ଏଇ ଭାରତରେ

ସେବାରେ ବୟସ ବାଧକ ସାଜେନି ଯାହା ପ୍ରମାଣ କରିଛନ୍ତି କେରଳର ଅବଦୁଲ ଖାଦର। ସେ ଏକ ‘ଫୁଡ୍‌ ବ୍ୟାଙ୍କ’ ଖୋଲି ପ୍ରତିଦିନ ଗରିବ ଓ ଅସହାୟମାନଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ପ୍ରତିଦିନ ତାଙ୍କ ଫୁଡ ବ୍ୟାଙ୍କ୍‌ରେ ଗୃହହୀନମାନେ ବେଶି ଖାଇଥାଆନ୍ତି। ଥ୍ରିଶୁର ସହରର ଇରାଂଜିଲିକୁଡା ରୋଡ୍‌ ନିବାସୀ ଅବଦୁଲ ଖାଦର ଓମାନରେ ୩୮ ବର୍ଷ ରହିବା ପରେ କେରଳକୁ ଫେରି ଏହି ସେବା ଆରମ୍ଭ କରିଛନ୍ତି। ୧୯୭୯ରେ ଯେତେବେଳେ କାଦରଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଡ କରିବା କଷ୍ଟ ଥିଲା ସେତେବେଳେ ସେ ରୋଜଗାର ଅନ୍ବେଷଣରେ ଓମାନ ଚାଲିଯାଇଥିଲେ। ଭୋକିଲା ପେଟର ଜ୍ୱାଳା ସେ ଅନୁଭବ କରିଥିଲେ ଓ ତାଙ୍କ ପିତାଙ୍କ ଭାବନା ‘ଗରିବଙ୍କୁ ଖାଦ୍ୟ ଦେବା ମହତ୍‌ ସେବା’କୁ ସ୍ମରଣ କରି ସେ ଏହି ଫୁଡ୍‌ ବ୍ୟାଙ୍କ ଆରମ୍ଭ କରିଛନ୍ତି । ଗତବର୍ଷ ୨ ଅକ୍ଟୋବରରେ ସେ ଆରମ୍ଭ କଲେ ‘ଫୁଡ୍‌ ବ୍ୟାଙ୍କ୍‌’। ଖାଦରଙ୍କ ବୟସ ଏବେ ୬୬। ସେ ତାଙ୍କ ଘର ବାରଣ୍ଡାରେ ବନ୍ଦ କାଉଣ୍ଟର୍‌ରେ ଖାଦ୍ୟ ରଖି ଲୋକଙ୍କୁ ଦେଉଛନ୍ତି। ପିଇବା ପାଣି ମଧ୍ୟ ଯୋଗାଇ ଦେଉଛନ୍ତି। ଘର ଲୋକଙ୍କ ସହାୟତାରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତାଙ୍କ ସ୍ତ୍ରୀ ସୁନୀତା। ଯାହା ସେମାନେ ଘରେ ଖାଆନ୍ତି ତାହା ଗରିବମାନଙ୍କୁ ଦେଇଥାନ୍ତି। ଫୁଡ୍‌ ବ୍ୟାଙ୍କ୍‌ରେ କେହି ଯେମିତି ଖାଦ୍ୟ ନଷ୍ଟ ନ କରନ୍ତି ତାହା ଦେଖିବା ଲାଗି ସେ କ୍ୟାମେରା ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri