ଏଇ ଭାରତରେ

ସେବାରେ ବୟସ ବାଧକ ସାଜେନି ଯାହା ପ୍ରମାଣ କରିଛନ୍ତି କେରଳର ଅବଦୁଲ ଖାଦର। ସେ ଏକ ‘ଫୁଡ୍‌ ବ୍ୟାଙ୍କ’ ଖୋଲି ପ୍ରତିଦିନ ଗରିବ ଓ ଅସହାୟମାନଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ପ୍ରତିଦିନ ତାଙ୍କ ଫୁଡ ବ୍ୟାଙ୍କ୍‌ରେ ଗୃହହୀନମାନେ ବେଶି ଖାଇଥାଆନ୍ତି। ଥ୍ରିଶୁର ସହରର ଇରାଂଜିଲିକୁଡା ରୋଡ୍‌ ନିବାସୀ ଅବଦୁଲ ଖାଦର ଓମାନରେ ୩୮ ବର୍ଷ ରହିବା ପରେ କେରଳକୁ ଫେରି ଏହି ସେବା ଆରମ୍ଭ କରିଛନ୍ତି। ୧୯୭୯ରେ ଯେତେବେଳେ କାଦରଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଡ କରିବା କଷ୍ଟ ଥିଲା ସେତେବେଳେ ସେ ରୋଜଗାର ଅନ୍ବେଷଣରେ ଓମାନ ଚାଲିଯାଇଥିଲେ। ଭୋକିଲା ପେଟର ଜ୍ୱାଳା ସେ ଅନୁଭବ କରିଥିଲେ ଓ ତାଙ୍କ ପିତାଙ୍କ ଭାବନା ‘ଗରିବଙ୍କୁ ଖାଦ୍ୟ ଦେବା ମହତ୍‌ ସେବା’କୁ ସ୍ମରଣ କରି ସେ ଏହି ଫୁଡ୍‌ ବ୍ୟାଙ୍କ ଆରମ୍ଭ କରିଛନ୍ତି । ଗତବର୍ଷ ୨ ଅକ୍ଟୋବରରେ ସେ ଆରମ୍ଭ କଲେ ‘ଫୁଡ୍‌ ବ୍ୟାଙ୍କ୍‌’। ଖାଦରଙ୍କ ବୟସ ଏବେ ୬୬। ସେ ତାଙ୍କ ଘର ବାରଣ୍ଡାରେ ବନ୍ଦ କାଉଣ୍ଟର୍‌ରେ ଖାଦ୍ୟ ରଖି ଲୋକଙ୍କୁ ଦେଉଛନ୍ତି। ପିଇବା ପାଣି ମଧ୍ୟ ଯୋଗାଇ ଦେଉଛନ୍ତି। ଘର ଲୋକଙ୍କ ସହାୟତାରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତାଙ୍କ ସ୍ତ୍ରୀ ସୁନୀତା। ଯାହା ସେମାନେ ଘରେ ଖାଆନ୍ତି ତାହା ଗରିବମାନଙ୍କୁ ଦେଇଥାନ୍ତି। ଫୁଡ୍‌ ବ୍ୟାଙ୍କ୍‌ରେ କେହି ଯେମିତି ଖାଦ୍ୟ ନଷ୍ଟ ନ କରନ୍ତି ତାହା ଦେଖିବା ଲାଗି ସେ କ୍ୟାମେରା ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri