ଆର୍ମି ନିଯୁକ୍ତି ପାଇଁ ଆସି ହଟହଟା: ଫୁଟ୍‌ପାଥରେ ରାତି କଟାଉଛନ୍ତି ପରୀକ୍ଷାର୍ଥୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସୋମବାର ମଧ୍ୟାହ୍ନ। ସ୍ଥାନ ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ରାସ୍ତା। ବିହାରର ଆଶିଷ କୁମାର ଏମ୍‌ଏଲ୍‌ଏ କ୍ୱାର୍ଟର୍ସ ସାମ୍ନା ଫୁଟ୍‌ପାଥରେ ମନସ୍ତାପରେ ବସିଥିଲେ। ତାଙ୍କର ବିଚଳିତ ଅବସ୍ଥା ଦେଖି ଆମ ପ୍ରତିନିଧିଙ୍କ ନଜର ପଡ଼ିଥିଲା। ସୈନ୍ୟବାହିନୀରେ ଭର୍ତ୍ତି ପାଇଁ ବହୁତ ଇଚ୍ଛା ଥିଲା। ଏଥିପାଇଁ ସେ ନିଜକୁ ପ୍ରସ୍ତୁତ କରି ବହୁ ଆଶା ନେଇ ଭୁବନେଶ୍ୱର ଧାଇଁ ଆସିଥିଲେ। ହେଲେ ପ୍ରଥମ ରାଉଣ୍ଡ୍‌ ଦୌଡ଼ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ହେଲେ ଏଥିପାଇଁ ସେ ଭାଗ୍ୟକୁ ଯେତିକି ଦୋଷ ଦେଉଥିଲେ, ବ୍ୟବସ୍ଥାକୁ ସେତିକି ଦାୟୀ କରୁଥିଲେ। ରେଳ ଷ୍ଟେଶନରେ ପହଞ୍ଚତ୍ ସିଧା ପରୀକ୍ଷାସ୍ଥଳ ବାଟାଲିୟନ ନିକଟକୁ ଯାଇଥିଲେ। ସେଠାରେ ମୁଣ୍ଡ ଗୁଞ୍ଜିବାକୁ କୌଣସି ଶେଡ୍‌ ନ ଥିଲା। ରାତି ପାହିଲେ ପରୀକ୍ଷା। ଅନ୍ୟମାନେ ଫୁଟ୍‌ପାଥରେ ଖୁନ୍ଦାଖୁନ୍ଦି ହୋଇ ରହିଥିବା ଦେଖି ଆଶିଷ ମଧ୍ୟ ବାଟାଲିୟନ ମୁଖ୍ୟ ଗେଟ୍‌ ନିକଟ ଫୁଟ୍‌ପାଥ୍‌ରେ ଶୋଇପଡ଼ିଥିଲେ। ହଠାତ୍‌ ବିଳମ୍ବିତ ରାତିରେ ବର୍ଷା ହେଲା। ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ପାଇ ଅନ୍ୟମାନଙ୍କ ଭଳି ସେ ମଧ୍ୟ ଓଦା ହୋଇଗଲେ। ସାର୍ଟିଫିକେଟକୁ ପେଟ ତଳେ ଦେଇ ସେମିତି ରାତି ବିତାଇଲେ। ରାତି ଅନିଦ୍ରା ସହ ବର୍ଷାରେ ଭିଜି ଯାଇଥିବାରୁ ଜ୍ୱର ଆସିଯାଇଥିଲା। ଏପରି ଅସୁସ୍ଥତା ଭିତରେ ଦୌଡ଼ ପରୀକ୍ଷାର ଅଧାରୁ ଫେରିବାକୁ ପଡ଼ିଲା। କେବଳ ଆଶିଷ ନୁହନ୍ତି, ତାଙ୍କ ଭଳି ହଜାର ହଜାର ପରୀକ୍ଷାର୍ଥୀ ଏବେ ଖୋଲା ଆକାଶ ତଳେ ରହି ବର୍ଷା ଓ କାକରରେ ଭିଜି ଦିନ ରାତି କାଟୁଛନ୍ତି। ଏଭଳି ଅବ୍ୟବସ୍ଥା ଭିତରେ ନାନା ହଟହଟା ହୋଇ ଆର୍ମି ପରୀକ୍ଷା ଦେଉଛନ୍ତି। ଅକୃତକାର୍ଯ୍ୟ ହୋଇ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି।
ସୂଚନାଯୋଗ୍ୟ, ୭ ରାଜ୍ୟ ପାଇଁ ସୋମବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିହାର ରେଜିମେଣ୍ଟର ଟେରିଟୋରିଆଲ ଆର୍ମି ନିଯୁକ୍ତି ରାଲି ବା ପରୀକ୍ଷା। ୮ ବର୍ଗର ମୋଟ ୮୩ ପଦବୀ ପାଇଁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପ୍ରଥମଦିନର ପରୀକ୍ଷା ପାଇଁ ୮ହଜାରରୁ ଊର୍ଦ୍ଧ୍ୱ ପିଲା ଏଠାକୁ ଆସିଥିବାବେଳେ ଧୀରେ ଧୀରେ ଅନ୍ୟ ରାଜ୍ୟର ପରୀକ୍ଷାର୍ଥୀଙ୍କ ଆଗମନ ଜାରି ରହିଛି। ଏମାନଙ୍କ ରହଣି ପାଇଁ ରାଜ୍ୟ ସରକାର କିମ୍ବା ସେନା ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ନାହିଁ। ସେମାନେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନଠାରୁ ବାଟାଲିୟନ, ରାଜଭବନଠାରୁ ଜୟଦେବ ବିହାର, ସିଆର୍‌ପି ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଆଶ୍ରୟ ନେଇଛନ୍ତି। ନାନା ହଟହଟା ଭିତରେ ସମୟ ବିତାଉଛନ୍ତି। ରାସ୍ତା ପାର୍ଶ୍ୱ ଓ ରେଳ ଷ୍ଟେଶନ ନିକଟବର୍ତ୍ତୀ ଅଞ୍ଚଳରେ ପରିସ୍ରା କରିବା ସହ ଶୌଚ ହେଉଛନ୍ତି। ଫଳରେ ସହରର ରାସ୍ତାଘାଟ ଦୁର୍ଗନ୍ଧରେ ଫାଟି ପଡୁଛି। ଷ୍ଟେଶନ ପରିସରରେ ଏପରିସ୍ଥିତି ସୃଷ୍ଟି ହେବାରୁ ରେଳ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କୁ ଘଉଡ଼ାଇଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୧ହଜାରରୁ ଊର୍ଦ୍ଧ୍ୱ ପ୍ଲାଟ୍‌ଫର୍ମ ଟିକେଟ କରି ଭିତରକୁ ପଶି ସ୍ଥାନ କବ୍‌ଜା କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ରେଲ୍‌ଓ୍ବେ କର୍ତ୍ତୃପକ୍ଷ ନାନା ଆଶଙ୍କା କରି ଅଧିକ ଫୋର୍ସ ମୁତୟନ କରିଥିଲେ। ଆର୍ମି ନିଯୁକ୍ତି ସମୟରେ ରାଜଧାନୀରେ ପରୀକ୍ଷାର୍ଥୀମାନେ ଏଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି। ସହରରେ ଥିବା ବଡ଼ ବଡ଼ ପଡ଼ିଆ ଓ ଖୋଲା ସ୍ଥାନରେ ସେମାନଙ୍କ ପାଇଁ ଶେଡ୍‌ କିମ୍ବା ଅସ୍ଥାୟୀ ବିଶ୍ରାମ ସ୍ଥଳର ବ୍ୟବସ୍ଥା କରାଯାଉ। ଏଥିସହ ପିଇବା ପାଣି, ଶୌଚାଳୟ ଆଦିର ସୁବିଧା ଯୋଗାଇ ଦିଆଯିବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି।

ଏନ୍‌ଏଚ୍‌ଆର୍‌ସିରେ ପିଟିଶନ
ସେନାରେ ଯୋଗଦେବାକୁ ଆସିଥିବା ପରୀକ୍ଷାର୍ଥୀମାନେ ରାଜଧାନୀର ରାସ୍ତା କଡ଼ରେ ପଡ଼ିରହିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏନେଇ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ, ବିଜୟ କୁମାର ପଣ୍ଡା, ସୁବାଶିଷ ପଣ୍ଡା, ଗୋଲକ ବିହାରୀ ନାୟକ ଓ ପ୍ରକାଶଚନ୍ଦ୍ର ଦାଶ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ରେ ପିଟିଶନ କରିଛନ୍ତି। ପରୀକ୍ଷାର୍ଥୀଙ୍କ ପାଇଁ ଅସ୍ଥାୟୀ ରାତ୍ର ଆଶ୍ରୟସ୍ଥଳ ତିଆରି କରିବାକୁ ୧୨୦ ବାଟାଲିୟନ ମୁଖ୍ୟ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେମାନେ କମିଶନଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri