ଉନ୍ନତ କୃଷି ପରିସଂସ୍ଥାନର ନିର୍ମାଣ

ରାଜନାଥ ସିଂହ,
ପ୍ରତିରକ୍ଷା ମନ୍ତ୍ରୀ

ସଂସଦର ଉଭୟ ଗୃହରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କୃଷି ବିଲ୍‌ ଏହା ମଧ୍ୟରେ ଗୃହୀତ ହୋଇଯାଇଛି। ଏଥିସହିତ କୃଷକମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ସହ ସେମାନଙ୍କ ଆୟ ବୃଦ୍ଧି ଓ ଜୀବନଧାରଣ ମାନରେ ଗୁଣାତ୍ମକ ଅଭିବୃଦ୍ଧି ଆଣିବା ଦିଗରେ ଆମେ ଆଉ ଏକ ପାଦ ଆଗକୁ ବଢ଼ିଛୁ। ଏହା ସେମାନଙ୍କୁ ସଶକ୍ତ କରିବା ସହ ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ଜାହିର କରିବ ଓ ଦେଶ କୃଷିରେ ଆତ୍ମନିର୍ଭରଶୀଳ ହୋଇପାରିବ। ଗତ ୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ଳାନ୍ତ ଉଦ୍ୟମ ଓ ସଂକଳ୍ପ ଏବଂ ଦକ୍ଷ ନେତୃତ୍ୱ ଯୋଗୁ ଏହା ସମ୍ଭବ ହେବାକୁ ଯାଉଛି।
ଭାରତୀୟ କୃଷି ପାଇଁ ସଂସଦରେ ଏହି ଦୁଇଟି ବିଲ୍‌ ଗୃହୀତ ହେବା ଏକ ସ୍ମରଣୀୟ ଦିବସ। ଦେଶର କୃଷିକୁ ଏକ ଉଚ୍ଚତର ଅଭିବୃଦ୍ଧି ସ୍ତରରେ ପହଞ୍ଚାଇ ପାରିଥିବା ଯୋଗୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ମୁଁ ମଧ୍ୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି। କାରଣ ସେ ସଂସଦର ଉଭୟ ସଦନରେ ବିଲ୍‌ର ଆଭିମୁଖ୍ୟ ନେଇ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ପାରିଛନ୍ତି।
ଗତ କିଛି ବର୍ଷ ମଧ୍ୟରେ ଆମ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଅନେକ ସାହସିକ ପଦକ୍ଷେପ ନେଇଛନ୍ତି। ୬,୬୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ଦେଶରେ ୧୦ ହଜାର ଏଫ୍‌ପିଓ ସୃଷ୍ଟି କରାଯିବ, ଯାହା କି କୃଷକମାନଙ୍କୁ ଏକ ଆତ୍ମନିର୍ଭରଶୀଳ ଗୋଷ୍ଠୀରେ ପରିଣତ କରିବ। ସେମାନେ ବଜାର ଓ ଆର୍ଥିକ ସୁବିଧା ପାଇବା ସହ ବୈଷୟିକ ଜ୍ଞାନକୌଶଳ ହାସଲ କରିପାରିବେ। କୃଷି ଭିତ୍ତିଭୂମି ପାଣ୍ଠି ଗଠନ ପାଇଁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇଛି। ଯାହାଦ୍ୱାରା ଗୋଷ୍ଠୀଭିତ୍ତିକ ଚାଷ କରାଯିବା ସହ ଅମଳ ପରବର୍ତ୍ତୀ ପଦକ୍ଷେପ ମାନ ସୂଚାରୁ ରୂପେ ତୁଲାଯାଇ ପାରିବ। ଆଗାମୀ ୨୦୨୨ ମସିହା ସୁଦ୍ଧା କୃଷି କ୍ଷେତ୍ରରେ ରପ୍ତାନିକୁ ୬୦ ବିଲିୟନ ଡଲାରରେ ପହଞ୍ଚାଇବା ପାଇଁ ଏକ ଜାତୀୟ କୃଷି ରପ୍ତାନି ନୀତିର ମଧ୍ୟ ପରିକଳ୍ପନା କରାଯାଇଛି।
ପିଏମ୍‌ କିଷାନ ଯୋଜନା ଅଧୀନରେ ୯୦ ହଜାର କୋଟିରୁ ଊର୍ଦ୍ଧ୍ୱ ଅର୍ଥ ପ୍ରତ୍ୟକ୍ଷ ଭାବେ କୃଷକମାନଙ୍କୁ ଦିଆଯାଇଛି, ଯାହା କି କୃଷକମାନଙ୍କ ଜୀବନଜୀବିକାର ନିରାପତ୍ତା ପାଇଁ ଏକ ବିଶେଷ ଆୟୁଧ ଭାବେ କାର୍ଯ୍ୟ କରିଛି। ଏବେ କରାଯାଉଥିବା ସଂସ୍କାର ଯଥା: The farmers produce trade and commerce (promotion and facilitation) Act 2020 and The Farmers (empowerment and protection) Agreement on Price Assurance and Farm Services Act, 2020, ଯୋଗୁ ଏକ ଅତ୍ୟାଧୁନିକ କୃଷି ଓ ବିଶ୍ୱସ୍ତରୀୟ ପରିବେଶଭିତ୍ତିକ କୃଷି ପଦ୍ଧତି ଅନୁସୃତ ହେବ; ଯାହା କି କୃଷକ, ଖାଉଟି, ପାଇକାରୀ, ପ୍ରସ୍ତୁତକାରୀ ଓ ଷ୍ଟାର୍ଟଅପ୍‌ ସମସ୍ତଙ୍କୁ ସୁହାଇବ।
କେତେକଙ୍କ ଧାରଣା ଯେ, ଏହି ସଂସ୍କାର ଯୋଗୁ କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ କେବଳ ଏଫ୍‌ସିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ହାତରେ ରହିବ ଓ ଏପିଏମ୍‌ସିଗୁଡ଼ିକ ବନ୍ଦ ହେବ ଏବଂ ଲାଭର ସିଂହଭାଗ ବହୁରାଷ୍ଟ୍ରୀୟ କମ୍ପାନୀ
ଓ ବାଣିଜି୍ୟକ ସଂଗଠନମାନଙ୍କ ହାତକୁ ଚାଲିଯିବ। ମାତ୍ର ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ନୂ୍ୟନତମ ସହାୟକ ମୂଲ୍ୟ ବା ଏପିଏମ୍‌ସି ଇତ୍ୟାଦି ସବୁ ରହିବ ଏବଂ ଚାଷୀମାନେ ଯେପରି ଏହିସବୁ ଆଇନ ଯୋଗୁ କୌଣସି ହଇରାଣ ହରକତର ଶିକାର ନ ହୁଅନ୍ତି ସେଥିପାଇଁ କଠୋର ପଦକ୍ଷେପମାନ ଗ୍ରହଣ କରାଯାଇଛି। କେବଳ ତା’ ନୁହେଁ ବରଂ ଏହି ସଂସ୍କାରଗୁଡ଼ିକ ପ୍ରବର୍ତ୍ତିତ ହେବା ଫଳରେ ପ୍ରତିଯୋଗିତା ଓ ଦକ୍ଷତା ବୃଦ୍ଧି ସହ କୃଷକମାନଙ୍କର ସ୍ବକୀୟ ନିଷ୍ପତ୍ତି କ୍ଷମତା ମଧ୍ୟ ବୃଦ୍ଧି ପାଇବ। ଆସନ୍ତୁ ଚାଷୀମାନଙ୍କଠାରୁ ହିଁ ଆରମ୍ଭ କରିବା। ଏକ କୃଷକ ଉପତ୍ାଦନ ସଂଗଠନ କୃଷକମାନଙ୍କୁ ଅଧିକ ମୂଲଚାଲର କ୍ଷମତା ପ୍ରଦାନ କରିଥାଏ ଓ ସେମାନେ ସେଥିରୁ ଅଧିକ ଲାଭ ପାଇଥାନ୍ତି। ବର୍ତ୍ତମାନ ସୃଷ୍ଟି କରାଯାଇଥିବା କୃଷି ଭିତ୍ତିଭୂମି ପାଣ୍ଠି ଏବଂ ବଜାର ସଂସ୍କାର ଯୋଗୁ କୃଷକ ସଂଗଠନଗୁଡ଼ିକୁ ଅଧିକ ସୁବିଧାସୁଯୋଗ ମିଳିବ। ସେମାନେ ବର୍ତ୍ତମାନ କୃଷିଭିତ୍ତିକ ଯନ୍ତ୍ରପାତି, ଭିତ୍ତିଭୂମି ଓ ଅନ୍ୟାନ୍ୟ ବଜାର ସମ୍ପର୍କିତ ରାଜିନାମାରେ ନିଜକୁ ସାମିଲ କରିପାରିବେ। ଏହି ରାଜିନାମା ଫଳରେ ବୈଷୟିକ ଜ୍ଞାନ, ପୁଞ୍ଜିନିବେଶ ଇତ୍ୟାଦି ବଜାରର ଚାହିଦା ମୁତାବକ ବୃଦ୍ଧି ପାଇବ ଓ ଅଧିକ ଆୟବୃଦ୍ଧିରେ ମଧ୍ୟ ସହାୟକ ହେବ।
ମହାରାଷ୍ଟ୍ରର ସୟାଦ୍ରୀ ଫାର୍ମ ପ୍ରଡ୍ୟୁସର କମ୍ପାନୀ ଲିମିଟେଡକୁ ଏକ ସଫଳ କୃଷକ ଉପତ୍ାଦକ ସଂଗଠନ (ଏଫ୍‌ପିଓ)ର ଉଦାହରଣ ଭାବେ ନିଆଯାଇପାରେ। ଏକ କ୍ଷୁଦ୍ର ଏଫ୍‌ପିଓ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଏହି ସଂଗଠନ ବର୍ତ୍ତମାନ ଭାରତର ସବୁଠାରୁ ଅଧିକ ଅଙ୍ଗୁର ବିଦେଶକୁ ରପ୍ତାନି କରୁଛି। ଏହି ଏଫ୍‌ପିଓ ଅଧୀନରେ ୮ ହଜାରରୁ ଅଧିକ ନାମମାତ୍ର ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ପ୍ରତି ଅଙ୍ଗୁର ଋତୁରେ ଏହା ୧୬,୦୦୦ ଟନ୍‌ ଅଙ୍ଗୁର ବିଦେଶକୁ ରପ୍ତାନି କରିଥାଏ। ଏହା କୃଷକମାନଙ୍କୁ ବଡ଼ ବଡ଼ ଆନ୍ତର୍ଜାତିକ କମ୍ପାନୀଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷର କରିବା ସଙ୍ଗେ ସଙ୍ଗେ ହାଇଟେକ ଭିତ୍ତିଭୂମି ସୁବିଧା ମଧ୍ୟ ପ୍ରଦାନ କରି କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଅନେକେ ପ୍ରଶ୍ନ କରିଥାନ୍ତି, ଏଭଳି ଶହ ଶହ ସୟାଦ୍ରୀ ଭଳି ଫାର୍ମ କାହିଁକି ନାହିଁ। ଏହାର ମୁଖ୍ୟ କାରଣ ହେଲା ବର୍ତ୍ତମାନର ପରିସ୍ଥିତି ଏଥିପାଇଁ ଅନୁକୂଳ ନୁହେଁ ଓ କୃଷି କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଇ ନାହିଁ। ବର୍ତ୍ତମାନ ନିଆଯାଇଥିବା ପଦକ୍ଷେପ ଓ ସଂସ୍କାର ବଳରେ ଆମେ ଆଗକୁ ଶତସହସ୍ର ଏହିଭଳି ସଫଳ କାହାଣୀର ସାମ୍ନା କରିବା ଓ ଅଧ୍ୟାଦେଶ ଜାରି ହେବାର ଗତ ୩/୪ ମାସ ମଧ୍ୟରେ ଯାହା ଏବେ ଦେଖିଛେ ତାହା ଏକ ଅୟମାରମ୍ଭ ମାତ୍ର କହିଲେ ଅତ୍ୟୁକ୍ତି ହେବନାହିଁ।
ବଜାର ସଂଯୋଗୀକରଣ ଉନ୍ନତ ହେଲେ ଆମ କୃଷକମାନଙ୍କ ଉପତ୍ାଦିତ ସାମଗ୍ରୀର ବିପଣନ ମଧ୍ୟ ବ୍ୟାପକ ହେବ। ଦୀର୍ଘ ବର୍ଷ ହେଲା ଭାରତ ଧାନ, ଗହମ ଭଳି ଅନେକ ଖାଦ୍ୟଶସ୍ୟରେ ଆତ୍ମନିର୍ଭରଶୀଳ ରହି ଆସିଛି ଓ ବର୍ଷ ପରେ ବର୍ଷ ଆମର ଏହି ସବୁ ସାମଗ୍ରୀ ବଳକା ରହୁଛି। ବଜାରର ଗତି ଓ ବିପଣନ ପଦ୍ଧତି ସମ୍ପର୍କରେ ସର୍ବଶେଷ ଓ ସଦ୍ୟତମ ଜ୍ଞାନ ହାସଲ ହେଲେ ଆମର ଚାଷୀଭାଇମାନେ ଗୋଟିଏ ଦୁଇଟି ଛାଡ଼ି ବିଭିନ୍ନ ପ୍ରକାର ଫସଲରେ ମନୋନିବେଶ କରିବା ସଙ୍ଗେ ସଙ୍ଗେ ଏହାର ଅଧିକ ବଜାର ଦର ପାଇବା ସହ ଆମଦାନୀ ଉପରେ ଆଉ ନିର୍ଭର କରିବେ ନାହିଁ। ଉଦାହରଣ ସ୍ବରୂପ, ଘରୋଇ ଉପତ୍ାଦନ କମ୍‌ ଥିବାରୁ ଦେଶକୁ ବାର୍ଷିକ ୧୦ ଲକ୍ଷ ବିଲିୟନର ଅଧିକ ଡଲାର ମୂଲ୍ୟର ଖାଇବା ତେଲ ଆମଦାନୀ କରିବାକୁ ପଡୁଛି। ସେହିପରି ସ୍ବାସ୍ଥ୍ୟବର୍ଦ୍ଧକ ଫଳ ଯଥା : କ୍ୱିଇ, ଆଭୋକାଡୋ ଭଳି ସୁସ୍ବାଦୁ ମେକ୍ସିକୋ ଦେଶୀୟ ଫଳ ନିମନ୍ତେ ଆମକୁ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତେବେ ଏହି ସଂସ୍କାର ବଳରେ ଚାଷୀମାନେ ମାର୍କେଟ ଓ ଚାଷ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟାବଳୀ ହାସଲ କରି ବହୁମୁଖୀ ଫସଲ ନିଜ ବିଲରେ ଉପତ୍ାଦନ କରିପାରିବେ। ଏହା ଫଳରେ ଆମ ଦେଶରେ ଉପଲବ୍ଧ ହେଉ ନ ଥିବା ଅନେକ ପ୍ରଜାତିର ଫଳ ଉଚ୍ଚତର ଗବେଷଣା ଓ ଜ୍ଞାନ ବଳରେ ଉପତ୍ାଦନ କରି ଆତ୍ମନିର୍ଭରଶୀଳ ହେବା ସହ ବିଦେଶର ରପ୍ତାନି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ଏହି ସଂସ୍କାର ବଳରେ କୃଷି ବ୍ୟବସାୟ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି ହେବ ଏବଂ ଉନ୍ନତ ଗୁଣର ସାମଗ୍ରୀ ସିଧାସଳଖ ଚାଷୀଙ୍କଠାରୁ କିଣାଯାଇ ପାରିବ; ଯାହା ଫଳରେ କୃଷି ବ୍ୟବସାୟ ଠିକ୍‌ଠାକ୍‌ ଚାଲିବା ସହ ଆମ ରପ୍ତାନିର ମାତ୍ରା ମଧ୍ୟ ବଢ଼ିବ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ପ୍ରୋତ୍ସାହନ ମିଳିବ। କେବଳ ସେତିକି ନୁହେଁ, କୃଷି ବ୍ୟବସ୍ଥା କ୍ଷେତ୍ରରେ ଚାଲି ଆସୁଥିବା ମଧ୍ୟସ୍ଥ ପ୍ରଥାର ବିଲୋପ ଘଟିବା ସହ ବ୍ୟବସାୟରେ ମଧ୍ୟ ଦକ୍ଷତା ବୃଦ୍ଧି ପାଇବ। ଉଦାହରଣ ସ୍ବରୂପ ପଞ୍ଜାବ, ଉତ୍ତର ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ୧ ହଜାରରୁ ଊର୍ଦ୍ଧ୍ୱ ଆଳୁ ବିହନ ଚାଷୀ ଉପତ୍ାଦନରେ ଶତକଡ଼ା ୧୦ରୁ ୩୦ ଭାଗ ଅଭିବୃଦ୍ଧି ଘଟିଲେ ଲାଭାନ୍ବିତ ହେବେ ଏବଂ ଶତକଡ଼ା ୩୫ ଭାଗ ଆଇଟିସିର ଏକ ସଂସ୍ଥା ସହ ଅନୁମୋଦିତ ହେଲେ ପାଇବେ। କୃଷି ବିପଣନ ଦିଗରେ ଦେଶରେ ଏହି ପ୍ରକାର ଅନେକ ଉଦାହରଣ ରହିଛି। ନିକଟରେ ଫସାଇ ପକ୍ଷରୁ ଜାରି କରାଯାଇଥିବା ଏକ ବ୍ୟବସାୟିକ ତଥ୍ୟ ଅନୁସାରେ ଏ କ୍ଷେତ୍ରରେ ଆବେଦନକାରୀଙ୍କ ସଂଖ୍ୟା ବାର୍ଷିକ ଶତକଡ଼ା ୨୦ ପ୍ରତିଶତ ହିସାବରେ ବୃଦ୍ଧି ପାଉଛି। ଏହାକୁ ଯଦି ଉଦାହରଣ ଭାବେ ନିଆଯାଏ ତେବେ କୃଷି କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଅବଶ୍ୟମ୍ଭାବୀ ବୋଲି ଧରିନେବାକୁ ହେବ। ପାରମ୍ପରିକ କୃଷି ବ୍ୟବସାୟରେ ହେଉଥିବା ପୁଞ୍ଜି ବିନିଯୋଗକୁ ଛାଡ଼ି ବଜାର ସଂସ୍କାର ଯୋଗୁ ଆହୁରି ଅନେକ ବିଜ୍‌ନେସ୍‌ ମଡେଲ ମଧ୍ୟ ବିକଶିତ ହେବ। ଫାର୍ମ ପରିଚାଳନା ସେବା, ଗୁଣାତ୍ମକମାନ ନିର୍ଦ୍ଧାରଣ କେନ୍ଦ୍ର, ଗ୍ରେଡ -ଏ’ ଯୁକ୍ତ ଶସ୍ୟ ଗୋଲା, ଡିଜିଟାଲ ମାର୍କେଟ ପ୍ଲେସ ବର୍ତ୍ତମାନ ପ୍ରାଥମିକ ସ୍ତରରେ ଥିଲେ ମଧ୍ୟ କମ୍‌ ଦିନ ମଧ୍ୟରେ ମୁଣ୍ଡ ଟେକି ଛିଡ଼ାହେବ। ଉଦାହରଣ ସ୍ବରୂପ; ଟ୍ରାକ୍‌ସନ ନାମକ ଏକ ବିଶ୍ୱସ୍ତରୀୟ ସଂସ୍ଥା ପୁଞ୍ଜି ବିିନିଯୋଗ ତଥ୍ୟ ଆହରଣ କରିବା ସହ ଏହାର ଗତିର ଅନୁଧ୍ୟାନ କରେ, ତାହା ଅନୁସାରେ ଫାର୍ମିଂ କ୍ଷେତ୍ରରେ ୨୦୧୮ ମସିହା ତୁଳନାରେ ୨୦୧୯ରେ ଆଗ୍ରିଟେକ ଷ୍ଟାର୍ଟଅପ୍‌ ସଂଖ୍ୟା ବୃଦ୍ଧି ପାଇଛି।
କୃଷି କ୍ଷେତ୍ରକୁ ମୁକ୍ତ କରାଗଲେ ନୂଆ ନୂଆ ବ୍ୟବସାୟିକ ମଡେଲ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଲକ୍ଷ ଲକ୍ଷ ଚାଷୀଙ୍କୁ ଲାଭାନ୍ବିତ କରାଇବ। ଚାଷ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରବର୍ତ୍ତନ ଯୋଗୁ ଉପତ୍ାଦକତା ବୃଦ୍ଧି ପାଇବା ସହ ଅମଳ କାଳରେ ଓ ଅମଳ ସମୟରେ ବର୍ଜ୍ୟବସ୍ତୁ କମ୍‌ ବାହାରିବା ସହ ଡିଜିଟାଲ ପଦ୍ଧତି ଯୋଗୁ ବଜାର ସଂଯୋଗୀକରଣ ମଧ୍ୟ ଉନ୍ନତ ହେବ। ବିଶେଷକରି ବଜାର ସଂସ୍କାର ଯୋଗୁ କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ପାଇବ ଓ ଏହା ଗ୍ରାମାଞ୍ଚଳ ଅର୍ଥନୀତିକୁ ସାହାଯ୍ୟ କରିବ। ଗତ ପାଞ୍ଚ ବର୍ଷ ହେବ କୃଷି କ୍ଷେତ୍ରରେ ମୂଳଧନ ପୁଞ୍ଜି ପରିମାଣ ଶତକଡ଼ା ୨ ଭାଗରୁ କମ୍‌ ଥିବାବେଳେ ଘରୋଇ ପୁଞ୍ଜିନିବେଶ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ନୂତନ ବଜାର ସଂସ୍କାର ଦ୍ୱାରା ଘରୋଇ ପୁଞ୍ଜିନିବେଶ ଯଥେଷ୍ଟ ବୃଦ୍ଧି ପାଇବ। ଏହି ନୂତନ ସଂସ୍କାର ଯୋଗୁ ବିଭିନ୍ନ କ୍ଷେତ୍ରରେ ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ। ପଣ୍ୟାଗାର ପରିଚାଳନାକାରୀ ଓ ଖାଦ୍ୟ ପ୍ରକ୍ରିୟାକରଣ କର୍ମଚାରୀ ଭଳି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁବିଧା ଅଧିକ ହେବ; ଯାହା ଫଳରେ ଅନେକ ବଂଶାନୁଗତିକ ପେସାରେ ମଧ୍ୟ ପରିବର୍ତ୍ତନ ଘଟିବ। ଅନେକ କୃଷିଜୀବୀଙ୍କ ପିଲାମାନେ ବିପଣନ, ପ୍ରକ୍ରିୟାକରଣ ଓ ସାମଗ୍ରୀ ଆହରଣ କ୍ଷେତ୍ରରେ ମ୍ୟାନେଜରର ଭୂମିକା ତୁଲାଇ ପାରିବେ ଓ ଏଥିପାଇଁ ସେମାନଙ୍କୁ ସହରାଭିମୁଖୀ ହେବାକୁ ପଡ଼ିବନାହିଁ। ମୋଟ ଉପରେ କହିବାକୁ ଗଲେ ବଜାର ସଂସ୍କାର ଯୋଗୁ କୃଷକମାନଙ୍କୁ ଅଧିକ ଆୟ, ନୂତନ କର୍ମନିଯୁକ୍ତି, ଉନ୍ନତ ଭିତ୍ତିଭୂମି
ସୁଯୋଗ ଭଳି ବହୁମୁଖୀ ସୁବିଧାମାନ ହାସଲ ହେବ।
ଭାରତ ବର୍ତ୍ତମାନ କୃଷି ବିକାଶ ଅଭିବୃଦ୍ଧିର ସମ୍ମୁଖ ଭାଗରେ ଦଣ୍ଡାୟମାନ। ଏହାର ଦାୟିତ୍ୱ କୃଷକ, ବ୍ୟବସାୟୀ, ସରକାର ଓ ଖାଉଟି ସମସ୍ତଙ୍କର। ସରକାରଙ୍କର ନୂତନ ଚିନ୍ତାଧାରା ଏ ଦିଗରେ ଅଗ୍ରସର ହେବାରେ ଆହୁରି ସହାୟକ ହେବ। ଦୁଇଟି ଆଇନ ସଂସଦରେ ପାରିତ ହେବା ଫଳରେ ଆମେ ବର୍ତ୍ତମାନ ଦୃଢ଼ ନିଶ୍ଚିତ ଯେ, ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାର ଆମର ସ୍ବପ୍ନ ସାକାର ହେବ ଓ ଭାରତ ବିଶ୍ୱର ଖାଦ୍ୟ ଭଣ୍ଡାର ଭାବେ ଉଭା ହେବ ଓ କୃଷି, ଜୀବିକାର ସ୍ବପ୍ନ ବାସ୍ତବତାର ରୂପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?