ଉତ୍ତାପ କମାଇବାକୁ କାର୍ଯ୍ୟକାରୀ ହେବ ପାଇଲଟ୍‌ ପ୍ରକଳ୍ପ: କୁମୁଡ଼ା ପାହାଡ ଉନ୍ନତି ଲାଗି ଖର୍ଚ୍ଚ ହେବ ୪.୭୪ କୋଟି

ବଲାଙ୍ଗୀର ଅଫିସ,୫।୬- ଉତ୍ତପ୍ତ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଏବଂ ଆଖପାଖ ଅଞ୍ଚଳରେ ତାପମାତ୍ର ବୃଦ୍ଧି ରୋକିବା ଦିଗରେ ବନ ବିଭାଗ ପକ୍ଷରୁ ଏକ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି। ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଏ ନେଇ ୪ କୋଟି ୭୪ ଲକ୍ଷ ଟଙ୍କାର ଏକ ପାଇଲଟ୍‌ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌)ଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ପିସିସିଏଫ୍‌ ଏହାକୁ ଅନୁମୋଦନ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିବା ଜଣାପଡିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କୁମୁଡ଼ା ପାହାଡ଼ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ବନୀକରଣ କରାଯିବା ସହ ପାହାଡ ଭିତରେ ପାଣିଟାଙ୍କି ନିର୍ମାଣ, ରାସ୍ତାକଡ଼ରେ ବନୀକରଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ କରାଯିବ। ଫଳରେ ଅଞ୍ଚଳରେ ତାପମାତ୍ରା କମିବା ସହ ପାହାଡ଼ ଓ ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ହେବ।
ଟିଟିଲାଗଡ଼ ସହର ସଂଲଗ୍ନ ପ୍ରସିଦ୍ଧ କୁମୁଡ଼ା ପାହାଡରେ ଗଛ ନାହିଁ ା ଏଠାକାର ପଥର ଚଟାଣରୁ ତାପ ବିକିରଣ ଯୋଗୁ ଖରାଦିନେ ଏଠାରେ ପ୍ରଚଣ୍ଡ ତାପମାତ୍ରା ବୃଦ୍ଧି ଅନ୍ୟତମ କାରଣ ବୋଲି କୁହାଯାଇଛି। ୨୦୦୪ରୁ ୨୦୦୭ ମଧ୍ୟରେ ଟିଟିଲାଗଡ଼ ଶୀତଳୀକରଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ସେତିକିବେଳେ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଏକ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା ା ଏହି ଶୀତଳୀକରଣ ଯୋଜନାରେ କୁମୁଡ଼ା ପାହାଡ ଉପରେ ମାଟି ଫିଲିଂ କରାଯାଇ ବୃକ୍ଷରୋପଣ କରାଯାଇଥିଲା। ହେଲେ ତାହା ବିଶେଷ ଫଳପ୍ରଦ ହେଲାନାହିଁ ା ବର୍ଷାଦିନେ ପଥର ଚଟାଣରୁ ମାଟି ଖସିଯିବାରୁ ଏହି ଯୋଜନା ଫେଲ୍‌ ମାରିଥିଲା। ବର୍ତ୍ତମାନ ଏକ ନୂଆ ଟେକ୍‌ନିକ୍‌ରେ ପାହାଡ଼ରେ ବୃକ୍ଷରୋପଣ କରିବାକୁ ଯୋଜନା କରାଯାଇଛି।
ବନ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ପାଇଲଟ୍‌ ପ୍ରକଳ୍ପରେ କୁମୁଡ଼ା ପାହାଡ଼ ଉପରେ ମାଟି ଫିଲିଂ କରାଯିବ ନାହିଁ ା ପାହାଡ଼ ପଥର ଚଟାଣରେ ଡ୍ରିଲିଂ କରାଯାଇ ମାଟି ଭର୍ତ୍ତି କରାଯିବ ଓ ସେଠାରେ ବୃକ୍ଷରୋପଣ କରାଯିବ। ଏହାସହିତ ସ୍ବତନ୍ତ୍ର କିସମର ଗଛ ଲଗାଯିବ। ବର, ଅଶ୍ୱତ୍‌ଥ, ଡିମିରି ଭଳି କମ୍‌ ମାଟିରେ ବଞ୍ଚତ୍ପାରୁଥିବା ଗଛ ଲଗାଇବା ପାଇଁ ଯୋଜନା କରାଯାଇଛି। ୩୪ ଏକର ପରିମିତ ପାହାଡକୁ ସବୁଜ ସୁନ୍ଦର କରାଯିବା ସହ ଆଖପାଖ ଅଞ୍ଚଳରେ ଥିବା ଖାଲି ସ୍ଥାନ ଓ ରାସ୍ତାକଡରେ ଗଛ ଲଗାଯିବ। ଗତ ଜାନୁୟାରୀ ମାସରେ ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଏହି ପାଇଲଟ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ ପଠାଯାଇଛି। ପ୍ରକଳ୍ପ ତଦାରଖ ପରେ ପିସିସିଏଫ୍‌ ଗତ ଫେବୃୟାରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିବା ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥୀ ସୂଚନା ଦେଇଛନ୍ତି। ଓଡ଼ିଶା ପରିବେଶ ପରିଚାଳନା ପାଣ୍ଠି(ଓଇଏମ୍‌ଏଫ୍‌)ରେ ଏହି ପାଇଲଟ୍‌ ପ୍ରକଳ୍ପ ଉପସ୍ଥାନ କରାଯାଇଛି। ଏହାର ଅର୍ଥ ଅନୁମୋଦନ ହେଲେ ଖୁବ୍‌ ଶୀଘ୍ର କୁମୁଡ଼ା ପାହାଡ ବନୀକରଣ ଉନ୍ନୟନ କାମ ଆରମ୍ଭ କରାଯିବ ବୋଲି ଡିଏଫ୍‌ଓ ଶତପଥୀ କହିଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଟିଟିଲାଗଡ ଅଞ୍ଚଳର ତାପମାତ୍ରା ବୃଦ୍ଧିକୁ ନିଶ୍ଚିତ ରୋକାଯାଇ ପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri