Posted inଭଦ୍ରକ

ଋଣ କରାଇଦେବା ନଁ। ରେ ଠକେଇ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ, ୧୨।୧୦- ନାବାର୍ଡ ଭଳି ସରକାରୀ ସଂସ୍ଥାରୁ ଋଣ କରାଇଦେବେ ବୋଲି କହି ବିଭିନ୍ନ ମହିଳା ସଂଘଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଏକ ଦମ୍ପତି। ଏହି ଦମ୍ପତିଙ୍କ ଘର ଧୂଷୁରୀ ଥାନା ଅଧୀନ କୋରୁଆ ଗୋବିନ୍ଦପୁର ଗ୍ରାମରେ। ଏ ନେଇ ଧୂଷୁରୀ ଥାନା ମଙ୍ଗଳପୁର ଗ୍ରାମର ସୁଜାତା ଦାସ ନାମ୍ନୀ ଜଣେ ମହିଳା ୪ ଦିନ ତଳେ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୋଲିସ ଏତଲା ରଖି ନ ଥିଲା। ଗୁରୁବାର ଠକେଇର ଶିକାର ହୋଇଥିବା ସୁଜାତାଙ୍କ ସମେତ ଗଁାର ୧୦ରୁ ଊର୍ଦ୍ଧ୍ୱ ମହିଳା ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ଜିଲାପାଳ ମହିଳାମାନଙ୍କ ଅଭିଯୋଗ ପାଇବା ପରେ ଏସ୍‌ପିଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲାପାଳ ଓ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସନ୍ଧ୍ୟାରେ ଧୂଷୁରୀ ପୋଲିସ ମହିଳାମାନଙ୍କଠାରୁ ଏତଲା ରଖି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
ମହିଳାମାନେ ଅଭିଯୋଗରେ ଦର୍ଶାଇଥିଲେ ଯେ, ଗୋବିନ୍ଦପୁର ଗ୍ରାମର ଉକ୍ତ ଦମ୍ପତି ସୁଜାତାଙ୍କ ଗଁାର ୪୦ରୁ ଊର୍ଦ୍ଧ୍ୱ ମହିଳା ଗ୍ରୁପ୍‌ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ପ୍ରତି ଗ୍ରୁପ୍‌କୁ ନାବାର୍ଡରୁ ଦେଢ଼ ଲକ୍ଷ ଟଙ୍କା ଋଣ କରାଇଦେବେ କହି ଫାଙ୍କୁଥିବାରୁ ସେମାନେ ପୋଲିସର ସହାୟତା ନେବାକୁ ଯାଇଥିଲେ। ହେଲେ ଧୂଷୁରୀ ଥାନା ପୋଲିସ ଏତଲା ଗ୍ରହଣ କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?