ଏଇ ଭାରତରେ

ଆତ୍ମନିର୍ଭରଶୀଳ ହେବା ଲାଗି ଇଚ୍ଛାଶକ୍ତି ଲୋଡ଼ା, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ରଞ୍ଜନା ଯାଦବ। ସେ ବାଥ୍‌ଟବ୍‌ରେ ମୁକ୍ତାଚାଷ କରି ୮୦ହଜାର ଟଙ୍କା ଲାଭ ପାଇଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୨୭। ସେ ଫରେଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୨୦୧୮ରେ ସେ ତାଙ୍କ ଶ୍ୱଶୁର ଘରେ ଏକ ବାଥଟବ୍‌ରେ ମୁକ୍ତା ସୃଷ୍ଟି କରୁଥିବା ୨୦ଟି ଶାମୁକା ରଖି ତା’ଯନତ୍ ନେବା ଆରମ୍ଭ କରିଥିଲେ। ୧୦ରୁ ୧୨ ମାସ ପରେ ପ୍ରତି ଶାମୁକାରେ ଦୁଇଟି ଲେଖା ମୁକ୍ତା ଗଠିତ ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ତାଙ୍କ ମୁକ୍ତା ଚାଷ ବଢାଇ ଉପତ୍ାଦିତ ମୁକ୍ତାକୁ ବିକ୍ରି କରି ୮୦,୦୦୦ ଟଙ୍କା ଲାଭ ପାଇଛନ୍ତି। ପରିବାରର ସହଯୋଗ ପାଇବା ପରେ ମୁକ୍ତାଚାଷ ଉପରେ ୭ଦିନିଆ ପ୍ରଶିକ୍ଷଣ ନେଇ ଏହି ଚାଷକୁ ଆଗକୁ ବଢ଼ାଇଛନ୍ତିି। ଆଗ୍ରାରେ ସେ ‘ବିଧିବାଣୀ ମୁକ୍ତା ଫାର୍ମ’ ନାମକ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି। ଶ୍ୱଶୁର ଘରେ ବେଶି ଜାଗା ନ ଥିବାରୁ ସେଠାରୁ ୬ କି.ମି ଦୂର ତାଙ୍କ ପୈତୃକ ଘରେ ଉକ୍ତ ଚାଷ ଆରମ୍ଭ କରିଛନ୍ତି। ସେଠାରେ ସେ କୁଣ୍ଡ ନିର୍ମାଣ କରି ସେଥିରେ ୨ ହଜାର ଶାମୁକା ଛାଡ଼ିଛନ୍ତି। ସେ ପ୍ରତିଦିନ ସେଠାକୁ ସକାଳେ ଯାଉଛନ୍ତି ଓ ଶାମୁକାଗୁଡିକୁ ଖାଇବାକୁ ଦେଉଛନ୍ତି। ଏଥିତ୍ପାଇଁ ସେ ଦିନକୁ ୨ରୁ ୩ ଘଣ୍ଟା ସମୟ ଦେଉଛନ୍ତି। ନଭେମ୍ବର ବେଳକୁ ସେ ଏଥିରୁ ପ୍ରାୟ ୪ ଲକ୍ଷ ଟଙ୍କା ଲାଭ କରିବେ ବୋଲି କହନ୍ତି ରଞ୍ଜନା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?