ଉଜୁଡ଼ିଲା ଫସଲ ଓ ଧୋଇଗଲା ରାସ୍ତା

ଗଣିଆ,୧୭।୮(ଡି.ଏନ.ଏ.)- ଛାଡିଯାଇଛି ବନ୍ୟାଜଳ ା ହେଲେ ଉଜୁଡିଯାଇଛି ଏକର ଏକର ଚାଷ ଜମି ା ଧୋଇଯାଇଛି ରାସ୍ତାଘାଟ ା ଫଳରେ ବହୁ ଚାଷୀ ଉଜୁଡା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏଭଳି ଦୃଶ୍ୟ ଗଣିଆ ବ୍ଲକର ଛାମୁଣ୍ଡିଆ, ରାସଙ୍ଗ, କିଶୋରପ୍ରସାଦ ଓ ବେଲପଡା ପଞ୍ଚାୟତରେ ଦେଖିବାକୁ ମିଳିଛି ା ବିଭିନ୍ନ ଗାଁର ଗହୀର ବିଲରୁ ବନ୍ୟାଜଳ ନିଷ୍କାସନ ହୋଇପାରୁନାହିଁ ା ଫଳରେ ଏହି ଗହୀର ବିଲରେ ହୋଇଥିବା ଧାନ ଫସଲ ନଷ୍ଟ ହେବାକୁ ବସିଲାଣି ା ବ୍ଲକର ଛାମୁଣ୍ଡିଆ ପଞ୍ଚାୟତର ରାଜିଙ୍ଗି, ବଡମୂଳ ମାଳିସାହି, ଈଶ୍ୱରପୁର, ରାଇଗାଡିଆ,ଛାମୁଣ୍ଡିଆ, ରାସଙ୍ଗ ପଞ୍ଚାୟତର ରାସଙ୍ଗ ଓ କାଦୁଆ, ବେଲପଡା ପଞ୍ଚାୟତର ରାଉତପଡା,ୱାଲିପୁର ଓ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁର ଗହିରି ବିଲ ଓ ଅଞ୍ଚଳରୁ ଏବେବି ବନ୍ୟାଜଳ ନିଷ୍କାସନ ହୋଇପାରିନାହିଁ ା ସେହିପରି ବନ୍ୟାଜଳ ଦୁଇଦିନ ଧରି ରହିବା ଦ୍ୱାରା ମହାନଦୀ କୂଳ ଅଞ୍ଚଳରେ ଚାଷ ହୋଇଥିବା ପୋଟଳ, କାକୁଡି,ଜହ୍ନି, ମକା, କଲରା,ଝୁଡଙ୍ଗ ଓ ବାଇଗଣ ପରି ବିଭିନ୍ନ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିପରି ବନ୍ୟାଜଳ ସ୍ରୋତରେ ବିଭିନ୍ନ ପୋଖରୀ ହୁଡାରେ ଘାଇ ହୋଇ ପୋଖରୀ ମୁକୁଳା ହୋଇପଡିଛି । ଅନ୍ୟପରି ବନ୍ୟା ପ୍ରଭାବରେ ଗଣିଆ-ବଡମୂଳ ପୂର୍ତ୍ତ ରାସ୍ତାରୁ ଈଶ୍ୱରପୁର ଗ୍ରାମକୁ ଯାଇଥିବା କଂକ୍ରିଟ ରାସ୍ତା ଓ ଗାଡର୍ର୍ୱାଲ ଧୋଇ ହୋଇଯାଇଛି ା ଏପରିକି ଗ୍ରାମକୁ ଯାଇଥିବା ପାନୀୟଜଳ ସଂଯୋଗ ବିଚ୍ଛିନ୍ନ ହୋଇପଡିଛି ା ଛାମୁଣ୍ଡିଆ ପଞ୍ଚାୟତର କୁତୁରୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ବହୁ ସ୍ଥାନରେ ବନ୍ୟାଜଳ ଜମି ରହିବା ଦ୍ୱାରା ଗ୍ରାମବାସୀ ବଡମୂଳ ଓ ଛାମୁଣ୍ଡିଆ ଯାତାୟାତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ସେହିପରି ବିଭିନ୍ନ ଖାଲୁଆ ସ୍ଥାନରେ ବନ୍ୟାଜଳ ଜମିରହିବା ଦ୍ୱାରା ଥଣ୍ଡା, କାଶ,ଝାଡାବାନ୍ତି ପରି ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?