Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର କ୍ରମାଗତ ଦ୍ୱିତୀୟ ପରାଜୟ

ଗୁଆହାଟୀ, ୨୭।୧୦(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଷଷ୍ଠ ସଂସ୍କରଣରେ ପଦାର୍ପଣ କରିଥିବା ଓଡ଼ିଶା ଏଫ୍‌ସି ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିଠାରୁ ୨-୧ ଗୋଲରେ ହାତଛଡ଼ା କରିବା ପରେ ଶନିବାର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଅନୁରୂପ ଭାବେ ପରାସ୍ତ ହୋଇଛି। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଘରୋଇ ଦଳ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ୨-୧ ଗୋଲରେ ଓଡ଼ିଶାକୁ ହରାଇଛି। ତାରକା ଷ୍ଟ୍ରାଇକର ଆସାମୋଆ ଜିଆନଙ୍କ ନିର୍ଣ୍ଣାୟକ ଗୋଲ ବଳରେ ନର୍ଥଇଷ୍ଟ ଲିଗ୍‌ରେ ତା’ର ପ୍ରଥମ ବିଜୟ ହାସଲ କରିଛି।
ରିଡିମ ଟିଲାଙ୍ଗ୍‌ ଦ୍ୱିତୀୟ ମିନିଟ୍‌ରେ ମାର୍ଟିନ ଚାଭେଜ ଓ ପାନାଜିଓଟିସ୍‌ଙ୍କଠାରୁ ସହାୟତା ପାଇ ଗୋଲ ଦେଇଥିଲେ ଓ ନର୍ଥଇଷ୍ଟକୁ ୧-୦ରେ ଅଗ୍ରଣୀ କରାଇଥିଲେ। ସପ୍ତମ ମିନିଟ୍‌ରେ ନାରାୟଣ ଦାସ ଓ ଶୁଭମ ଷଡଙ୍ଗୀ ଓଡ଼ିଶା ପାଇଁ ପ୍ରଥମ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ମାର୍ଟିନେଜ ଜିଉଡେସ ମାରିଥିବା ଫ୍ରି କିକ୍‌କୁ ନର୍ଥଇଷ୍ଟ ଗୋଲକିପର ସୁଭାଶିଷ ରାୟ ପଣ୍ଡ କରିଥିଲେ। ଏହାର ୬ ମିନିଟ ପରେ ସୁଭାଶିଷ ଜେରୀ ମାଅମିଙ୍ଗଥାଙ୍ଗାଙ୍କ ପ୍ରୟାସକୁ ଅଟକାଇବାରେ ସମର୍ଥ ହୋଇଥିଲେ। ପ୍ରଥମାର୍ଦ୍ଧରେ ଉଭୟ ଦଳ ପକ୍ଷରୁ ଘନଘନ ଆକ୍ରମଣ ହୋଇଥିଲା। ତେବେ ଗୋଲକିପରମାନେ ଉନ୍ନତ ପ୍ରଦର୍ଶନ କରି ଗୋଲ ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍‌ର ୭୧ତମ ମିନିଟ୍‌ରେ ସିସ୍କୋ ହେର୍ନାଣ୍ଡେଜ୍‌ ଓଡ଼ିଶା ତରଫରୁ ଗୋଲ ଦେଇଥିଲେ ଓ ମ୍ୟାଚ୍‌କୁ ୧-୧ ସମାନସ୍ଥିତିକୁ ଆଣିଥିଲେ। ଏହାର ଠିକ ଦୁଇ ମିନିଟ୍‌ ପରେ ରେଫରି ଡେଲଗାଡୋଙ୍କୁ ନାଲି କାର୍ଡ ଦେଖାଇଥିଲେ। ଫଳରେ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା। ଫଳରେ ଓଡ଼ିଶାକୁ ଧକ୍କା ଲାଗିଥିଲା ଓ ଦଳ ୧୦ଜଣଙ୍କୁ ନେଇ ଖେଳ ଜାରି ରଖିଥିଲା। ଏହାର ସୁଯୋଗ ନେଇ ନର୍ଥଇଷ୍ଟ ତରଫରୁ ୮୪ତମ ମିନିଟ୍‌ରେ ଆସାମୋଆ ଜିଆନ ଗୋଲ ଦେଇ ଦଳକୁ ଜିତାଇଥିଲେ। ଏହି ନିର୍ଣ୍ଣାୟକ ଗୋଲ ପାଇଁ ଜିଆନ ହିରୋ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାସଲ କରିଥିଲେ। ସେହିପରି ମ୍ୟାଚ୍‌ର ଉଦୀୟମାନ ଖେଳାଳି ହିସାବରେ ନର୍ଥଇଷ୍ଟର ରିଡିମ ଟିଲାଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri