ଏଇ ଭାରତରେ

ମଣିଷ ଆଧୁନିକ ଜୀବନଶୈଳୀକୁ ଆପଣାଇ ନେଉଥିବା ବେଳେ ହରିୟାଣା ପାନିପଥର ଏକ ଗାଁରେ ଏବେ ସୁଦ୍ଧା ଟେଲିଭିଜନ ଦେଖିବା ଉପରେ କଟକଣା ଲଗାଯାଇଛି। କେବଳ ଏତିକି ନୁହେଁ ଶିକ୍ଷା ଅଭାବରୁ ଗାଁର ସ୍ଥିତି ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗାଁର ନାମ ଜଲାଲପୁର-୨। ଏହି ମୁସଲମାନ ବହୁଳ ଗାଁରେ ୧୫୦ ପରିବାର ରହୁଛନ୍ତି। ଟିଭି ଦେଖିବା ଇସଲାମ୍‌ ବିରୋଧୀ କହି ଗାଁରେ ଟିଭି ଦେଖିତ୍ବା ବନ୍ଦ କରାଯାଇଛି। ୨୦୧୫ ପାଞ୍ଚାୟତ ନିର୍ବାଚନରେ ଜିତିଲେ ପ୍ରାର୍ଥୀ ମୁଜାହିର୍‌ ଟିଭି ଲଗାଇବା ଲାଗି ଘୋଷଣା କରିଥିଲେ ଓ ନିର୍ବାଚନ ଜିତିବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ଟିଭି ଲଗାଇଥିଲେ। କିନ୍ତୁ ତାହାକୁ କିଛି ଦିନ ମଧ୍ୟରେ ବନ୍ଦ କରିଦିଆଗଲା। ୨୦୦୯ରେ ପୂର୍ବତନ ସରପଞ୍ଚଙ୍କୁ ବି ସରକାରଙ୍କ ତରଫରୁ ଏକ ଟିଭି ମିଳିଥିଲା, କିନ୍ତୁ ତାହା ଦିନଟିଏ ବି ଚାଲିପାରି ନ ଥିଲା। ଏହି ଗାଁରେ ଥିବା ଅଙ୍ଗନଓ୍ବାଡ଼ି କର୍ମୀ ଆବିଦା କେବଳ ଏକମାତ୍ର ମହିଳା ଯିଏ କି ଦଶମ ଯାଏ ପଢିଛନ୍ତି। ନବମରେ ପଢୁଥିବାବେଳେ ତାଙ୍କର ବହାଘର ହୋଇଥିଲା। ପରେ ୨୦୦୬ରେ ତାଙ୍କୁ ଅଙ୍ଗନଓ୍ବାଡ଼ିରେ ନିଯୁକ୍ତି ମିଳିଥିଲା। ସେ ପ୍ରଥମ ମହିଳା ଯିଏ ତାଙ୍କ ପିଲାଙ୍କୁ ଗାଁ ବାହାରକୁ ପଢାଇବାକୁ ପଠାଉଛନ୍ତି। ପୂରା ଗାଁରେ ୪ଟି ପରିବାରରେ ଟିଭି ରହିଥିଲେ ବି ପ୍ରଭାବଶାଳୀ ବ୍ୟକ୍ତିମାନେ ଚାପ ପକାଇ ସେଥିରୁ ତିନୋଟି ବନ୍ଦ କରିଦେଇଛନ୍ତି। କେବଳ ୨୦୧୪ରୁ ଆବିଦା ଟିଭି ଆଣିଥିଲେ ଓ ଏବେ ଲୁଚି ଲୁଚି ଦେଖୁଛନ୍ତି। ରାଜ୍ୟ ତଥା ଦେଶବିଦେଶର ଖବର ଗାଁ ଲୋକେ ଜାଣିପାରୁନାହାନ୍ତି। ଏହି ଗାଁରେ ଜଣେ ହେଲେ ବ୍ୟକ୍ତି କଲେଜ ଦୁଆର ମୁହଁ ମାଡିନାହାନ୍ତି। ଜଣେ ହେଲେ ବି ସରକାରୀ ଚାକିରି କରିନାହାନ୍ତି। ଗାଁରେ ୫ମ ଯାଏ ସ୍କୁଲ ରହିଛି। ସ୍କୁଲ୍‌ର ୭୦ରୁ ୮୦ ଜଣ ପିଲାଙ୍କ ମଧ୍ୟରେ ୪ ଜଣ ଝିଅ ପଢୁଛନ୍ତି। ୫ମ ପରେ ବେଶି ପିଲା ପାଠ ଛାଡ଼ିଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?