Posted inଖେଳ

ଆଇପିଏଲ୍‌: ସୁପର ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୨୧ା୯(ପି.ଟି.): ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମ୍ୟାଚରେ ଟସ୍‌ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୨୦ ଓଭରରେ ୮ ଉଇକେଟ ହରାଇ ସମାନ ୧୫୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା। ଏହାପରେ ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କାଗିସୋ ରାବାଡାଙ୍କୁ ସାମ୍ନା କରି ୨ ଉଇକେଟ ହରାଇ ୨ ରନ କରିଥିଲା। ଜବାବରେ ଦିଲ୍ଲୀ ମହମ୍ମଦ ସାମିଙ୍କର ସମ୍ମୁଖୀନ ହୋଇ ଦ୍ୱିତୀୟ ବଲରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପଛରେ ବ୍ୟାଟିଂ କରିଥିବା ପଞ୍ଜାବ ତରଫରୁ ମୟଙ୍କ ଅଗ୍ରଓ୍ବାଲ ୬୦ ବଲରୁ ୭ ଚୌକା ଓ ୪ ଛକା ସହ ୮୯ ରନ ସଂଗ୍ରହ କରି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ଦିଲ୍ଲୀ ସୁପର ଓଭରରେ ବାଜି ମାରିଥିଲା।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୩ ରନରେ ପ୍ରଥମ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଭିଜ୍ଞ ଓପନର ଶିଖର ଧାଓ୍ବନ ଖାତା ଖୋଲିବା ପୂର୍ବରୁ ଦୁର୍ଭାଗ୍ୟଜନକ ଭାବେ କ୍ରିଷ୍ଣାପ୍ପା ଗୋଥାମ୍‌ଙ୍କ ଥ୍ରୋରେ ଉଇକେଟକିପର ତଥା ଅଧିନାୟକ ଲୋକେଶ ରାହୁଲଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ଯୁବ ଓପନର ପୃଥ୍ବୀ ଶ’ ମାତ୍ର ୫ ରନ କରି ମହମ୍ମଦ ସାମିଙ୍କ ବଲ୍‌ରେ ମିଡ୍‌ ଅନ୍‌ରେ କ୍ରିସ୍‌ ଜୋର୍ଡାନଙ୍କ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ସିମରନ ହେଟ୍‌ମେୟର ମଧ୍ୟ ସାମିଙ୍କ ଶିକାର ହୋଇଥିଲେ। ସେ ୭ ରନ କରିଥିବା ବେଳେ ଏକ୍‌ଷ୍ଟ୍ରା କଭରରେ ମୟଙ୍କ ଅଗ୍ରଓ୍ବାଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ଅଧିନାୟକ ଶ୍ରେୟାସ ଆୟାର ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରି ୬୦ ବଲରୁ ୭୩ ରନ ସଂଗ୍ରହ କରିଥିଲେ। ତେବେ ପନ୍ତ ଲାଇନ୍‌ମିସ୍‌ କରି ୨୯ ବଲ୍‌ ଖେଳି ୪ ଚୌକା ସହ ୩୧ ରନ କରି ରବି ବିଷ୍ଣୋଇଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପର ଓଭରରେ ଆୟାର ଆଉଟ ହୋଇଥିଲେ। ସେ ୩୨ ବଲ୍‌ ଖେଳି ୩ ଛକା ସହ ୩୯ ରନକରି ମିଡ୍‌- ଅଫ୍‌ରେ ଜୋର୍ଡାନଙ୍କୁ କ୍ୟାଚ୍‌ ଦେଇ ମହମ୍ମଦ ସାମିଙ୍କ ତୃତୀୟ ଶିକାର ହୋଇଥିଲେ। ଅକ୍ଷର ପଟେଲ ୬ ରନ କରି ସେଲଡନ କଟ୍ରେଲଙ୍କ ବଲରେ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ ରବିଚନ୍ଦ୍ରନ ଆଶ୍ୱିନ ମାତ୍ର ୪ ରନ କରି କଟ୍ରେଲଙ୍କ ବଲ୍‌ରେ ଥାର୍ଡମ୍ୟାନରେ ସାମିଙ୍କୁ କ୍ୟାଚ୍‌ ଦେଇଥିଲେ। ଜୋର୍ଡାନଙ୍କ ଅନ୍ତିମ ଓଭରରେ ୨୬ ରନ ବ୍ୟୟ କରିଥିଲେ। ୨୦ତମ ଓଭରରେ ଷ୍ଟୋଇନିସ୍‌ ୨ଟି ଛକା ଓ ୩ ଚୌକା ମାରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଷ୍ଟୋଇନିସ୍‌ ୨୧ଟି ବଲ ଖେଳି ୭ ଚୌକା ୩ ଛକା ସହ ୫୩ ରନର ଦ୍ରୁତ ଶତକୀୟ ପାଳି ଖେଳି ରନ୍‌ ଆଉଟ ହୋଇଥିଲେ। ଅନରିଚ୍‌ ନୋର୍ଜ ୩ ରନକରି ଅପରାଜିତ ରହିଥିଲେ। ବୋଲିଂରେ ପଞ୍ଜାବ ତରଫରୁ ସାମି ସର୍ବାଧିକ ୩, କଟ୍ରେଲ ୨ ଓ ବିଷ୍ଣୋଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୫୭/୮
(ଷ୍ଟୋଇନିସ୍‌- ୫୩, ଆୟାର- ୩୯, ପନ୍ତ- ୩୧, ସାମି- ୩/୧୫, କଟ୍ରେଲ- ୨/୨୪, ବିଷ୍ଣୋଇ- ୧/୨୨)।
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୫୭/୮
(ଅଗ୍ରଓ୍ବାଲ- ୮୯, ରାହୁଲ- ୨୧, ଗୋଥାମ- ୨୦, ଅକ୍ଷର- ୧/୧୪, ଅଶ୍ୱିନ- ୨/୨, ରାବାଡା- ୨/୨୮, ମୋହିତ- ୧/୪୫, ଷ୍ଟୋଇନିସ୍‌- ୨/୨୯ )


Enter your email to get our daily news in your inbox.

All Right Reserved By Dharitri.Com

କୋମଲ ରାଣୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ କେଉଁ ବୟଫ୍ରେଣ୍ଡ କଥା ଉଠାଇଲେ କଶ୍ମୀରା ଶାହା? ଜାଣନ୍ତୁ ଏହା ପଛର କାହାଣୀ

ମୁମ୍ବାଇ: ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କଶ୍ମୀରା ଶାହା ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା ଏବଂ ପ୍ରାୟତଃ ନିଜ ମନ୍ତବ୍ୟ ଯୋଗୁ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।…

କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍‌: ଆଗକୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?