Posted inଭଦ୍ରକ

ଆମ ଗଁା ଆମ ବିକାଶ ଯୋଜନାରେ ଚଞ୍ଚକତା: କ୍ଷେତ୍ରୀୟ ତଦନ୍ତ କଲେ ଅମ୍ବୁଡସ୍‌ମ୍ୟାନ

ଭଦ୍ରକ ଅଫିସ, ୧।୯- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ନୂଆଗଁା ପଞ୍ଚାୟତ ଜନ୍ତୁଆଳି ଗ୍ରାମରେ ‘ଆମ ଗଁା ଆମ ବିକାଶ’ ଯୋଜନାରେ ୪ ଲକ୍ଷ ଟଙ୍କାର ଦୁର୍ନୀତି ଓ ଚଞ୍ଚକତା ନେଇ ଅଭିଯୋଗ ହୋଇଥିଲା। ଜିଲା ଅମ୍ବୁଡସ୍‌ମ୍ୟାନ ଲଳିତା ମିଶ୍ର ଏହି ଗଁାକୁ ଆସି କ୍ଷେତ୍ରୀୟ ତଦନ୍ତ କରି ଫେରିଛନ୍ତି। ତଦନ୍ତ ପରେ ଜିଲାପାଳ ଓ କମିଶନରଙ୍କୁ ଲିଖିତ ଭାବେ ଜଣାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅମ୍ବୁଡସମ୍ୟାନଙ୍କ ତଦନ୍ତ ବେଳେ ଜନ୍ତୁଆଳି ଗ୍ରାମର ବହୁ ଲୋକ ଉପସ୍ଥିତ ରହି ନିଜ ନିଜର ବୟାନ ଦେଇଥିଲେ।
ଉଲ୍ଲେଖନୀୟ ଯେ, ପୋଖରୀସାହି ସ୍ଥିତ ତାରିଣୀ କମ୍ୟୁନିଟି ସେଣ୍ଟର ଓ ମଣ୍ଡପ ଗୃହ ନିର୍ମାଣ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀମାନେ ଚଞ୍ଚକତା କରି କେତେକ ମୁଷ୍ଟିମେୟ ଲୋକଙ୍କ ପ୍ରରୋଚନାରେ ଜନ୍ତୁଆଳି ନୂଆସାହିସ୍ଥିତ ଏକ ଗ୍ରାମ୍ୟ ଜଙ୍ଗଲ ଜମିରେ ବେଆଇନ ଭାବେ ପକ୍କାଗୃହ ନିର୍ମାଣ କରିଥିଲେ। ଯେଉଁଥିରେ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨ ଲକ୍ଷ ୮୦ ହଜାର ଟଙ୍କା ବାଟମାରଣା କରାଯାଇଥିଲା। ଏହି ବେଆଇନ ପକ୍କାଗୃହ ଜନ୍ତୁଆଳି ଗ୍ରାମର ପାରମ୍ପରିକ ଗ୍ରାମ୍ୟ ଜଙ୍ଗଲରେ ତିଆରି କରାଯାଇଥିବା ଅଭିଯୋଗ କରି ଏହାକୁ ଭାଙ୍ଗିବା ପାଇଁ ଗ୍ରାମବାସୀ ଅମ୍ବୁଡସ୍‌ମ୍ୟାନଙ୍କୁ ଦାବି ଜଣାଇଥିଲେ। ଏହି ୪ ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀମାନଙ୍କ ପାଖରୁ ଆଦାୟ କରାଯାଇ ସରକାରଙ୍କ ରାଜସ୍ବ ପାଣ୍ଠିକୁ ଫେରାଇ ଅଣାଯିବାକୁ ଗ୍ରାମବାସୀ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri