌ ମାଧ୍ୟମରେ ସରକାରୀ ସ୍କୁଲର ଗରିବ ପିଲାମାନେ ବେଶି ଉପକୃତ ହେଉଛନ୍ତି। ପ୍ରଥମେ ଡିଜିଟାଲ କ୍ଲାସ୍‌ ଆରମ୍ଭ କରିବା ସମୟରେ ମାତ୍ର ୭୯ ଛାତ୍ର ଥିଲେ ଏବଂ ପରେ ୩ ରାଜ୍ୟରେ ୧ ଲକ୍ଷରେ ପହଞ୍ଚତ୍ଲାଣି। ତେବେ ୨୦୨୫ ସୁଦ୍ଧା ୧୦ ଲକ୍ଷ ପିଲାଙ୍କୁ ଡିଜିଟାଲ ହବ୍‌ରେ ସାମିଲ କରିବାର ଲକ୍ଷ୍ୟ ରଖିଛନ୍ତି ଅଭିଷେକ।


Enter your email to get our daily news in your inbox.

All Right Reserved By Dharitri.Com

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ

ସଂରକ୍ଷଣ ବ୍ୟବସ୍ଥା ସମାଜରେ ତଳେ ପଡ଼ିଥିବା ଅବହେଳିତ ଓ ଅନଗ୍ରସର ଜାତିସମୂହର କ୍ଷୀପ୍ର ବିକାଶ ପାଇଁ ଉଦ୍ଦିଷ୍ଟ। ଏହା ସମତାଭିତ୍ତିକ ସମାଜ ଗଠନ ଓ ସମାନ ଭାଗୀଦାରି…

ଦୂରଦର୍ଶନର ପୁନର୍ଗଠନ

ଦୂରଦର୍ଶନରେ ଏକ ବଡ଼ ଧରଣ ପରିବର୍ତ୍ତନର ସଙ୍କେତ ମିଳୁଛି। ସରକାର ଯୋଗାଯୋଗ ରଣନୀତିରେ ପରିବର୍ତ୍ତନ ପାଇଁ ପ୍ରଥମେ ସରକାରୀ ପ୍ରସାରଣ ସଂସ୍ଥାକୁ ବାଛିଥାନ୍ତି। ୧୯୯୪ ବ୍ୟାଚ୍‌ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri