ସାମ୍ବାଦିକରୁ ସାହିତ୍ୟିକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ସାଧନାର ସ୍ବାଦ ସେ ହିଁ ପ୍ରାପ୍ତ କରନ୍ତି ଯେତେେବେଳ ସମାଜ ଦିଏ ତାଙ୍କୁ ଏକ ସ୍ବତନ୍ତ୍ର ସ୍ବୀକୃତି। ସେହି ସ୍ବୀକୃତି ପ୍ରେରଣା ଯୋଗାଏ ଏକ ଜାଗାକୁ ଖେଦିଯିବାକୁ, ନିଜ ଭାବନାକୁ ଆହୁରି ଅଧିକରୁ ଅଧିକ ପରିପୁଷ୍ଟ କରିବାକୁ, ଯେମିତି କରିଛନ୍ତି କେରଳର ମାଲୟାଲମ କବି ପ୍ରଫେସର ଭି. ମଧୁସୂଦନନ୍‌ ନାୟାର। ସୃଜନର ଅସୀମ ସାଗରରୁ ଶବ୍ଦ ସାଉଁଟି ନିଜ ଭାବନାକୁ କବିତା ମାଧ୍ୟମରେ ପରିପ୍ରକାଶ କରି ଅତି ସରଳ ଓ ସାବଲୀଳ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ସମାଜର ହିତରେ ତାଙ୍କ ଭାବନା କେବଳ କବିତାରେ ପରିସ୍ଫୁଟିତ ହୋଇନି ବରଂ ମନୋରଞ୍ଜନ ଦୁନିଆରେ ନିଜର ଏକ ଛାପ ଛାଡିଯାଇଛନ୍ତି। ନିକଟରେ ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ପ୍ରଫେସର ନାୟାର। ‘ଅଚ୍ଚନ ପିରନ୍ନା ବେଦୁ’ (ମାଲୟାଲମ)କାବ୍ୟ ଲାଗି ତାଙ୍କୁ ମନୋନୀତ କରାଯାଇଛି।
ମାଲୟାଲମ ସାହିତ୍ୟର କବି ତଥା ଆଲୋଚକ ନାୟାର କବିତା ଆବୃତ୍ତି କରିବାରେ ବି ଧୂରନ୍ଦର। ଏଥିଲାଗି ସେ ଖୁବ୍‌ ଲୋକପ୍ରିୟ। ତାଙ୍କର କାବ୍ୟ ‘ନରନାଥୁ ଭ୍ରନ୍ଥନା’ ସବୁଠାରୁ ବେଶି ଆଦୃତି ଲାଭ କରିଛି। ମାଲୟାଲମରେ ଏହାର ସବୁଠୁ ବେଶି ସଂସ୍କରଣ ପ୍ରକାଶ ପାଇଛି। କବିତା ଲେଖାରେ ଥକି ଯାଇ ନାହିଁ ତାଙ୍କ ମନ। ସଂଯୋଜିତ ଶବ୍ଦ ଭିତରେ ସେ ବାନ୍ଧି ରଖିନାହାନ୍ତି ତାଙ୍କ ଭାବନାକୁ।
ଆଉପାଦେ ଆଗକୁ ଯାଇ ତାହାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ନିଆରା ଶୈଳୀରେ। ନିଜର ତଥା ଅନ୍ୟ ପ୍ରତିଷ୍ଠିତ କବିମାନଙ୍କ କବିତା ଆବୃତ୍ତି କରି ତାହାର ମ୍ୟୁଜିକ ଆଲବମ୍‌ ମଧ୍ୟ କରିଛନ୍ତି। ଏହା ହିଁ ତାଙ୍କ ବ୍ୟକ୍ତିତ୍ୱର ଭିନ୍ନ ଏକ ପରିଚୟ ଦେଉଛି।
ଥିରୁଭାନ୍ତପୁରମ୍‌ର ନେୟାଟ୍ଟିଙ୍କାରା ନିକଟରେ ଥିବା ଏକ ଛୋଟ ନଈକୂଳିଆ ଗାଁରେ ୨୫ ଫେବୃୟାରୀ, ୧୯୪୯ରେ ଭି. ମଧୁସୂଦନନ୍‌ ନାୟାରଙ୍କ ଜନ୍ମ। ତାଙ୍କ ମା’ଙ୍କ ନାମ କେ. ଗୌରୀକୁଟ୍ଟୀ ଆମ୍ମା। ପିତା କେ. ବେଲାୟୁଧନ୍‌ ପିଲାଇ କେରଳରେ ପାଳିତ ହେଉଥିବା ଥୋଟ୍ଟାମ ପାଟ୍ଟୁ ପର୍ବରେ କର୍ମକାଣ୍ଡୀୟ ଗୀତ ଆବୃତ୍ତି କରି ଲୋକପ୍ରିୟତା ଅର୍ଜନ କରିଥିଲେ। ଅତି ଛୋଟବେଳୁ ନାୟାର ଏହା ଶିଖିଯାଇଥିଲେ। ଗୀତ ଆବୃତ୍ତି କରିବାର ସେହି ଶକ୍ତି ଓ ଧାରାକୁ ଏବେ କବିତାରେ ଧରି ରଖିଛନ୍ତି। ସ୍କୁଲ୍‌ରେ ପଢିବାବେଳୁ କବିତା ଲେଖିବାରେ ସେ ଗଭୀର ମନୋନିବେଶ କରିଥିଲେ। ୧୯୮୦ରେ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା। ହେଲେ ୧୯୯୨ରେ ପ୍ରକାଶ ପାଇଥିଲା ପ୍ରଥମ କାବ୍ୟ ‘ନରନାଥୁ ଭ୍ରନ୍ଥନା’। ୪୦ଟିରୁ ଊର୍ଦ୍ଧ୍ୱ ସଂସ୍କରଣରେ ଏହା ପ୍ରକାଶ ପାଇ ମାଲୟାଲମ ସାହିତ୍ୟରେ ସବୁଠୁ ବେଶି ଲୋକପ୍ରିୟତା ଅର୍ଜନ କରିଛି। ୧୮ଟି ସଂସ୍କରଣରେ ପ୍ରକାଶ ପାଇଥିବା ଛାଙ୍ଗମ୍‌ପୂଝା କ୍ରିଷ୍ଣା ପିଲାଇଙ୍କ ରାମାୟଣକୁ ବି ଏହା ଟପିଯାଇଛି। ମାଲୟାଲମରେ କବିତା ଲେଖିବା ତାଙ୍କ ପସନ୍ଦ ହୋଇଥିଲେ ହେଁ ସେ ଇଂଲିଶ, ହିନ୍ଦୀ, ସଂସ୍କୃତ ଓ ତାମିିଲରେ ବି କଥା ହୋଇପାରନ୍ତି। କବିତା ସହ ତାଙ୍କର ସମୀକ୍ଷାମତ୍କ କଥାବସ୍ତୁ , ବିଜ୍ଞାନ ଓ କେରଳର ଲୋକସାହିତ୍ୟ ଉପରେ ଆଧାରିତ ବହି ସହ ଗୋଟିଏ ଶବ୍ଦକୋଷକୁ ନେଇ ପାଞ୍ଚଟି ପୁସ୍ତକ ପ୍ରକାଶ ପାଇଛି। ଏଥି ସହିତ ୫ଟିି ମାଲୟାଲମ ସିନେମା ଲାଗି ଗୀତ ଲେଖିତ୍ ଜଣେ ଜଣାଶୁଣା ଗୀତିକାର ପାଲଟିଯାଇଛନ୍ତି। ତାଙ୍କ କବିତାକୁ ୪ଟି ଫିଲ୍ମରେ ମଧ୍ୟ ବ୍ୟବହାର କରାଯାଇଛି।
ସମାଜର ସମସ୍ୟାକୁ ଲୋକଲୋଚନକୁ ଆଣିବା ଲାଗି ପ୍ରାରମ୍ଭିକ ନାୟାର ସାମ୍ବାଦିକତାକୁ ଆଦରି ନେଇଥିଲେ। ଙ୍କୁକୁମମ୍‌୍‌ ପ୍ରତିକା ଓ ଦୈନିକ ଭିକ୍ଷାନ୍ନମ୍‌ରୁ ସେ କାର୍ଯ୍ୟ ଆରମ୍ଭ କରିବା ସହ ଅଲ୍‌ ଇଣ୍ଡିଆ ରେଡିଓ, ଥିରୁଭାନ୍ତପୁରମରେ କାର୍ଯ୍ୟକ୍ରମ ଉପସ୍ଥାପକ ଭାବେ କାର୍ଯ୍ୟ କରଥିଲେ। ପରେ କେରଳ ଲିଟରେଚର ଇନ୍‌ଷ୍ଟିଚ୍ୟୁଟରେ ସହ-ସମ୍ପାଦକ ହୋଇଥିଲେ। ପରେ ସେ ଟାଣି ହୋଇଗଲେ ଶିକ୍ଷା କ୍ଷେତ୍ରକୁ। ଥିରୁଭାନ୍ତପୁରମର ସେଣ୍ଟ୍‌ ଜାଭିୟର୍ସ କଲେଜରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ସେଠାରେ ସେ ପ୍ରାଧ୍ୟାପକ ପଦ ଅଳଙ୍କୃୃତ କରିବା ସହ ମାଲାୟାଲମ ସାହିତ୍ୟ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ସେଠାରୁ ଅବସର ନେଇଥିଲେ।
ଏହି ପ୍ରତିଭାଧରଙ୍କ ଲାଗି ପୁରସ୍କାରର ଅୟମାରମ୍ଭ ହୁଏ ୧୯୮୬ରେ। ସେ ଏହି ବର୍ଷ କୁଞ୍ଜୁ ପିଲାଇ ସମ୍ମାନ ପାଇଥିଲେ। ପରେ ୧୯୯୦ରେ କେ. ବାଲ୍‌କୃଷ୍ଣ ପୁରସ୍କାର, ୧୯୯୩ରେ ନରନାଥୁ ଭ୍ରନ୍ଥନା ଲାଗି କେରଳ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩ରେ ଅସନ ସ୍ମାରକ କବିତା ପୁରସ୍କାରମ୍‌, ଆର.ଜି.ମଙ୍ଗଳମ୍‌ ଏବଂ ସୌପର୍ଣ୍ଣିକାଥିରମ୍‌ ପ୍ରତିଭା ପୁରସ୍କାରମ୍‌ ,୨୦୧୫ରେ ଜନ୍ମାଷ୍ଟମୀ ପୁରସ୍କାରମ୍‌ ଓ ୨୦୧୬ରେ ପଦ୍ମପ୍ରଭା ସାହିତ୍ୟ ପୁରସ୍କାର ପାଇବା ତାଙ୍କ ସୃଜନ ସ୍ବୀକୃତିର ଗୋଟିଏ ଗୋଟିଏ ଉପହାର ଭଳିି ଲାଗେ।
ନେୟାଟ୍ଟିଙ୍କାରାସ୍‌ ଓ କୋଟ୍ଟୁକନମ୍‌ରେ ନାୟାରଙ୍କ ବାଲ୍ୟ ଶିକ୍ଷା ଶେଷ ହୋଇଥିଲା। ଭେଲୁ ଥାମ୍ପି ମେମୋରିଆଲ ନାୟର ସର୍ଭିସ ସୋସାଇଟି କଲେଜରୁ ପ୍ରି-ଡିଗ୍ରୀ ଶେଷକରିବା ପରେ ମହାମତ୍ା ଗାନ୍ଧୀ କଲେଜରୁ ଡିଗ୍ରୀ ହାସଲ କରିବା ପରେ ଥିରୁବନ୍ତପୁରମ୍‌ର ୟୁନିଭର୍ସିଟି କଲେଜରୁ ସ୍ନାତକୋତ୍ତର ହାସଲ କରିଛନ୍ତି। ସ୍ତ୍ରୀ ମାଳତୀ ଦେବୀ , ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ନାୟରଙ୍କ ପରିବାର।ଏବେ ସେ ସପରିବାର ଥିରୁଭାନ୍ତପୁରମ୍‌ର ଦେବସ୍ବମ୍‌ ବୋର୍ଡ ଜଙ୍କସନ୍‌ରେ ରହୁଛନ୍ତି। ତାଙ୍କ କାର୍ଯ୍ୟଧାରା ଏବକାର ପିଢିଙ୍କୁ ସାହିତ୍ୟ ସାଧନାର ପଥ ଦେଖାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri