ଇଭିଏମ୍‌ ଭଙ୍ଗାରୁଜା ଘଟଣା: ନୀଳମଣିଙ୍କ ଜାମିନ ଶୁଣାଣି ୨କୁ ଘୁଞ୍ଚିଲା

ଭଞ୍ଜନଗର/ସୋରଡା,୨୬।୪ (ଡି.ଏନ.ଏ.)- ସୋରଡା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍‌ ମେଶିନ ଭାଙ୍ଗିବା ଅଭିଯୋଗରେ ଗତ ୧୮ ତାରିଖରୁ ସୋରଡା ଜେଲରେ ଅଛନ୍ତି। ଏହି ମାମଲାରେ ନୀଳମଣି ଜାମିନ ପାଇବା ପାଇଁ ଆବେଦନ କରିଥିବାବେଳେ ପୋଲିସ ୨ଜଣଙ୍କ ଏତଲାକୁ ଭିତ୍ତିକରି ଆଉ ୨ ମାମଲା ନୀଳମଣିଙ୍କ ନାମରେ ଯୋଡି ଦେଇଛନ୍ତି। ନୀଳମଣି ଖୁବ୍‌ଶୀଘ୍ର ଜାମିନରେ ବାହାରିବେ ବୋଲି ତାଙ୍କ ସମର୍ଥକମାନେ ଯେଉଁ ଆଶା ରଖିଥିଲେ ତାହା ୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚତ୍ୟାଇଛି। ଯାହାକୁ ନେଇ ନୀଳମଣିଙ୍କ ସମର୍ଥକମାନେ ନିରାଶ ହୋଇଛନ୍ତି। ଗୁରୁବାର ନୀଳମଣିଙ୍କୁ ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଜାମିନ ମିଳିବ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଥିଲେ। ଏନେଇ ନୀଳମଣିଙ୍କ ଓକିଲ ସୋରଡା ଏଡିଜେ କ୍ୟାମ୍ପ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ସୋରଡା ପୋଲିସ ନିର୍ବାଚନରେ ବ୍ୟସ୍ତ ଥିବା ଯୋଗୁ ଆଜି ସିଡି ଦାଖଲ କରିପାରି ନ ଥିଲା। ଫଳରେ ଆଜି ନୀଳମଣିଙ୍କୁ ଜାମିନ ମିଳିପାରି ନ ଥିଲା। ଏହାର ପରବର୍ତ୍ତୀ ଶୁଣାଣି ୨ରେ ହେବ ବୋଲି ଏଡିଜେ ମହଲତ ସା ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ସୋରଡା କୋର୍ଟରେ ସରକାରଙ୍କ ପକ୍ଷରୁ ଗଞ୍ଜାମ ପିପି ଅଜିତ କୁମାର ପଟ୍ଟନାୟକ ଓ ଭଞ୍ଜନଗର ଅତିରିକ୍ତ ପିପି ଏମ୍‌. ତାଜ୍‌ ଆଦେନୀ ମକଦ୍ଦମା ପରିଚାଳନା କରୁଥିଲେ। ଏନେଇ ଆଦେନୀ ଏଠାରେ ସୂଚନା ଦେଇଛନ୍ତି ଯେ, ଆଉ ଏକ ମାମଲାରେ ନୀଳମଣିଙ୍କୁ ଶୁକ୍ରବାର ଭଞ୍ଜନଗର କୋର୍ଟରେ ହାଜର କରାଯିବ। ସେହିଭଳି ସୋରଡା ଜେଏମ୍‌ଏଫସିଙ୍କ ଅନୁପସ୍ଥିତିରେ ଭଞ୍ଜନଗର ଏସ୍‌ଡିଜେମ୍‌ କୋର୍ଟରେ ନୀଳମଣିଙ୍କୁ ଆଉ ଏକ ମାମଲାରେ ଗୁରୁବାର କଡା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୋରଡା ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ନୀଳମଣିଙ୍କ ଓକିଲ ଖରାଂଶୁ ଶେଖର ଦାସ ଏଠାରେ କହିଛନ୍ତି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ନୀଳମଣିଙ୍କୁ ହଇରାଣ କରାଯାଉଛି। ଆଗାମୀ ଦିନରେ ନିଶ୍ଚିତ ନ୍ୟାୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଶେଷ: ସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଲେ ଦୁଇ ଭଉଣୀ, ପୁଣି ୩ ବର୍ଷ ପରେ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଦୀର୍ଘ ୨୫ ଦିନ ଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ପୁଣି ୩ ବର୍ଷ ପରେ ଦେବୀଙ୍କ…

ଖେମୁଣ୍ଡି କଲେଜ ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ଚନ୍ଦ୍ରକାନ୍ତ-ରୁଦ୍ର ଯୁଗ୍ମ ଟପ୍ପର, କଳାରେ ବାଜି ମାରିଲେ…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଚନ୍ଦ୍ରକାନ୍ତ ବିଷୋୟୀ ଏବଂ ରୁଦ୍ର ପ୍ରସାଦ…

ଶିକାର କରିବାକୁ ଜଙ୍ଗଲରେ ବୁଲୁଥିଲେ, ମାଡ଼ି ବସିଲା ତାରସିଂ ପୋଲିସ; ବନ୍ଧୁକ ସହ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଡିମିରିଝୋଲି ଜଙ୍ଗଲରୁ ପୋଲିସ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ବଡ ଡିମିରିଝୋଲିର ସନ୍ତୋଷ…

ବ୍ଲକ ସ୍ତରୀୟ ନାଟକ, ସୁବଳୟା ଖେଳ ପଡିଆରେ ଦୁଲୁକିବ କଳା ସଂସ୍କୃତିକ ମଞ୍ଚର…

ଗଞ୍ଜାମ,୨୦।୫(ବିଦ୍ୟାଧର ସାହୁ ): ୨୦୨୦ରେ ଗଠନ ହୋଇଥିବା ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଛଅ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ…

ଔଷଧ ଦୋକାନ ମାଲିକଙ୍କ ଫଟୋ ବ୍ୟବହାର କରି ଏସି ଠକେଇ, ୩ ଜଣଙ୍କଠୁ ୪୭ ହଜାର ଲୁଟିନେଲେ

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ): ସରକାର ଯେତିକି ସଚେତନତା କରୁଛନ୍ତି ଦୁର୍ବୃତ୍ତମାନେ ଆଉ ଟିକେ ଆଗକୁ ଯାଇ ଠକେଇ କରୁଛନ୍ତି । ଲୋକେ ମଧ୍ଯ ବିଭିନ୍ନ ପରିସ୍ଥିତି ଏବଂ କାରଣରୁ…

ସଡ଼କ ଦୁର୍ଘଟଣାରେ ୨ ମୃତ, ମୃତକଙ୍କ ପରିବାରକୁ ଭେଟିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୨୦ା୫ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହଂସପୁର ଗ୍ରାମନିବାସୀ…

ଗ୍ରାମକୁ ମଦମୁକ୍ତ ପାଇଁ ଅଣ୍ଟାଭିଡ଼ିଲେ ମହିଳା, ମଦଦୋକାନ ବନ୍ଦ ପାଇଁ ଧାରଣା ଦେଲେ ଗ୍ରାମବାସୀ

ବୁଗୁଡ଼ା,୨୦ା୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ…

ଗାଧୋଇ ଯିବାବେଳେ ଯୁବକଙ୍କୁ ପକାଇଥିଲେ କଟୁରି ଚୋଟ, ଆଜି ଜେଲ୍‌ ଗଲେ

ଦିଗପହଣ୍ଡି,୨୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ବଡ଼ସାହିର ଦୀପକ ସେଠୀଙ୍କ କଟୁରି ଚୋଟରେ ପଡ଼ୋଶୀ ଡି.ବିଜୟ(୪୫) ମଙ୍ଗଳବାର ସକାଳେ ଗୁରୁତର ହୋଇଥିଲେ। ପୂର୍ବାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri