Posted inଖେଳ

ବାରବାଟୀରେ ସିରିଜ ନିର୍ଣ୍ଣାୟକ ମୁକାବିଲା

କଟକ,୨୧।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟର ମକ୍କାଭାବେ ପରିଚିତ ବାରବାଟୀ ଷ୍ଟାଡିୟମ ଏବେ ଚଳଚଞ୍ଚଳ। ଏହି ଐତିହାସିକ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହେବ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ। ମ୍ୟାଚର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଭୟ ଦଳ ବେଶ୍‌ କିଛି ସମୟ ନେଟ୍ସରେ ଶନିବାର ଝାଳ ବୁହାଇଛନ୍ତି। ପ୍ରଥମ ୨ଟି ଗେମ୍‌ ପରେ ଚଳିତ ସିରିଜ ୧-୧ ସ୍ଥିତିରେ ଥିବାରୁ ବାରବାଟୀ ମ୍ୟାଚର ଗୁରୁତ୍ୱ ବଢ଼ି ଯାଇଛି। ଏଠାରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ। ଯିଏ ଜିତିବ ସିରିଜ୍‌ କବ୍‌ଜା କରିବ। ତେଣୁ ଓଡ଼ିଶା ଦର୍ଶକ ଏଠାରେ ଏକ ରୋମାଞ୍ଚକ ମ୍ୟାଚ ଉପଭୋଗ କରିବା ଆଶା ରହିଛି।
କ୍ରମାଗତ ସିରିଜ ବିଜୟ ଲକ୍ଷ୍ୟ:
ଭାରତ ଏହା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ୯ ଥର ଦ୍ୱିପାକ୍ଷିକ ସିରିଜ ବିଜୟୀ ହୋଇଛି। ତେଣୁ ବାରବାଟୀରେ ମ୍ୟାଚ ଜିତି ଦଳ ଏହି ସଂଖ୍ୟାକୁ ୧୦ରେ ପହଞ୍ଚାବା ଲକ୍ଷ୍ୟ ରଖିଛି। ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ବିସ୍ମିତ କଲାଭରି ପ୍ରଦର୍ଶନ କରିଥିଲେ ହେଁ ବିଶାଖାପାଟଣାରେ ଟିମ୍‌ ଇଣ୍ଡିଆ ଅଲରାଉଣ୍ଡ ଖେଳ ଦେଖାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଅଧିନାୟକ ବିରାଟ କୋହଲିଙ୍କ ବିରଳ ଡକ୍‌(୦)କୁ ଛାଡ଼ିଦେଲେ ଭାରତୀୟ ଦଳର ଅନ୍ୟ ସମସ୍ତ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଚମତ୍କାର ଖେଳିଥିଲେ।
ରେକର୍ଡ କରିବେ ରୋହିତ:
ଗତ ମ୍ୟାଚରେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦ୍ୱିଶତକୀୟ(୨୨୦) ଭାଗୀଦାରି ମୁଖ୍ୟ ଆକର୍ଷଣରେ ରହିଥିଲା। ସେହି ମ୍ୟାଚରେ ୧୫୯ ରନ କରିଥିବା ରୋହିତ ଶର୍ମା କଟକରେ ଏକ ରେକର୍ଡର ଅଧିକାରୀ ହେବାର ଦ୍ୱାରରେ ପହଞ୍ଚତ୍ ଯାଇଛନ୍ତି। ସେ କଟକରେ ମାତ୍ର ୯ ରନ କଲେ ଜଣେ ଓପନରଭାବେ କ୍ରିକେଟର ସମସ୍ତ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀଭାବେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିବେ। ଗତବର୍ଷ ଜୁନ୍‌ରେ ଆଇସିସି ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚଠାରୁ ରୋହିତ ସ୍ଥିର ପ୍ରଦର୍ଶନ କରି ଆସିଛନ୍ତି। ଚଳିତ ସିରିଜରେ ସେ ଓ୍ବେଷ୍ଟଇଣ୍ଡିଜ ଦଳ ପାଇଁ ଚିନ୍ତାର କାରଣ ପାଲଟି ଯାଇଛନ୍ତି। ତାଙ୍କ ବ୍ୟତୀତ ଗତ ମ୍ୟାଚରେ ଫର୍ମର ନମୁନା ଦେଖାଇଥିବା ଶ୍ରେୟାସ ଆୟାର ଓ ରିଷଭ ପନ୍ତ ଏଠାରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ବର୍ଷଶେଷ କରିବା ଲକ୍ଷ୍ୟରେ ଅଛନ୍ତି।
ଆରମ୍ଭ କରିବେ ସଇନୀ:
ଦିଲ୍ଲୀ ଦ୍ରୁତ ବୋଲର ନବଦୀପ ସଇନୀ ଆଗାମୀ ମ୍ୟାଚରେ ଏକଦିବସୀୟ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ଯଥେଷ୍ଟ ସମ୍ଭାବନା ରହିଛି। ଦୀପକ ଚହର ଆହତ ଥିବାରୁ ତାଙ୍କ ସ୍ଥାନରେ ସଇନୀଙ୍କୁ ଦଳରେ ନିଆ ଯାଇଛି। ମହମ୍ମଦ ସାମି ଓ ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ। ଗତ ମ୍ୟାଚରେ ଉଇକେଟ ନେବାରେ ହ୍ୟାଟ୍ରିକ କରିଥିବାରୁ କୁଲଦୀପ ଯାଦବ ମଧ୍ୟ ଦର୍ଶକଙ୍କ ନଜରରେ ରହିବେ।
ହାଇସ୍କୋରିଂ ମ୍ୟାଚ:
ବିଶାଖାପାଟଣା ପରି ବାରବାଟୀରେ ମଧ୍ୟ ହାଇସ୍କୋରିଂ ମ୍ୟାଚ ହେବା ସମ୍ଭାବନା ରହିଛି। ଏ ସମ୍ପର୍କରେ କ୍ୟୁରେଟର କିଛି ସ୍ପଷ୍ଟ କରି ନ ଥିଲେ ହେଁ ବାରବାଟୀ ଏହାର ଦର୍ଶକଙ୍କୁ ଏକ ରୋମାଞ୍ଚକ ମ୍ୟାଚ ଭେଟିଦେବା ଅପେକ୍ଷାରେ ରହିଛି। ମ୍ୟାଚକୁ ଶୃଙ୍ଖଳିତ, ସଫଳ ଏବଂ ଚର୍ଚ୍ଚିତ କରିବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ଆଶାରେ ଓ୍ବେଷ୍ଟଇଣ୍ଡିଜ:
ଚେନ୍ନାଇ ମ୍ୟାଚରେ ବାମ-ଡାହାଣହାତୀ ବ୍ୟାଟିଂ କମ୍ବିନେଶନ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲା। ହେଟମେର ଓ ଶାଇ ହୋପ୍‌ ଓ୍ବେଷ୍ଟଇଣ୍ଡିଜ ବିଜୟର ନେତୃତ୍ୱ ନେଇଥିଲେ। ବିଶାଖାପାଟଣାରେ ମଧ୍ୟ ଯଦି ଆୟାର ଡାଇରେକ୍ଟ ଥ୍ରୋ କରି ହେଟମେରଙ୍କୁ ରନଆଉଟ କରି ନ ଥାନ୍ତେ ତେବେ ହୁଏତ ଓ୍ବେଷ୍ଟଇଣ୍ଡିଜ ନିଶ୍ଚିତ ଲଢ଼େଇ କରିଥାନ୍ତା। ଚେନ୍ନାଇରେ କ୍ୟାରିୟର ଶ୍ରେଷ୍ଠ ୧୩୯ ରନ କରିଥିବା ହେଟମେରଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ ୮.୫ କୋଟି ଟଙ୍କାରେ କିଣିଛି। ତେଣୁ ହେଟମେରଙ୍କ ମନୋବଳ ଏବେ କାହିଁ କେତେ ଉପରେ। ଆଇପିଏଲ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି ବୋଲି କୋଚ୍‌ ଫିଲ୍‌ ସିମନ୍ସ ସ୍ବୀକାର କରିଛନ୍ତି। ଶାଇ ହୋପ୍‌ ଚଳିତ ବର୍ଷ ରୋହିତଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ତେଣୁ ଓ୍ବେଷ୍ଟଇଣ୍ଡିଜ ଆଗାମୀ ମ୍ୟାଚ ଜିତି ସିରିଜ ବିଜୟୀ ହେବାକୁ ଆଶା ରଖିଛି।
କାକରର ପ୍ରଭାବ ରହିବ:
ଗତ ୨ଟି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ଫିଲ୍ଡି ନିଷ୍ପତ୍ତି ନେଇଥିଲେ। ପ୍ରଥମ ମ୍ୟାଚରେ ସେ ନିଜ ରଣନୀତିରେ ସଫଳ ମଧ୍ୟ ହୋଇଥିଲେ। ଆଗାମୀ ମ୍ୟାଚରେ ମଧ୍ୟ ଟସ୍‌ ଜିତିବା ଦଳ କିଛି ନିଷ୍ପତ୍ତି ନେବାପୂର୍ବରୁ ଅନେକ କିଛି ଭାବିବେ ନିଶ୍ଚିତ। କାରଣ ଏଠାରେ କାକରର ପ୍ରଭାବ ରହିବ। ଦ୍ୱିତୀୟରେ ବୋଲିଂ କରିବା ଦଳ ପାଇଁ ହିତକର ହେବ କି ନାହିଁ ସେ ସମ୍ପର୍କରେ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିବ।
ଧାରା ଭାଙ୍ଗିବା ଲକ୍ଷ୍ୟ:
ଓ୍ବେଷ୍ଟଇଣ୍ଡିଜ ଗତ ୧୩ ବର୍ଷ ଧରି ଭାରତ ବିପକ୍ଷରେ ଦ୍ୱିପାକ୍ଷିକ ଦିନିକିଆ କ୍ରିକେଟ ସିରିଜ ଜିତି ପାରିନାହିଁ। ଏବେ ଦଳ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଏହାର ସଦୁପଯୋଗ କରି ଦଳ ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି। ବାରବାଟୀରେ ୨ ବର୍ଷ ପୂର୍ବରୁ ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେଥିରେ ଭାରତ ଇଂଲଣ୍ଡକୁ ୧୫ ରନରେ ଭାରତ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri