ସାମ୍ବାଦିକରୁ ସାହିତ୍ୟିକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ସାଧନାର ସ୍ବାଦ ସେ ହିଁ ପ୍ରାପ୍ତ କରନ୍ତି ଯେତେେବେଳ ସମାଜ ଦିଏ ତାଙ୍କୁ ଏକ ସ୍ବତନ୍ତ୍ର ସ୍ବୀକୃତି। ସେହି ସ୍ବୀକୃତି ପ୍ରେରଣା ଯୋଗାଏ ଏକ ଜାଗାକୁ ଖେଦିଯିବାକୁ, ନିଜ ଭାବନାକୁ ଆହୁରି ଅଧିକରୁ ଅଧିକ ପରିପୁଷ୍ଟ କରିବାକୁ, ଯେମିତି କରିଛନ୍ତି କେରଳର ମାଲୟାଲମ କବି ପ୍ରଫେସର ଭି. ମଧୁସୂଦନନ୍‌ ନାୟାର। ସୃଜନର ଅସୀମ ସାଗରରୁ ଶବ୍ଦ ସାଉଁଟି ନିଜ ଭାବନାକୁ କବିତା ମାଧ୍ୟମରେ ପରିପ୍ରକାଶ କରି ଅତି ସରଳ ଓ ସାବଲୀଳ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ସମାଜର ହିତରେ ତାଙ୍କ ଭାବନା କେବଳ କବିତାରେ ପରିସ୍ଫୁଟିତ ହୋଇନି ବରଂ ମନୋରଞ୍ଜନ ଦୁନିଆରେ ନିଜର ଏକ ଛାପ ଛାଡିଯାଇଛନ୍ତି। ନିକଟରେ ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ପ୍ରଫେସର ନାୟାର। ‘ଅଚ୍ଚନ ପିରନ୍ନା ବେଦୁ’ (ମାଲୟାଲମ)କାବ୍ୟ ଲାଗି ତାଙ୍କୁ ମନୋନୀତ କରାଯାଇଛି।
ମାଲୟାଲମ ସାହିତ୍ୟର କବି ତଥା ଆଲୋଚକ ନାୟାର କବିତା ଆବୃତ୍ତି କରିବାରେ ବି ଧୂରନ୍ଦର। ଏଥିଲାଗି ସେ ଖୁବ୍‌ ଲୋକପ୍ରିୟ। ତାଙ୍କର କାବ୍ୟ ‘ନରନାଥୁ ଭ୍ରନ୍ଥନା’ ସବୁଠାରୁ ବେଶି ଆଦୃତି ଲାଭ କରିଛି। ମାଲୟାଲମରେ ଏହାର ସବୁଠୁ ବେଶି ସଂସ୍କରଣ ପ୍ରକାଶ ପାଇଛି। କବିତା ଲେଖାରେ ଥକି ଯାଇ ନାହିଁ ତାଙ୍କ ମନ। ସଂଯୋଜିତ ଶବ୍ଦ ଭିତରେ ସେ ବାନ୍ଧି ରଖିନାହାନ୍ତି ତାଙ୍କ ଭାବନାକୁ।
ଆଉପାଦେ ଆଗକୁ ଯାଇ ତାହାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ନିଆରା ଶୈଳୀରେ। ନିଜର ତଥା ଅନ୍ୟ ପ୍ରତିଷ୍ଠିତ କବିମାନଙ୍କ କବିତା ଆବୃତ୍ତି କରି ତାହାର ମ୍ୟୁଜିକ ଆଲବମ୍‌ ମଧ୍ୟ କରିଛନ୍ତି। ଏହା ହିଁ ତାଙ୍କ ବ୍ୟକ୍ତିତ୍ୱର ଭିନ୍ନ ଏକ ପରିଚୟ ଦେଉଛି।
ଥିରୁଭାନ୍ତପୁରମ୍‌ର ନେୟାଟ୍ଟିଙ୍କାରା ନିକଟରେ ଥିବା ଏକ ଛୋଟ ନଈକୂଳିଆ ଗାଁରେ ୨୫ ଫେବୃୟାରୀ, ୧୯୪୯ରେ ଭି. ମଧୁସୂଦନନ୍‌ ନାୟାରଙ୍କ ଜନ୍ମ। ତାଙ୍କ ମା’ଙ୍କ ନାମ କେ. ଗୌରୀକୁଟ୍ଟୀ ଆମ୍ମା। ପିତା କେ. ବେଲାୟୁଧନ୍‌ ପିଲାଇ କେରଳରେ ପାଳିତ ହେଉଥିବା ଥୋଟ୍ଟାମ ପାଟ୍ଟୁ ପର୍ବରେ କର୍ମକାଣ୍ଡୀୟ ଗୀତ ଆବୃତ୍ତି କରି ଲୋକପ୍ରିୟତା ଅର୍ଜନ କରିଥିଲେ। ଅତି ଛୋଟବେଳୁ ନାୟାର ଏହା ଶିଖିଯାଇଥିଲେ। ଗୀତ ଆବୃତ୍ତି କରିବାର ସେହି ଶକ୍ତି ଓ ଧାରାକୁ ଏବେ କବିତାରେ ଧରି ରଖିଛନ୍ତି। ସ୍କୁଲ୍‌ରେ ପଢିବାବେଳୁ କବିତା ଲେଖିବାରେ ସେ ଗଭୀର ମନୋନିବେଶ କରିଥିଲେ। ୧୯୮୦ରେ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା। ହେଲେ ୧୯୯୨ରେ ପ୍ରକାଶ ପାଇଥିଲା ପ୍ରଥମ କାବ୍ୟ ‘ନରନାଥୁ ଭ୍ରନ୍ଥନା’। ୪୦ଟିରୁ ଊର୍ଦ୍ଧ୍ୱ ସଂସ୍କରଣରେ ଏହା ପ୍ରକାଶ ପାଇ ମାଲୟାଲମ ସାହିତ୍ୟରେ ସବୁଠୁ ବେଶି ଲୋକପ୍ରିୟତା ଅର୍ଜନ କରିଛି। ୧୮ଟି ସଂସ୍କରଣରେ ପ୍ରକାଶ ପାଇଥିବା ଛାଙ୍ଗମ୍‌ପୂଝା କ୍ରିଷ୍ଣା ପିଲାଇଙ୍କ ରାମାୟଣକୁ ବି ଏହା ଟପିଯାଇଛି। ମାଲୟାଲମରେ କବିତା ଲେଖିବା ତାଙ୍କ ପସନ୍ଦ ହୋଇଥିଲେ ହେଁ ସେ ଇଂଲିଶ, ହିନ୍ଦୀ, ସଂସ୍କୃତ ଓ ତାମିିଲରେ ବି କଥା ହୋଇପାରନ୍ତି। କବିତା ସହ ତାଙ୍କର ସମୀକ୍ଷାମତ୍କ କଥାବସ୍ତୁ , ବିଜ୍ଞାନ ଓ କେରଳର ଲୋକସାହିତ୍ୟ ଉପରେ ଆଧାରିତ ବହି ସହ ଗୋଟିଏ ଶବ୍ଦକୋଷକୁ ନେଇ ପାଞ୍ଚଟି ପୁସ୍ତକ ପ୍ରକାଶ ପାଇଛି। ଏଥି ସହିତ ୫ଟିି ମାଲୟାଲମ ସିନେମା ଲାଗି ଗୀତ ଲେଖିତ୍ ଜଣେ ଜଣାଶୁଣା ଗୀତିକାର ପାଲଟିଯାଇଛନ୍ତି। ତାଙ୍କ କବିତାକୁ ୪ଟି ଫିଲ୍ମରେ ମଧ୍ୟ ବ୍ୟବହାର କରାଯାଇଛି।
ସମାଜର ସମସ୍ୟାକୁ ଲୋକଲୋଚନକୁ ଆଣିବା ଲାଗି ପ୍ରାରମ୍ଭିକ ନାୟାର ସାମ୍ବାଦିକତାକୁ ଆଦରି ନେଇଥିଲେ। ଙ୍କୁକୁମମ୍‌୍‌ ପ୍ରତିକା ଓ ଦୈନିକ ଭିକ୍ଷାନ୍ନମ୍‌ରୁ ସେ କାର୍ଯ୍ୟ ଆରମ୍ଭ କରିବା ସହ ଅଲ୍‌ ଇଣ୍ଡିଆ ରେଡିଓ, ଥିରୁଭାନ୍ତପୁରମରେ କାର୍ଯ୍ୟକ୍ରମ ଉପସ୍ଥାପକ ଭାବେ କାର୍ଯ୍ୟ କରଥିଲେ। ପରେ କେରଳ ଲିଟରେଚର ଇନ୍‌ଷ୍ଟିଚ୍ୟୁଟରେ ସହ-ସମ୍ପାଦକ ହୋଇଥିଲେ। ପରେ ସେ ଟାଣି ହୋଇଗଲେ ଶିକ୍ଷା କ୍ଷେତ୍ରକୁ। ଥିରୁଭାନ୍ତପୁରମର ସେଣ୍ଟ୍‌ ଜାଭିୟର୍ସ କଲେଜରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ସେଠାରେ ସେ ପ୍ରାଧ୍ୟାପକ ପଦ ଅଳଙ୍କୃୃତ କରିବା ସହ ମାଲାୟାଲମ ସାହିତ୍ୟ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ସେଠାରୁ ଅବସର ନେଇଥିଲେ।
ଏହି ପ୍ରତିଭାଧରଙ୍କ ଲାଗି ପୁରସ୍କାରର ଅୟମାରମ୍ଭ ହୁଏ ୧୯୮୬ରେ। ସେ ଏହି ବର୍ଷ କୁଞ୍ଜୁ ପିଲାଇ ସମ୍ମାନ ପାଇଥିଲେ। ପରେ ୧୯୯୦ରେ କେ. ବାଲ୍‌କୃଷ୍ଣ ପୁରସ୍କାର, ୧୯୯୩ରେ ନରନାଥୁ ଭ୍ରନ୍ଥନା ଲାଗି କେରଳ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩ରେ ଅସନ ସ୍ମାରକ କବିତା ପୁରସ୍କାରମ୍‌, ଆର.ଜି.ମଙ୍ଗଳମ୍‌ ଏବଂ ସୌପର୍ଣ୍ଣିକାଥିରମ୍‌ ପ୍ରତିଭା ପୁରସ୍କାରମ୍‌ ,୨୦୧୫ରେ ଜନ୍ମାଷ୍ଟମୀ ପୁରସ୍କାରମ୍‌ ଓ ୨୦୧୬ରେ ପଦ୍ମପ୍ରଭା ସାହିତ୍ୟ ପୁରସ୍କାର ପାଇବା ତାଙ୍କ ସୃଜନ ସ୍ବୀକୃତିର ଗୋଟିଏ ଗୋଟିଏ ଉପହାର ଭଳିି ଲାଗେ।
ନେୟାଟ୍ଟିଙ୍କାରାସ୍‌ ଓ କୋଟ୍ଟୁକନମ୍‌ରେ ନାୟାରଙ୍କ ବାଲ୍ୟ ଶିକ୍ଷା ଶେଷ ହୋଇଥିଲା। ଭେଲୁ ଥାମ୍ପି ମେମୋରିଆଲ ନାୟର ସର୍ଭିସ ସୋସାଇଟି କଲେଜରୁ ପ୍ରି-ଡିଗ୍ରୀ ଶେଷକରିବା ପରେ ମହାମତ୍ା ଗାନ୍ଧୀ କଲେଜରୁ ଡିଗ୍ରୀ ହାସଲ କରିବା ପରେ ଥିରୁବନ୍ତପୁରମ୍‌ର ୟୁନିଭର୍ସିଟି କଲେଜରୁ ସ୍ନାତକୋତ୍ତର ହାସଲ କରିଛନ୍ତି। ସ୍ତ୍ରୀ ମାଳତୀ ଦେବୀ , ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ନାୟରଙ୍କ ପରିବାର।ଏବେ ସେ ସପରିବାର ଥିରୁଭାନ୍ତପୁରମ୍‌ର ଦେବସ୍ବମ୍‌ ବୋର୍ଡ ଜଙ୍କସନ୍‌ରେ ରହୁଛନ୍ତି। ତାଙ୍କ କାର୍ଯ୍ୟଧାରା ଏବକାର ପିଢିଙ୍କୁ ସାହିତ୍ୟ ସାଧନାର ପଥ ଦେଖାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri