ଆମେରିକାରେ ୪ ଲକ୍ଷ ଉପରେ ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୯।୪: ବିଶ୍ୱ ଏବେ କରୋନା କବଳିତ। ଚାରିଆଡ଼େ ତ୍ରାହି ତ୍ରାହି ଡାକ। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଥିଲେ ବି ଏଭଳି ଯମଯନ୍ତ୍ରଣାରୁ ମୁକୁଳିବା ଲାଗି ଅଣ୍ଟା ସଳଖ କରିପାରୁନି କୌଣସି ଦେଶ। ସବୁଠାରୁ ବିତ୍ତଶାଳୀ ଦେଶ ଆମେରିକା ଅଣନିଃଶ୍ୱାସୀ ହୋଇପଡ଼ିଲାଣି। ପ୍ରାଣଘାତୀ କରୋନା ଉପରେ ବିଜୟ ଲାଗି ପ୍ରୟାସ ଜାରି ରହିଥିବା ବେଳେ ମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଏବେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪ ହଜାର ଟପିଛି। ଏଠାରେ ୧୨,୯୩୩ ଜୀବନ ଗଲାଣି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭୂତାଣୁର ଏଭଳି ସ୍ଥିତିକୁ ଦେଖି ଅସହାୟ ହୋଇପଡ଼ିଛନ୍ତିି। ଗୋଟିଏ ଦିନରେ ୪ ହଜାର ମାମଲା ସାମ୍ନାକୁ ଆସିଥିବା ବେଳେ ୧୫୦ ମୁଣ୍ଡ ଏଠାରେ ଗଡ଼ିଛି। ଫଳରେ ଟ୍ରମ୍ପଙ୍କ ମୁଣ୍ଡ ବ୍ୟଥା ବଢ଼ିଯାଇଛି। ବିଶ୍ୱର ୨୦୯ ଦେଶ କରୋନା କବଳିତ ହୋଇଥିବା ବେଳେ ୮୩,୬୭୦ ଲୋକଙ୍କ ଏପର୍ଯ୍ୟନ୍ତ ପ୍ରାଣହାନି ଘଟିଲାଣି। ସଂକ୍ରମିତଙ୍କ ସଂଖ୍ୟା ୧୪.୫୬ ଲକ୍ଷକୁ ବୃଦ୍ଧିପାଇଛି। ପରିସ୍ଥିତି ଏକ୍‌ଦମ୍‌ ଅଣାୟତ୍ତ ହୋଇପଡ଼ିଛି।
ସ୍ପେନ୍‌ରେ ମଧ୍ୟ ଅନୁରୂପ ସ୍ଥିତି। ଏଠାରେ ମୃତ୍ୟୁସଂଖ୍ୟା ୧୪,୫୬୦ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧ ଲକ୍ଷ ୪୭ ହଜାର ହେଲାଣି। ଗୋଟିଏ ଦିନରେ ଏଠାରେ ୪,୭୫୬ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ବେଳେ ୫୧୫ ଜୀବନ ଯାଇଛି। ଇଟାଲୀରେ ୧୭,୧୭୬ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧.୩୬ ଲକ୍ଷରେ ପହଞ୍ଚିଛି। ଜର୍ମାନୀରେ ମଧ୍ୟ ୧.୧୦ ଲକ୍ଷ ଭୂତାଣୁ ସଂକ୍ରମିତ। ଏଠାରେ ଗଲାଣି ୨,୦୯୬ ଜୀବନ। ଫ୍ରାନ୍ସରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ମହାମାରୀ ଭୂତାଣୁ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧.୧୦ ଲକ୍ଷ ଛୁଇଁଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ି ୧୦,୩୩୦ରେ ପହଞ୍ଚିଛି। ସଂକ୍ରମଣର କେନ୍ଦ୍ରସ୍ଥଳ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ଉପରେ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୩,୩୩୩ ରହିଛି। ଇରାନ ଓ ବ୍ରିଟେନରେ ଉତ୍କଟ ପରିସ୍ଥିତି ଦେଖାଦେଇଛି। ଇରାନରେ ୩,୯୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୫ ହଜାର ଆକ୍ରାନ୍ତ ଅଛନ୍ତି। ବ୍ରିଟେନରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଥିବା ଜଣାପଡ଼ିଛି। ଏଠାରେ ଅଦ୍ୟାବଧି ୬,୧୬୦ ମୁଣ୍ଡ ଗଡ଼ିଲାଣି। ଏହାବାଦ୍‌ ବେଲଜିୟମରେ ୨,୨୪୦, ନେଦରଲାଣ୍ଡ୍ସରେ ୨,୨୪୮, ତୁର୍କୀରେ ୭୨୫, ସୁଇଜରଲାଣ୍ଡରେ ୮୫୮, ବ୍ରାଜିଲରେ ୬୯୯, ସ୍ବିଡେନରେ ୬୮୯, ଇଣ୍ଡୋନେସିଆରେ ୨୪୦, ଫିଲିପାଇନ୍ସରେ ୨୮୭ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ହଜାର ହଜାର ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରୁନାହିଁ। ଚିକିତ୍ସା ଉପକରଣ, ହସ୍ପିଟାଲର ଅଭାବ ସହ ଲକ୍‌ଡାଉନ୍‌ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପରିସ୍ଥିତିକୁ ଅଧିକ ବିଷମୟ କରିପକାଇଛି। କରୋନା ଭୂତାଣୁରୁ ରକ୍ଷାପାଇବା ଲାଗି କୌଣସି ଔଷଧ ବାହାରି ନ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଇବା ସମସ୍ୟାକୁ ଦ୍ୱିଗୁଣିତ କରିପକାଇଛି। ବିଶ୍ୱସ୍ତରୀୟ ସଙ୍ଗଠନଗୁଡ଼ିକ ଅସହାୟ ହୋଇପଡ଼ିଛନ୍ତି। କେବଳ ସାମାଜିକ ଦୂରତ୍ୱ ରକ୍ଷା ଓ ଲକ୍‌ଡାଉନ୍‌କୁ ମାନି ଘର ରହିବା ଲାଗି ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?