ଏଇ ଭାରତରେ

ସମାଜରେ ହିନ୍ଦୁ ଓ ମୁସଲମାନ ଏକାଠି ବିଭିନ୍ନ ପର୍ବ ପାଳନ କରୁଥିବାର ଦୃଷ୍ଟାନ୍ତ ରହିଥିବାବେଳେ ବିହାରର ଏକ ଗାଁ ଏଥିରୁ ବାଦ୍‌ପଡିନି। ଗାଁର ନାମ ବଥୁଆ ବୁଜୁର୍ଗ। ସମସ୍ତିପୁର ଜିଲା ଅନ୍ତର୍ଗତ ସରାୟରଞ୍ଜନ ବ୍ଲକ୍‌ର ଏହି ଗାଁ ଛଟ୍‌ ଅବସରରେ ଧର୍ମର ପାଚେରିକୁ ଭାଙ୍ଗିଦେଇ ସଦ୍‌ଭାବନାର ବାର୍ତ୍ତା ଦେଇଛନ୍ତି। ଏଠାରେ ମୁସଲମାନଙ୍କର ଛଟ୍‌ ପ୍ରତି ଅଗାଧ ଶ୍ରଦ୍ଧା ରହିଛି ଓ ସେମାନେ ହିନ୍ଦୁମାନଙ୍କ ସହ ଏକାଠି ଏହାକୁ ପାଳନ କରୁଛନ୍ତି। ବଥୁଆ ବୁଜୁର୍ଗରେ ଏହି ପରମ୍ପରା ଶହ ଶହ ବର୍ଷ ଧରି ଚଳିଆସୁଛି। ପ୍ରଥମେ ଗାଁରେ ରହୁଥିବା ତିନୋଟି ମୁସଲମାନ ପରିବାର ଏହି ବ୍ରତ ଆରମ୍ଭ କରିଥିଲେ। ଏବେ ସେମାନଙ୍କ ପରିବାର ସଂଖ୍ୟା ୧୫ରେ ପହଞ୍ଚିଲାଣି। ଉକ୍ତ ଗାଁରେ ଥିବା ଏକ ପୁଷ୍କରିଣୀ ଘାଟରେ ଉଭୟ ହିନ୍ଦୁ ଓ ମୁସଲମାନ ସମୁଦାୟର ମହିଳାମାନେ ଏକାଠି ସୂର୍ଯ୍ୟଦେବଙ୍କ ପୂଜା କରିଥାନ୍ତି। କେବଳ ଏତିକି ନୁହେଁ ସ୍ଥାନୀୟ ପଞ୍ଚାୟତ ଓ ତା’ ପାଖ ପଞ୍ଚାୟତର ମୁସଲମାନମାନେ ଏମାନଙ୍କ ସହ ଏହି ପୁଷ୍କରିଣୀ କୂଳରେ ଛଟ୍‌ ପାଳନ କରୁଛନ୍ତି। ଉଭୟ ସମ୍ପ୍ରଦାୟର ଲୋକେ ପେସାରେ ବୁଣାକାର ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ଥିବାରୁ ଛଟ୍‌ ପ୍ରତି ମୁସଲମାନମାନେ ଆକୃଷ୍ଟ ହୋଇଛନ୍ତି। ଛଟ୍‌ ପାଳନ କରିବା ଦ୍ୱାରା କେତେଜଣ ମୁସଲମାନଙ୍କର ମନସ୍କାମନା ପୂର୍ଣ୍ଣ ହେବାପରେ ଏହାପ୍ରତି ସେମାନଙ୍କର ଗଭୀର ବିଶ୍ୱାସ ଆସିଛି। ଆସ୍ଥା ଓ ଶ୍ରଦ୍ଧାର ସହ ଏହି ପର୍ବ ପାଳନ କରିବା ଲାଗି ପ୍ରେରଣା ମିଳିଛି ବୋଲି କୁହନ୍ତି ମୁସଲମାନ ମହିଳାମାନେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri