Posted inଖେଳ

ଆଇପିଏଲ୍‌: ସୁପର ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୨୧ା୯(ପି.ଟି.): ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମ୍ୟାଚରେ ଟସ୍‌ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୨୦ ଓଭରରେ ୮ ଉଇକେଟ ହରାଇ ସମାନ ୧୫୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା। ଏହାପରେ ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କାଗିସୋ ରାବାଡାଙ୍କୁ ସାମ୍ନା କରି ୨ ଉଇକେଟ ହରାଇ ୨ ରନ କରିଥିଲା। ଜବାବରେ ଦିଲ୍ଲୀ ମହମ୍ମଦ ସାମିଙ୍କର ସମ୍ମୁଖୀନ ହୋଇ ଦ୍ୱିତୀୟ ବଲରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପଛରେ ବ୍ୟାଟିଂ କରିଥିବା ପଞ୍ଜାବ ତରଫରୁ ମୟଙ୍କ ଅଗ୍ରଓ୍ବାଲ ୬୦ ବଲରୁ ୭ ଚୌକା ଓ ୪ ଛକା ସହ ୮୯ ରନ ସଂଗ୍ରହ କରି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ଦିଲ୍ଲୀ ସୁପର ଓଭରରେ ବାଜି ମାରିଥିଲା।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୩ ରନରେ ପ୍ରଥମ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଭିଜ୍ଞ ଓପନର ଶିଖର ଧାଓ୍ବନ ଖାତା ଖୋଲିବା ପୂର୍ବରୁ ଦୁର୍ଭାଗ୍ୟଜନକ ଭାବେ କ୍ରିଷ୍ଣାପ୍ପା ଗୋଥାମ୍‌ଙ୍କ ଥ୍ରୋରେ ଉଇକେଟକିପର ତଥା ଅଧିନାୟକ ଲୋକେଶ ରାହୁଲଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ଯୁବ ଓପନର ପୃଥ୍ବୀ ଶ’ ମାତ୍ର ୫ ରନ କରି ମହମ୍ମଦ ସାମିଙ୍କ ବଲ୍‌ରେ ମିଡ୍‌ ଅନ୍‌ରେ କ୍ରିସ୍‌ ଜୋର୍ଡାନଙ୍କ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ସିମରନ ହେଟ୍‌ମେୟର ମଧ୍ୟ ସାମିଙ୍କ ଶିକାର ହୋଇଥିଲେ। ସେ ୭ ରନ କରିଥିବା ବେଳେ ଏକ୍‌ଷ୍ଟ୍ରା କଭରରେ ମୟଙ୍କ ଅଗ୍ରଓ୍ବାଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ଅଧିନାୟକ ଶ୍ରେୟାସ ଆୟାର ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରି ୬୦ ବଲରୁ ୭୩ ରନ ସଂଗ୍ରହ କରିଥିଲେ। ତେବେ ପନ୍ତ ଲାଇନ୍‌ମିସ୍‌ କରି ୨୯ ବଲ୍‌ ଖେଳି ୪ ଚୌକା ସହ ୩୧ ରନ କରି ରବି ବିଷ୍ଣୋଇଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପର ଓଭରରେ ଆୟାର ଆଉଟ ହୋଇଥିଲେ। ସେ ୩୨ ବଲ୍‌ ଖେଳି ୩ ଛକା ସହ ୩୯ ରନକରି ମିଡ୍‌- ଅଫ୍‌ରେ ଜୋର୍ଡାନଙ୍କୁ କ୍ୟାଚ୍‌ ଦେଇ ମହମ୍ମଦ ସାମିଙ୍କ ତୃତୀୟ ଶିକାର ହୋଇଥିଲେ। ଅକ୍ଷର ପଟେଲ ୬ ରନ କରି ସେଲଡନ କଟ୍ରେଲଙ୍କ ବଲରେ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ ରବିଚନ୍ଦ୍ରନ ଆଶ୍ୱିନ ମାତ୍ର ୪ ରନ କରି କଟ୍ରେଲଙ୍କ ବଲ୍‌ରେ ଥାର୍ଡମ୍ୟାନରେ ସାମିଙ୍କୁ କ୍ୟାଚ୍‌ ଦେଇଥିଲେ। ଜୋର୍ଡାନଙ୍କ ଅନ୍ତିମ ଓଭରରେ ୨୬ ରନ ବ୍ୟୟ କରିଥିଲେ। ୨୦ତମ ଓଭରରେ ଷ୍ଟୋଇନିସ୍‌ ୨ଟି ଛକା ଓ ୩ ଚୌକା ମାରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଷ୍ଟୋଇନିସ୍‌ ୨୧ଟି ବଲ ଖେଳି ୭ ଚୌକା ୩ ଛକା ସହ ୫୩ ରନର ଦ୍ରୁତ ଶତକୀୟ ପାଳି ଖେଳି ରନ୍‌ ଆଉଟ ହୋଇଥିଲେ। ଅନରିଚ୍‌ ନୋର୍ଜ ୩ ରନକରି ଅପରାଜିତ ରହିଥିଲେ। ବୋଲିଂରେ ପଞ୍ଜାବ ତରଫରୁ ସାମି ସର୍ବାଧିକ ୩, କଟ୍ରେଲ ୨ ଓ ବିଷ୍ଣୋଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୫୭/୮
(ଷ୍ଟୋଇନିସ୍‌- ୫୩, ଆୟାର- ୩୯, ପନ୍ତ- ୩୧, ସାମି- ୩/୧୫, କଟ୍ରେଲ- ୨/୨୪, ବିଷ୍ଣୋଇ- ୧/୨୨)।
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୫୭/୮
(ଅଗ୍ରଓ୍ବାଲ- ୮୯, ରାହୁଲ- ୨୧, ଗୋଥାମ- ୨୦, ଅକ୍ଷର- ୧/୧୪, ଅଶ୍ୱିନ- ୨/୨, ରାବାଡା- ୨/୨୮, ମୋହିତ- ୧/୪୫, ଷ୍ଟୋଇନିସ୍‌- ୨/୨୯ )


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍‌ସ୍ପନ୍ଦନ

ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍‌ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ...

ଦୂତି ଚାନ୍ଦଙ୍କୁ ବଡ଼ ଝଟ୍‌କା: ଡୋପ ଟେଷ୍ଟରେ ଧରାପଡିବା ପରେ ହେଲେ ନିଲମ୍ବିତ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୧: ଏସିଆନ୍‌ ଗେମ୍ସ ପୂର୍ବରୁ ଭାରତୀୟ ଧାବିକା ଦୂତି ଚାନ୍ଦଙ୍କୁ ବଡ଼ ଝଟ୍‌କା ଲାଗିଛି। ଡୋପ ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ସାମୟିକ ଭାବେ...

ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ହରମାନଙ୍କ ଇସ୍ତଫା

ନୂଆଦିଲ୍ଲୀ, ୨୩।୧୧(ପି.ଟି.): ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ଭୋଲକର ହରମାନ ଇସ୍ତଫା ଦେଇଛନ୍ତି। ୨୦୨୪ ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ...

୫ ବ୍ୟାଟର, ଦୁଇ ସ୍ପିନରଙ୍କ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌...

ଅନ୍ତିମ ଟି୨୦: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମାଉଁଗାନୁଇ, ୨।୨(ପି.ଟି.)- ଟି୨୦ ସିରିଜର ପ୍ରଥମ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଭ୍ରମଣକାରୀ ଭାରତ ଏବେ ୫-୦ରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି।...

ରାଫାଲ ଭାରତରେ ପହଞ୍ଚିବା ପରେ ପଡ଼ୋଶୀ ଦେଶରେ ଆସିଲା ୮.୫ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ,୨୯।୭: ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫାଲ ବିମାନ ବୁଧବାର ଭାରତରେ ପହଞ୍ଚିଛି। ପ୍ରାୟ ୭ ହଜାର କିମି ପାର୍‌ହୋଇ ଅମ୍ବାଲା ବାୟୁସେନା ଘାଟିରେ ଏହି...

କୋହଲି ପୁଣି ଫେଲ୍‌

ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ୍‌। ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଦିନରେ ନିରାଶ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ...

ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ଧୋନୀଙ୍କ ନିଷ୍ପତ୍ତି

ଶାରଜା, ୨୨।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ତମ ସଂସ୍କରଣର ୪ର୍ଥ ମୁକାବିଲାରେ ମଙ୍ଗଳବାର ଗତଥରର ରନର୍ସଅପ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ...

Advertisement
Archives

Model This Week