ଏଇ ଭାରତରେ

ବୁଲା କୁକୁରଙ୍କ ଉପରେ ସବୁଠି ଅତ୍ୟାଚାର କରାଯାଉଥିତ୍ବା ବେଳେ ସେମାନଙ୍କ ଦେଖାରଖା ପାଇଁ ଜଣେ ମହିଳା ନିଜର ଗହଣା ବିକିଦେବା ଭଳି ରୋଚକ ଖବର ଏବେ ସାମ୍‌ନାକୁ ଆସିଛି। ପଶ୍ଚିମବଙ୍ଗ ନଦୀୟା ଜିଲା ନିବାସୀ ନୀଳାଞ୍ଜନା ବିଶ୍ୱାସ ଏପରି କାର୍ଯ୍ୟରେ ଲାଗିଛନ୍ତି। ବିଶ୍ୱାସଙ୍କୁ ବର୍ତ୍ତମାନ ବୟସ ୪୫। ସେ ନଦୀୟା ସହରରେ ୪୦୦ କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ଅନେକ ସମୟରେ ସେମାନେ ରୋଗାକ୍ରାନ୍ତ ହୋଇପଡନ୍ତି ଏବଂ ବିଶ୍ୱାସ ସେମାନଙ୍କୁ ଓ୍ୟଷଧ ଓ ଟିକା ଦେବାର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ଏ ବାବଦରେ ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି। କୁକୁରଙ୍କୁ ଖାଇବାକୁ ଦେବା ପାଇଁ ବ୍ୟାଙ୍କରୁ ୩.୩ ଲକ୍ଷ ଟଙ୍କା ଋଣ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିବା ପାଇଁ ତିନି ଜଣ ଲୋକଙ୍କୁ ବି ସେ ନିଯୁକ୍ତ କରିଛନ୍ତି। ଏମାନେ ଗୋଟିଏ ତିନିଚକିଆ ଯାନରେ ବସି ପୂରା ସହର ବୁଲି କୁକୁରଙ୍କୁ ଭୋଜନ ଦେଉଛନ୍ତି। ନୀଳାଞ୍ଜନା ଚିକେନ ଓ ଭାତ ନେଇ ସହକର୍ମୀଙ୍କ ସହ ପୂରା ସହର ବୁଲନ୍ତି ଏବଂ କୁକୁରଙ୍କୁ ଖାଇବାକୁ ଦେଇଥାନ୍ତି। ଏହି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସେ ଏକ ରୋଷେଇଘର କରିଛନ୍ତି। ଫ୍ରିଜ୍‌ର ବ୍ୟବସ୍ଥା ମଧ୍ୟ ରଖିଛନ୍ତି। ନୀଳାଞ୍ଜନା କୁହନ୍ତି, ତାଙ୍କ ଘରେ ୧୪ଟି କୁକୁର ରହିଛନ୍ତି ଓ ସେଥି ମଧ୍ୟରୁ ୧୩ଟି ବୁଲା କୁକୁର। ଏମାନଙ୍କ ଦାୟିତ୍ୱ ସହ ସହରର ରାସ୍ତାରେ ବୁଲୁଥିବା ଅନ୍ୟ କୁକୁରଙ୍କ ଦାୟିତ୍ୱ ବି ତାଙ୍କର ବୋଲି ସେ ମନେକରନ୍ତି ଓ ସେଥିପାଇଁ ଏପରି କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟକୁ ନୀଳାଞ୍ଜନାଙ୍କ ସ୍ବାମୀଙ୍କ ସମେତ ପଡୋଶୀମାନେ ବିରୋଧ କରୁଛନ୍ତି। କିନ୍ତୁ ତାଙ୍କ କଲେଜପଢୁଆ ଝିଅ ଓ ପଞ୍ଚମଶ୍ରେଣୀରେ ପଢୁଥିବା ପୁଅ ତାଙ୍କୁ ସମର୍ଥନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri