ଏଇ ଭାରତରେ

ଆମେ ପୃଥିବୀକୁ ପରିବର୍ତ୍ତନ କରିପାରିବା ନାହିଁ, କିନ୍ତୁ ଅନ୍ୟମାନଙ୍କ ଲାଗି ଏକ ଭଲ ଜୀବନର ଆଶା ସୃଷ୍ଟି କରିପାରିବା। ଏମିତି ଭାବନା ଆଣି ସମାଜସେବାରେ ଲାଗିଛନ୍ତି ନାଗାଲାଣ୍ଡର ଡିମାପୁରନିବାସୀ ସୁବୋନେମ୍ବା ଲଙ୍ଗକୁମେର୍‌। ନିଜସ୍ବ ଉଦ୍ୟମରେ ପ୍ରତିଷ୍ଠା କରିଛନ୍ତି ସ୍କୁଲ୍‌। ଯୌନ ଶୋଷଣର ଶିକାର ହେଉଥିବା ଶିଶୁ ଓ ଶିଶୁଶ୍ରମିକଙ୍କୁ ଉଦ୍ଧାର କରି ଶିକ୍ଷା ଦେଉଛନ୍ତିି। ୯ ବର୍ଷ ବୟସରେ ସୁବୋନେମ୍ବା ପିତାଙ୍କୁ ଓ ୧୨ବର୍ଷ ବୟସରେ ମା’ଙ୍କୁ ହରାଇ ମାମୁ ଘରେ ରହିଥିଲେ। ପିତାଙ୍କର ଜଣେ ବନ୍ଧୁଙ୍କଠାରୁ ସାହାଯ୍ୟ ପାଇ ପଢିବା ସହ ହୋଟେଲରେ ପାଣିଦେବା, ଜାଳେଣି କାଠ ସଂଗ୍ରହ କରିବା, ଅତିଥିମାନଙ୍କ ପାଇଁ ରୋଷେଇ କରିବା ସହ ଘରର ବିଭିନ୍ନ କାର୍ଯ୍ୟ କରୁଥିଲେ। ୨୦୦୦ରେ ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ସେ ଶିକ୍ଷା ମାଧ୍ୟମରେ ଶିଶୁଶ୍ରମିକଙ୍କୁ ଥଇଥାନ କରିବା ଲାଗି କାର୍ଯ୍ୟ କରୁଥିବା ଏକ ଏନ୍‌ଜିଓରେ ଡ୍ରାଇଭର ଭାବେ କାର୍ଯ୍ୟ କରିଥିଲେ। ନିଜେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ କିଣି ଚଲାଉଥିତ୍ଲେ। ଏନ୍‌ଜିଓ ଅନ୍ୟତ୍ର ଚାଲିଯିବା ପରେ ସ୍କୁଲରେ ସେତେବେଳେ ୧୮୦ ପିଲା ଥିଲେ। କାର ବିକ୍ରି କରି ଶିକ୍ଷକମାନଙ୍କୁ ଦରମା ଦେଇ ପୁଣି ସ୍କୁଲ୍‌ ଚଳାଇଥିଲେ। ଏବେ ସୁବୋନେମ୍ବା ଡିମାପୁରରେ ଏକ ସ୍କୁଲ୍‌, ଟୁଲିରେ ଏକ ଆବାସିକ ସ୍କୁଲ୍‌, ଅନୌପଚାରିକ ଭାବେ ରାଜ୍ୟର ବିଭିନ୍ନ ଜାଗାରେ ୧୫ଟି ସ୍କୁଲ୍‌ ଏବଂ ଏକ ମୋବାଇଲ ମେଡିକାଲ ୟୁନିଟ୍‌ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri