ଏଇ ଭାରତରେ

ପରିବେଶ ପ୍ରଦୂଷଣ କମ୍‌ କରିବା ଓ ବୃକ୍ଷସଂଖ୍ୟା ବଢାଇବାକୁ ଯାଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭିନ୍ନ ଏକ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ପ୍ରଫେସରଙ୍କ ନିୟମ ହେଲା ଯେଉଁ ଛାତ୍ରୀଛାତ୍ର ବିଳମ୍ବରେ କ୍ଲାସକୁ ଆସିବେ ସେମାନଙ୍କୁ ଦଣ୍ଡ ସ୍ବରୂପ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଚାରା ରୋପଣ କରିବାକୁ ପଡିବ। ପ୍ରାୟ ୮ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ନିଆରା ଦଣ୍ଡ ପାଇଁ ଏବେ ବିର ନର୍ମଦା ସାଉଥ୍‌ ଗୁଜରାଟ ୟୁନିଭର୍ସିଟି ପରିସରରେ ପାଖାପାଖି ୫୫୦ ବୃକ୍ଷ ଦେଖିବାକୁ ମିଳୁଛି। ଏଥିରେ କିଛି ଗଛର ଉଚ୍ଚତା ପ୍ରାୟ ୨୦ଫୁଟ ହୋଇଗଲାଣି। ପ୍ରଫେସର ମେହୁଲ ପଟେଲ ସେଠାରେ ଆର୍କିଟେକ୍‌ଚର ବିଭାଗରେ କାମ କରୁଥିଲେ। ସେ ତାଙ୍କ ବିଭାଗର ଛାତ୍ରୀଛାତ୍ରଙ୍କୁ ଦେଉଥିବା ଦଣ୍ଡର ଫଳ ସ୍ବରୂପ ଏବେ ତାଙ୍କ ବିଭାଗ ନିକଟରେ ଏକ ସବୁଜ ପରିବେଶ ସୃଷ୍ଟି ହୋଇଛି । ଏଥିରେ ଛାତ୍ରୀଛାତ୍ର ଖୁସି ଅନୁଭବ କରିବା ସହ ପରିବେଶକୁ ପ୍ରଦୂଷଣରୁ ମଧ୍ୟ ରକ୍ଷା କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri