Posted inଜାତୀୟ

ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ଜମାତ୍‌-ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ଏସ୍‌. ମୋଦି କହିଛନ୍ତି। ଓଡ଼ିଶା ସମେତ ଦେଶର ୭ ରାଜ୍ୟରେ ଏହି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ କାୟା ବିସ୍ତାର କରୁଥିବା ଏନ୍‌ଆଇଏ ଡିଜି ସତର୍କ କରାଇଦେଇଛନ୍ତି। ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ଏବଂ ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ମୁଖ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଜେଏମ୍‌ବି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର, କର୍ନାଟକ ଓ କେରଳ ଭଳି ରାଜ୍ୟରେ ଏହାର କାର୍ଯ୍ୟକଳାପ ବଢ଼ାଇଚାଲିଛି। ସେମାନେ ବାଂଲାଦେଶୀ ଦେଶାନ୍ତରୀ ଭାବେ ଛଦ୍ମବେଶରେ ରହୁଛନ୍ତି।
ଜେଏମ୍‌ବି ନେତୃତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ୧୨୫ ଜଣ ସନ୍ଦିଗ୍ଧଙ୍କର ଏକ ତାଲିକା ଏନ୍‌ଆଇଏ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଦେଇଛି। ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡରେ ଜେଏମ୍‌ବିର ଗତିବିଧି ବୃଦ୍ଧି ପାଇଥିବା ଏନ୍‌ଆଇଏର ପାନ୍‌-ଇଣ୍ଡିଆ ତଦନ୍ତରୁ ଜଣାପଡ଼ିଛି। ଏହାବ୍ୟତୀତ ବିହାର, କର୍ନାଟକ, କେରଳ ଓ ମହାରାଷ୍ଟ୍ରରେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ଡିଜି କହିଛନ୍ତି। ରାଜ୍ୟ ପୋଲିସର ତଦନ୍ତ ପରିସର ସୀମିତ ହୋଇଥିବା ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏ ସମ୍ପର୍କିତ ତଥ୍ୟ ଏନ୍‌ଆଇଏକୁ ଦେବା ଆବଶ୍ୟକ, ଯାହା ଫଳରେ ବଡ଼ ଧରଣର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇପାରିବ ବୋଲି ଏନ୍‌ଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି। ୨୦୧୪ରୁ ୨୦୧୮ ମଧ୍ୟରେ ଜେଏମ୍‌ବି ବେଙ୍ଗାଲୁରୁରେ ୨୦ରୁ ୨୨ ଗୁପ୍ତ ଆଡ୍ଡା ସ୍ଥାପନ କରି ଦକ୍ଷିଣ ଭାରତରେ ସଂଗଠନର ପ୍ରସାର କରାଉଥିବା ସେ ସୂଚନା ଦେଇଛନ୍ତି। ଏପରିକି କର୍ନାଟକ ସୀମାନ୍ତ କ୍ରିଷ୍ଣଗିରି ପାର୍ବତ୍ୟାଞ୍ଚଳରେ ଜେଏମ୍‌ବି ରକେଟ ଲଞ୍ଚର୍‌ ପରୀକ୍ଷଣ କରିଛି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନେବା ଲାଗି ଜେଏମ୍‌ବି ବୌଦ୍ଧ ମନ୍ଦିରଗୁଡ଼ିକୁ ଆକ୍ରମଣ କରିବା ଲାଗି ଲକ୍ଷ୍ୟ ରଖିଛି। ଏହି ସଂଗଠନ ପ୍ରଥମେ ୨୦୦୭ରେ ପଶ୍ଚିମବଙ୍ଗ ଓ ଆସାମରେ ସେମାନଙ୍କ କାର୍ଯ୍ୟକଳାପ ଆରମ୍ଭ କରିଥିଲେ ଓ ପରେ ସଂଗଠନକୁ ଅନ୍ୟ ରାଜ୍ୟକୁ ବିସ୍ତାର କରାଇଥିଲେ। ଜେଏମ୍‌ବି ନେତୃତ୍ୱଙ୍କ ସହ ୧୩୦ ଆତଙ୍କବାଦୀ ନିୟମିତ ସମ୍ପର୍କ ରଖିଥିବା ତଦନ୍ତରୁ ଜଣାପଡିଛି ବୋଲି ମିତ୍ତଲ କହିଛନ୍ତି।
ଅନ୍ୟ ଜିହାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇ ମିତ୍ତଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସମ୍ପର୍କ ରଖିଥିବା ୧୨୭ ଜଣଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ଗିରଫ କରାଗଲାଣି। ମୁମ୍ବାଇ ଜନ୍ମିତ ଇସ୍‌ଲାମୀୟ ବିଦ୍ୱାନ ତଥା ଆତଙ୍କବାଦ ଅଭିଯୁକ୍ତ ଜାକିର ନାଏକ ଏବଂ ଶ୍ରୀଲଙ୍କାରେ ଇଷ୍ଟର ବେଳେ ହୋଇଥିବା ବୋମାମାଡ଼ର ମାଷ୍ଟରମାଇଣ୍ଡଙ୍କ ଭିଡିଓ ବକ୍ତୃତାରେ ଅନୁପ୍ରାଣିତ ହୋଇଥିବା ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବୀକାର କରିଛନ୍ତି।
ଆତଙ୍କବାଦ ନିରୋଧୀ ସଂସ୍ଥା ବର୍ତ୍ତମାନ ସୁଦ୍ଧା ଯେଉଁସବୁ ମାମଲା ତଦନ୍ତ କରୁଛି ସେଥିରେ ଦୋଷୀସାବ୍ୟସ୍ତ ହାର ୯୦ ପ୍ରତିଶତ ରହିଥିବା ଏନ୍‌ଆଇଏ ଡିଜି କହିଛନ୍ତି। ଆତଙ୍କବାଦ ସମ୍ପର୍କିତ ମାମଲାଗୁଡ଼ିକୁ ପରିଚାଳନା କରିବାରେ ରାଜ୍ୟ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଉତ୍ତମ ଫଳାଫଳ ଲାଗି ଏହା ସମସ୍ତ ତଥ୍ୟ ଏନ୍‌ଆଇଏ ସହ ବିନିମୟ କରିବା ଆବଶ୍ୟକ ବୋଲି ଡିଜି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?