ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଲରେଡୋ, ଟେକ୍ସାସ,୨୬ା୩: କରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। ନୂତନ ତଥ୍ୟ ପଦାକୁ ଆସିବା ପରେ ଏହି ଦେଶର ଅର୍ଥନୀତି କିଭଳି ସଙ୍କଟର ସମ୍ମୁଖୀନ ହୋଇଛି ତାହା ସ୍ପଷ୍ଟ ହେବ। ତେବେ ଦ୍ୱିତୀୟ ତ୍ରୈୟମାସିକରେ ଆମେରିକାରେ ବେକାରି ହାର ୩୦ ପ୍ରତିଶତ ବଢ଼ିପାରେ ବୋଲି ସେଣ୍ଟ ଲୁଇସ୍‌ ଫେଡେରାଲ ରିଜର୍ଭ ବ୍ୟାଙ୍କର ଅଧ୍ୟକ୍ଷ ଜେମ୍ସ ବୁଲାର୍ଡ ପୂର୍ବାନୁମାନ କରିଛନ୍ତି। ଏହା ୩୦ ଦଶକର ଦୀର୍ଘ ମାନ୍ଦାବସ୍ଥା ସ୍ଥିତିଠାରୁ ଅଧିକ। କେବଳ ଗତ ସପ୍ତାହରେ ଆମେରିକାରେ ୨୦ ଲକ୍ଷରୁ ଅଧିକ ବେରୋଜଗାରୀ ସୁବିଧା ପାଇବା ପାଇଁ ଆବେଦନ କରିଥିବା ଗୋଲ୍ଡମ୍ୟାନ ସାଚସ୍‌ ଆକଳନ କରିଛନ୍ତି।
କରୋନା ସଂକ୍ରମଣ ଜନିତ ଲକ୍‌ଡାଉନ ପାଇଁ ଆମେରିକାରେ ଅନେକ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପଡିଛି। ସମସ୍ତ ଗ୍ରାମାଞ୍ଚଳ ରେଷ୍ଟୁରାଣ୍ଟ ବନ୍ଦ ହେବା ସହ କର୍ମଚାରୀ ଛଟେଇ ହୋଇଛନ୍ତିି। ନିଯୁକ୍ତି ହରାଇଥିବା ରୋଷେଇ ପ୍ରଶିକ୍ଷକ ଆଲବର୍ଟୋ ମେଣ୍ଡୋଜା ଖୁବ୍‌ଶୀଘ୍ର ବେକାରୀ ସୁବିଧା ପାଇବାକୁ ଯାଉଛନ୍ତି। ତାଙ୍କୁ ଘରଭଡ଼ା ଓ ଟ୍ରକ୍‌ ବିଲ୍‌ ଦେବାକୁ ପଡୁଛି। ଏଥିସହିତ ୩ ଜଣ ପିଲାଙ୍କ ଲାଳନପାଳନ କରିବାକୁ ପଡୁଛି ବୋଲି ସେ କହିଛନ୍ତି।
କେବଳ ମେଣ୍ଡୋଜା ନୁହନ୍ତି, ଆମେରିକାର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ଟେକ୍ସାସ ରାଜ୍ୟର ଲରେଡୋ ସହରରେ ହଜାର ହଜାର ଲୋକ କରୋନା ଯୋଗୁ ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ସହରରେ ଏପର୍ଯ୍ୟନ୍ତ କରୋନାରେ କେହି ମରି ନ ଥିବାବେଳେ ମାତ୍ର ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ମହାମାରୀ ଯୋଗୁ ସରକାର ବ୍ୟବସାୟିକ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ସହ ଲୋକମାନଙ୍କୁ ଘରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିବାରୁ ଆମେରିକାର ସବୁଠୁ ଗରିବ ସହର ଲରେଡୋରେ ଆର୍ଥତ୍କ ଦୁଃସ୍ଥିତି ଦେଖାଦେଇଛି। ଦାରିଦ୍ର୍ୟ ଯୋଗୁ ସେଠାର ଜନସାଧାରଣ ନିଜକୁ ଆଇସୋଲେଶନରେ ରଖିବା କିମ୍ବା ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ କରାଇବା କଷ୍ଟକର ହୋଇପଡିଛି ବୋଲି ମେରିଲାଣ୍ଡ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ପ୍ରଫେସର ସାନ୍ଦ୍ରା କ୍ୱିନ୍‌ କହିଛନ୍ତି। ମହାମାରୀ ସାମାଜିକ ଅସମାନତା ବଢ଼ାଇବା ସହ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ତାରତମ୍ୟ ବଢ଼ାଇ ଦେଇଥିବା ସେ କହିଛନ୍ତି। ଆମେରିକା ଜନସଂଖ୍ୟା ବ୍ୟୁରୋ ତଥ୍ୟ ଅନୁଯାୟୀ ଲରେଡୋ ସମେତ ଓ୍ବେବ୍‌ କାଉଣ୍ଟିର ପ୍ରତି ୩ ଜଣରେ ଜଣେ ସଂଘୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଅଧିକାଂଶଙ୍କର ସ୍ବାସ୍ଥ୍ୟବୀମା ନାହିଁ। ଏହି ସହରର ସ୍କୁଲ ପିଲାମାନେ ରିହାତିରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟ ସରକାରୀ ସୁବିଧା ପାଇଥାନ୍ତି। ସ୍ବଳ୍ପ ଆୟକାରୀ ପରିବାର ଭାବରେ ମେଣ୍ଡୋଜାଙ୍କ ୩ ପିଲାଙ୍କର ସରକାରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ବୀମା କରାଯାଇଥିବାବେଳେ ମେଣ୍ଡୋଜା ନିଜର ବୀମା କରିପାରିନାହାନ୍ତି।
କରୋନା ସଂକ୍ରମଣ ପୂର୍ବରୁ ଓ୍ବେବ୍‌ କାଉଣ୍ଟିରେ ବେକାରି ହାର ଜାନୁୟାରୀରେ ୪.୧ ପ୍ରତିଶତ ଥିଲା, ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ଏବେ ଲକ୍‌ଡାଉନ ଯୋଗୁ ବହୁ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏଥିସହିତ ଏହି ଅଞ୍ଚଳର ଅଧିକାଂଶ ଲୋକ ପରିବହନ ଉପରେ ନିର୍ଭର କରୁଥିବାବେଳେ ମେକ୍ସିକୋ ଓ ଆମେରିକା ସରକାର ସଂକ୍ରମଣ ଭୟରେ ସୀମା ସିଲ୍‌ କରିଦେଇଥିବାରୁ ସେମାନଙ୍କୁ ରୋଜଗାର ହରାଇବାକୁ ପଡ଼ିଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ଅଧିକାଂଶ ଗରିବଙ୍କ ପାଇଁ ଅଭିଶାପ ପାଲଟିଥିବା ଜର୍ଜ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ମିଲକେନ୍‌ ଇନ୍‌ଷ୍ଟିଚ୍ୟୁଟ ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥର ପ୍ରଫେସର ସାରା ରୋସେନବମ୍‌ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବାଜରରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା କଷ୍ଟକର ହୋଇପଡିଛି। ଡଜନେ ଅଣ୍ଡା ଓ କିଛି କ୍ଷୀର କିଣିବା ପାଇଁ ବିଭିନ୍ନ ସ୍ଥାନ ବୁଲିବାକୁ ପଡୁଛି ବୋଲି ଲରେଡୋର ଜଣେ ଶିକ୍ଷକ କହିଛନ୍ତି। ସେହିପରି ଲରେଡୋ ରିଜିଓନାଲ ଫୁଡ୍‌ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାର୍‌ମେନ ଗାର୍‌ସିଆ କହିଛନ୍ତି, ସେ ମାର୍ଚ୍ଚ ମାସ ପାଇଁ କିଣିଥିବା ସବୁ ସାମଗ୍ରୀ ମାତ୍ର ୧୦ ଦିନରେ ଶେଷ ହୋଇଯାଇଛି। ଶସ୍ତା ଚିକିତ୍ସା ସେବା ପାଇଁ ଅଧିକାଂଶ ମେକ୍ସିକୋ ଉପରେ ନିର୍ଭର କରୁଥିବାବେଳେ କରୋନା ପାଇଁ ସେଠାକୁ ଯାତାୟାତ ବନ୍ଦ କରିଦିଆଯାଇଛି। କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସେବା ଲାଗି ସହାୟତା କେଉଁଠୁ ପାଇବେ ଏନେଇ ଲୋକେ ଚିନ୍ତାରେ ପଡଯାଇଥିବା ଗାର୍‌ସିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?