ଏଇ ଭାରତରେ

ଆମେ ପୃଥିବୀକୁ ପରିବର୍ତ୍ତନ କରିପାରିବା ନାହିଁ, କିନ୍ତୁ ଅନ୍ୟମାନଙ୍କ ଲାଗି ଏକ ଭଲ ଜୀବନର ଆଶା ସୃଷ୍ଟି କରିପାରିବା। ଏମିତି ଭାବନା ଆଣି ସମାଜସେବାରେ ଲାଗିଛନ୍ତି ନାଗାଲାଣ୍ଡର ଡିମାପୁରନିବାସୀ ସୁବୋନେମ୍ବା ଲଙ୍ଗକୁମେର୍‌। ନିଜସ୍ବ ଉଦ୍ୟମରେ ପ୍ରତିଷ୍ଠା କରିଛନ୍ତି ସ୍କୁଲ୍‌। ଯୌନ ଶୋଷଣର ଶିକାର ହେଉଥିବା ଶିଶୁ ଓ ଶିଶୁଶ୍ରମିକଙ୍କୁ ଉଦ୍ଧାର କରି ଶିକ୍ଷା ଦେଉଛନ୍ତିି। ୯ ବର୍ଷ ବୟସରେ ସୁବୋନେମ୍ବା ପିତାଙ୍କୁ ଓ ୧୨ବର୍ଷ ବୟସରେ ମା’ଙ୍କୁ ହରାଇ ମାମୁ ଘରେ ରହିଥିଲେ। ପିତାଙ୍କର ଜଣେ ବନ୍ଧୁଙ୍କଠାରୁ ସାହାଯ୍ୟ ପାଇ ପଢିବା ସହ ହୋଟେଲରେ ପାଣିଦେବା, ଜାଳେଣି କାଠ ସଂଗ୍ରହ କରିବା, ଅତିଥିମାନଙ୍କ ପାଇଁ ରୋଷେଇ କରିବା ସହ ଘରର ବିଭିନ୍ନ କାର୍ଯ୍ୟ କରୁଥିଲେ। ୨୦୦୦ରେ ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ସେ ଶିକ୍ଷା ମାଧ୍ୟମରେ ଶିଶୁଶ୍ରମିକଙ୍କୁ ଥଇଥାନ କରିବା ଲାଗି କାର୍ଯ୍ୟ କରୁଥିବା ଏକ ଏନ୍‌ଜିଓରେ ଡ୍ରାଇଭର ଭାବେ କାର୍ଯ୍ୟ କରିଥିଲେ। ନିଜେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ କିଣି ଚଲାଉଥିତ୍ଲେ। ଏନ୍‌ଜିଓ ଅନ୍ୟତ୍ର ଚାଲିଯିବା ପରେ ସ୍କୁଲରେ ସେତେବେଳେ ୧୮୦ ପିଲା ଥିଲେ। କାର ବିକ୍ରି କରି ଶିକ୍ଷକମାନଙ୍କୁ ଦରମା ଦେଇ ପୁଣି ସ୍କୁଲ୍‌ ଚଳାଇଥିଲେ। ଏବେ ସୁବୋନେମ୍ବା ଡିମାପୁରରେ ଏକ ସ୍କୁଲ୍‌, ଟୁଲିରେ ଏକ ଆବାସିକ ସ୍କୁଲ୍‌, ଅନୌପଚାରିକ ଭାବେ ରାଜ୍ୟର ବିଭିନ୍ନ ଜାଗାରେ ୧୫ଟି ସ୍କୁଲ୍‌ ଏବଂ ଏକ ମୋବାଇଲ ମେଡିକାଲ ୟୁନିଟ୍‌ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri