ଆର୍ମି ନିଯୁକ୍ତି ପାଇଁ ଆସି ହଟହଟା: ଫୁଟ୍‌ପାଥରେ ରାତି କଟାଉଛନ୍ତି ପରୀକ୍ଷାର୍ଥୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସୋମବାର ମଧ୍ୟାହ୍ନ। ସ୍ଥାନ ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ରାସ୍ତା। ବିହାରର ଆଶିଷ କୁମାର ଏମ୍‌ଏଲ୍‌ଏ କ୍ୱାର୍ଟର୍ସ ସାମ୍ନା ଫୁଟ୍‌ପାଥରେ ମନସ୍ତାପରେ ବସିଥିଲେ। ତାଙ୍କର ବିଚଳିତ ଅବସ୍ଥା ଦେଖି ଆମ ପ୍ରତିନିଧିଙ୍କ ନଜର ପଡ଼ିଥିଲା। ସୈନ୍ୟବାହିନୀରେ ଭର୍ତ୍ତି ପାଇଁ ବହୁତ ଇଚ୍ଛା ଥିଲା। ଏଥିପାଇଁ ସେ ନିଜକୁ ପ୍ରସ୍ତୁତ କରି ବହୁ ଆଶା ନେଇ ଭୁବନେଶ୍ୱର ଧାଇଁ ଆସିଥିଲେ। ହେଲେ ପ୍ରଥମ ରାଉଣ୍ଡ୍‌ ଦୌଡ଼ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ହେଲେ ଏଥିପାଇଁ ସେ ଭାଗ୍ୟକୁ ଯେତିକି ଦୋଷ ଦେଉଥିଲେ, ବ୍ୟବସ୍ଥାକୁ ସେତିକି ଦାୟୀ କରୁଥିଲେ। ରେଳ ଷ୍ଟେଶନରେ ପହଞ୍ଚତ୍ ସିଧା ପରୀକ୍ଷାସ୍ଥଳ ବାଟାଲିୟନ ନିକଟକୁ ଯାଇଥିଲେ। ସେଠାରେ ମୁଣ୍ଡ ଗୁଞ୍ଜିବାକୁ କୌଣସି ଶେଡ୍‌ ନ ଥିଲା। ରାତି ପାହିଲେ ପରୀକ୍ଷା। ଅନ୍ୟମାନେ ଫୁଟ୍‌ପାଥରେ ଖୁନ୍ଦାଖୁନ୍ଦି ହୋଇ ରହିଥିବା ଦେଖି ଆଶିଷ ମଧ୍ୟ ବାଟାଲିୟନ ମୁଖ୍ୟ ଗେଟ୍‌ ନିକଟ ଫୁଟ୍‌ପାଥ୍‌ରେ ଶୋଇପଡ଼ିଥିଲେ। ହଠାତ୍‌ ବିଳମ୍ବିତ ରାତିରେ ବର୍ଷା ହେଲା। ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ପାଇ ଅନ୍ୟମାନଙ୍କ ଭଳି ସେ ମଧ୍ୟ ଓଦା ହୋଇଗଲେ। ସାର୍ଟିଫିକେଟକୁ ପେଟ ତଳେ ଦେଇ ସେମିତି ରାତି ବିତାଇଲେ। ରାତି ଅନିଦ୍ରା ସହ ବର୍ଷାରେ ଭିଜି ଯାଇଥିବାରୁ ଜ୍ୱର ଆସିଯାଇଥିଲା। ଏପରି ଅସୁସ୍ଥତା ଭିତରେ ଦୌଡ଼ ପରୀକ୍ଷାର ଅଧାରୁ ଫେରିବାକୁ ପଡ଼ିଲା। କେବଳ ଆଶିଷ ନୁହନ୍ତି, ତାଙ୍କ ଭଳି ହଜାର ହଜାର ପରୀକ୍ଷାର୍ଥୀ ଏବେ ଖୋଲା ଆକାଶ ତଳେ ରହି ବର୍ଷା ଓ କାକରରେ ଭିଜି ଦିନ ରାତି କାଟୁଛନ୍ତି। ଏଭଳି ଅବ୍ୟବସ୍ଥା ଭିତରେ ନାନା ହଟହଟା ହୋଇ ଆର୍ମି ପରୀକ୍ଷା ଦେଉଛନ୍ତି। ଅକୃତକାର୍ଯ୍ୟ ହୋଇ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି।
ସୂଚନାଯୋଗ୍ୟ, ୭ ରାଜ୍ୟ ପାଇଁ ସୋମବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବିହାର ରେଜିମେଣ୍ଟର ଟେରିଟୋରିଆଲ ଆର୍ମି ନିଯୁକ୍ତି ରାଲି ବା ପରୀକ୍ଷା। ୮ ବର୍ଗର ମୋଟ ୮୩ ପଦବୀ ପାଇଁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପ୍ରଥମଦିନର ପରୀକ୍ଷା ପାଇଁ ୮ହଜାରରୁ ଊର୍ଦ୍ଧ୍ୱ ପିଲା ଏଠାକୁ ଆସିଥିବାବେଳେ ଧୀରେ ଧୀରେ ଅନ୍ୟ ରାଜ୍ୟର ପରୀକ୍ଷାର୍ଥୀଙ୍କ ଆଗମନ ଜାରି ରହିଛି। ଏମାନଙ୍କ ରହଣି ପାଇଁ ରାଜ୍ୟ ସରକାର କିମ୍ବା ସେନା ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ନାହିଁ। ସେମାନେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନଠାରୁ ବାଟାଲିୟନ, ରାଜଭବନଠାରୁ ଜୟଦେବ ବିହାର, ସିଆର୍‌ପି ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଆଶ୍ରୟ ନେଇଛନ୍ତି। ନାନା ହଟହଟା ଭିତରେ ସମୟ ବିତାଉଛନ୍ତି। ରାସ୍ତା ପାର୍ଶ୍ୱ ଓ ରେଳ ଷ୍ଟେଶନ ନିକଟବର୍ତ୍ତୀ ଅଞ୍ଚଳରେ ପରିସ୍ରା କରିବା ସହ ଶୌଚ ହେଉଛନ୍ତି। ଫଳରେ ସହରର ରାସ୍ତାଘାଟ ଦୁର୍ଗନ୍ଧରେ ଫାଟି ପଡୁଛି। ଷ୍ଟେଶନ ପରିସରରେ ଏପରିସ୍ଥିତି ସୃଷ୍ଟି ହେବାରୁ ରେଳ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କୁ ଘଉଡ଼ାଇଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୧ହଜାରରୁ ଊର୍ଦ୍ଧ୍ୱ ପ୍ଲାଟ୍‌ଫର୍ମ ଟିକେଟ କରି ଭିତରକୁ ପଶି ସ୍ଥାନ କବ୍‌ଜା କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ରେଲ୍‌ଓ୍ବେ କର୍ତ୍ତୃପକ୍ଷ ନାନା ଆଶଙ୍କା କରି ଅଧିକ ଫୋର୍ସ ମୁତୟନ କରିଥିଲେ। ଆର୍ମି ନିଯୁକ୍ତି ସମୟରେ ରାଜଧାନୀରେ ପରୀକ୍ଷାର୍ଥୀମାନେ ଏଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି। ସହରରେ ଥିବା ବଡ଼ ବଡ଼ ପଡ଼ିଆ ଓ ଖୋଲା ସ୍ଥାନରେ ସେମାନଙ୍କ ପାଇଁ ଶେଡ୍‌ କିମ୍ବା ଅସ୍ଥାୟୀ ବିଶ୍ରାମ ସ୍ଥଳର ବ୍ୟବସ୍ଥା କରାଯାଉ। ଏଥିସହ ପିଇବା ପାଣି, ଶୌଚାଳୟ ଆଦିର ସୁବିଧା ଯୋଗାଇ ଦିଆଯିବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି।

ଏନ୍‌ଏଚ୍‌ଆର୍‌ସିରେ ପିଟିଶନ
ସେନାରେ ଯୋଗଦେବାକୁ ଆସିଥିବା ପରୀକ୍ଷାର୍ଥୀମାନେ ରାଜଧାନୀର ରାସ୍ତା କଡ଼ରେ ପଡ଼ିରହିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏନେଇ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ, ବିଜୟ କୁମାର ପଣ୍ଡା, ସୁବାଶିଷ ପଣ୍ଡା, ଗୋଲକ ବିହାରୀ ନାୟକ ଓ ପ୍ରକାଶଚନ୍ଦ୍ର ଦାଶ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ରେ ପିଟିଶନ କରିଛନ୍ତି। ପରୀକ୍ଷାର୍ଥୀଙ୍କ ପାଇଁ ଅସ୍ଥାୟୀ ରାତ୍ର ଆଶ୍ରୟସ୍ଥଳ ତିଆରି କରିବାକୁ ୧୨୦ ବାଟାଲିୟନ ମୁଖ୍ୟ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେମାନେ କମିଶନଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?