ଆର୍ଥତ୍କ ପ୍ୟାକେଜ ନେଇ ମାନସ ମନ୍ଥନ

 

ନୂଆଦିଲ୍ଲୀ,୩। ୫: କୋଭିଡ୍‌-୧୯ ଲାଗି ସାରା ଦେଶରେ ଅଚଳାବସ୍ଥା ଲାଗି ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ଦ୍ୱିତୀୟ ପ୍ୟାକେଜ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅଥ ମର୍ନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି। ଆର୍ଥତ୍କ ପ୍ୟାକେଜର ରୂପରେଖ କିଭଳି ରହିବ ସେ ନେଇ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି। ସୀତାରାମନ ଏବଂ ଶାହଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସମେତ ଅନ୍ୟ ପ୍ରମୁଖ ମନ୍ତ୍ରଣାଳୟ ସହ ମଧ୍ୟ ସ୍ଥିତି ନେଇ ଆଲୋଚନା କରିଛନ୍ତି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଡାଟା ଶୁକ୍ରବାର ଜାରି ହେବାର ଥିଲା ମାତ୍ର ଏହାକୁ ସ୍ଥଗିତ ରଖାଯାଇଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ବିସ୍ତୃତ ଯୋଜନା ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ବିବରଣୀ ପ୍ରଦାନ କରାଯିବ।
ମୋଦି ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଶ୍ରମ ଏବଂ ଶକ୍ତି ମନ୍ତ୍ରଣାଳୟ ସହ ଆଲୋଚନା କରିଛନ୍ତି। ଗୁରୁବାର ବାଣିଜ୍ୟ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଥିବା ବେଳେ ଉଭୟ ଘରୋଇ ଏବଂ ବିଦେଶୀ ନିବେଶ ଆକୃଷ୍ଟ କରିବା ଫୋକସ ରହିଥିଲା। ଦେଶର ଶିଳ୍ପ କ୍ଷେତ୍ରରେ ସୁଧାର ଆସିଲେ ଏହା ଦ୍ୱାରା ଅଭିବୃଦ୍ଧି ଧାରା ତ୍ୱରାନ୍ବିତ ହେବ ବୋଲି କୁହାଯାଉଛି। ଏବେ ଦେଶର ଅଭିବୃଦ୍ଧି ହାର ସବୁଠାରୁ କ୍ଷତିଗ୍ରସ୍ତ ଥିବାରୁ ଏଥିରେ ସୁଧାର ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରାମନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଦ୍ୱିତୀୟ ଆର୍ଥତ୍କ ପ୍ୟାକେଜରେ ସରକାର କ୍ଷୁଦ୍ର ବାଣିଜ୍ୟ, କୃଷକ, ମହିଳା, ଗରିବ, ପ୍ରବାସୀ ଶ୍ରମିକଙ୍କ ସମେତ ଦୁର୍ବଳ ବର୍ଗଙ୍କୁ ସହାୟତା କରିବେ ବୋଲି ଗଣମାଧ୍ୟମ ରିପୋର୍ଟରେ କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା। ଲକଡାଉନ ପାଇଁ ବେସାମରିକ ବିମାନ ଚଳାଚଳ, ହସ୍ପିଟାଲିଟି, ଅଟୋମୋବାଇଲ, ରିୟଲ ଇଷ୍ଟେଟ ଏବଂ ଲଜିଷ୍ଟିକ ସହ ଅନ୍ୟ କ୍ଷେତ୍ରଗୁଡିକ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ତ୍ତମାନ କିଛି କ୍ଷେତ୍ର ଲାଗି ଆର୍ଥତ୍କ କାର୍ଯ୍ୟକଳାପକୁ ଅନୁମୋଦନ ପ୍ରଦାନ କରାଯାଇଥିବା ବେଳେ ସରକାର କିନ୍ତୁ ପ୍ରଭାବିତ କ୍ଷେତ୍ରଗୁଡିକୁ ସହାୟତା ଦେଇ ନାହାନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମ ଅର୍ଥ ବ୍ୟବସ୍ଥା ଲାଗି ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ। ଏହା ଜି-୨୦ ଦେଶ ସମୂହଙ୍କ ପ୍ୟାକେଜ ତୁଳନାରେ ଅତି ନଗଣ୍ୟ। ସୂଚନା ଯୋଗ୍ୟ ଆମେରିକା ଏହାର ମୋଟ ଜିଡିପିର ୧୧% ପ୍ୟାକେଜ ଭାବେ ପ୍ରଦାନ କରିଥିବା ବେଳେ ଅଷ୍ଟ୍ରେଲିଆ ୯.୭% ଏବଂ ବ୍ରାଜିଲ ୩.୫% ପ୍ରଦାନ କରିଥିବା ଏକ ରିପୋର୍ଟରୁ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri