ଆସ୍ଥାଗୃହ ଅନ୍ତେବାସୀଙ୍କ ସହ ଖାଇଲେ ଜିଲାପାଳ

ସୁନ୍ଦରଗଡ,୨୯।୧୨ (ଡି.ଏନ୍‌.ଏ) -ସମସ୍ତଙ୍କ ମଧ୍ୟରେ ବହିପଢିବା ଅଭ୍ୟାସ ସୃଷ୍ଟି କରିବା ପାଇଁ ସୁନ୍ଦରଗଡ଼ରେ ‘ବହିପଢ’ ଅଭିଯାନ ଆରମ୍ଭ କରି ଅଭିନବ ପ୍ରୟାସ କରିଥିବା ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଶନିବାର ସ୍ଥାନୀୟ ଆସ୍ଥାଗୃହରେ ଅନ୍ତେବାସୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ କରି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲାପାଳ ଆସ୍ଥାଗୃହ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କର ସିଲେଇ, ଷ୍ଟିଚିଂ, ଛତୁଚାଷ ଓ ଗୋପାଳନ କାର୍ଯ୍ୟ ଦେଖି ପ୍ରଶଂସା କରିଥିଲେ। ଏହା ସହ ଆଗାମୀ ଦିନରେ ନଡାରୁ କମ୍ପୋଷ୍ଟ ଖତ ତିଆରି ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏନ୍‌ଟିପିସି ଡୁଲୁଙ୍ଗା କୋଇଲା ଖଣି ପ୍ରକଳ୍ପ ତରଫରୁ ଅନ୍ତେବାସୀମାନଙ୍କୁ ଜିଲାପାଳ କମ୍ବଳ ବଣ୍ଟନ କରିଥିଲେ। ପ୍ରକାଶ ଥାଉ କି ଆସ୍ଥା ଗୃହରେ ଅସହାୟ ମାନସିକ ଭିନ୍ନକ୍ଷମ ଓ ମାନସିକ ଭିନ୍ନକ୍ଷମ ଅସହାୟ ମହିଳା ମାନଙ୍କୁ ଉଦ୍ଧାର କରାଯାଇ ଏଠାରେ ରଖାଯାଉଛି। ସେମାନଙ୍କର ଚିକିତ୍ସା କରାଯାଇ ସୁସ୍ଥ ହେବା ପରେ ସେମାନଙ୍କୁ ଯୋଗ ଓ ଅନ୍ୟାନ୍ୟ ତାଲିମ ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ହେବାପାଇଁ ତାଲିମ ଦିଆଯାଉଛି। ଜିଲାପାଳଙ୍କ ଏହି ପରିଦର୍ଶନ ବେଳେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ବିଶି, ଆସ୍ଥା ଗୃହର ତତ୍ତ୍ୱାବଧାରିକା ଆଡଭୋକେଟ ସ୍ନେହଲତା ପଟେଲ, ଏନ୍‌ଟିପିସି ଡୁଲୁଙ୍ଗାକୋଇଲା ଖଣି ପ୍ରକଳ୍ପର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଲାଞ୍ଚ ମାମଲାରେ ସ୍ବାସ୍ଥ୍ୟ ପରିଦର୍ଶିକାଙ୍କୁ ୪ବର୍ଷ ଜେଲ

ସୁନ୍ଦରଗଡ଼,୨୯ା୩(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ରାଜଲକ୍ଷ୍ମୀ ପଟ୍ଟନାୟକ ଗୁରୁବାର ଏକ ଲାଞ୍ଚ ମାମଲାରେ ବଣାଇଁ ଉପଖଣ୍ଡ ଖୁଣ୍ଟ ଗାଁ ପ୍ରାଥମିକ ସ୍ବାସ୍ଥ୍ୟ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ଭଜନ କୀର୍ତ୍ତନ କରି ହୋଲି ଖେଳିଲେ ବରିଷ୍ଠ ନାଗରିକ

କୁଆଁରମୁଣ୍ଡା,୨୬।୩(ମହେନ୍ଦ୍ର କୁମାର ସାହୁ): ଆଜି ରଙ୍ଗର ପର୍ବ ହୋଲି। ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ପଛରେ ପକାଇ ଲୋକେ ରଙ୍ଗ ଓ ଅବିର ଲଗାଇ ପରସ୍ପରକୁ...

କାଳବୈଶାଖୀ ତାଣ୍ଡବ: ଗରମ, ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି

ବନ୍ଧମୁଣ୍ଡା,୨୫।୩(ସୁବ୍ରତ ଦେ): ରେଲନଗରୀ ବନ୍ଧମୁଣ୍ଡାରେ କାଳବୈଶାଖୀ ତାଣ୍ଡବ ରଚିଛି। ସୋମବାର ସାରେ ରାଉରକେଲା, ବନ୍ଧମୁଣ୍ଡା ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଝଡ଼...

ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲା ସ୍ବାମୀ

ଟେନ୍‌ସା,୨୪।୩(ସମୀର କୁମାର ପାଢୀ): ସ୍ତ୍ରୀର ମୃତ୍ୟୁକୁ ଅତି ସହଜରେ ଗ୍ରହଣ କରି ପାରିଲେନି ସ୍ବାମୀ। ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ।...

ବୀରମିତ୍ରପୁରରେ ଆଶଙ୍କାରେ ଭାଜପା,ବିଜେଡି ଆଶାୟୀ

କୁଆଁରମୁଣ୍ଡା,୨୧ା୩ (ମହେନ୍ଦ୍ର କୁମାର ସାହୁ): ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ...

ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲାରେ ମହାବଳ ବାଘ, ଜାଣନ୍ତୁ କେଉଁଠୁ ଆସିଲା

ଭୁବନେଶ୍ୱର,୧୮।୩: ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲାରେ ପଡିଛି ମହାବଳ ବାଘର ପାଦ। ବନବିଭାଗ କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri