ଏଇ ଭାରତରେ

ଧର୍ମୀୟ ପରମ୍ପରାରେ ଅନ୍ଧବିଶ୍ୱାସର ପ୍ରଭାବ କାଳକାଳକୁ ରହି ଆସିଛି, ଯାହାର ଏକ ଦୃଷ୍ଟାନ୍ତ ହେଉଛି ଝାଡ଼ଖଣ୍ଡର ଦୁର୍ଗାପୁର ଗାଁ। କସମାର ବ୍ଲକ ଅନ୍ତର୍ଗତ ଏହି ଗାଁରେ ହୋଲି ପର୍ବକୁ ନେଇ ଏକ ଅନ୍ଧବିଶ୍ୱାସ ଏଯାବତ ବଳବତ୍ତର ରହିଥିବା ଦେଖାଯାଏ, ଯେଉଁଥିପାଇଁ ଆଜକୁ ୧୦୦ ବର୍ଷ ହେଲା ଏହି ପର୍ବ ପାଳନ କରାଯାଉନାହିଁ। ଏହି ଘଟଣା ପଛରେ ବି ଏକ କାହାଣୀ ରହିଛି। ୧୦୦ ବର୍ଷ ପୂର୍ବେ ଜଣେ ରାଜାଙ୍କ ଝିଅର ମୃତ୍ୟୁ ହୋଲି ଦିନ ହୋଇଥିଲା। ଏହା ସତ୍ତ୍ୱେ ଦୁର୍ଗାପୁରରେ ହୋଲି ପାଳନ କରାଯାଇଥିଲା। ହୋଲି ପରେ ସେହି ଗାଁରେ ମହାମାରୀ ବ୍ୟାପିବା ଯୋଗୁ ବହୁ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହା ଦେଖି ରାଜା ସେବେଠାରୁ ସେହି ଗାଁରେ ହୋଲି ପାଳନ ହେବ ନାହିଁ ବୋଲି ଆଦେଶ ଦେଇଥିଲେ। ସେବେଠାରୁ ଦୁର୍ଗାପୁରର ଲୋକେ ସେହି ଆଦେଶ ପାଳନ କରି ଆସୁଛନ୍ତି। ଏହା ବ୍ୟତୀତ ସେଠାରେ ଲୋକଙ୍କର ଏବେ ବି ବିଶ୍ୱାସ ରହିଛି ଯେ, ଯଦି କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇବେ ତେବେ ଗାଁରେ ମହାମାରୀ ପୁଣି ବ୍ୟାପିଯିବ। ଏହି ଭୟ ସେଠାକାର ଲୋକଙ୍କୁୁ ହୋଲି ପାଳନରୁୁ ବଞ୍ଚତ୍ତ କରିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?