ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ମକା ବୋଝେଇ ଟ୍ରକ୍‌ ଠାବ: ଡ୍ରାଇଭର ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୋକସରା,୧୪।୧୨(ଡି.ଏନ୍‌.ଏ.): କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ଏକ ମକା ବୋଝେଇ ଟ୍ରକ୍‌କୁ ଶନିବାର ଠାବ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ ୫ ତାରିଖ ରାତିରେ ଟ୍ରକ୍‌ଟି ଉମରକୋଟରୁ କଟକ ଯାଉଥିବା ବେଳେ ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଖବର ପାଇ ସକାଳୁ ଅମାପାଣି ପୋଲିସ ତାଙ୍କ ମୃତଦେହ ଉଦ୍ଧାର ଲାଗି ଉଦ୍ୟମ ଜାରି ରଖିଛି। ମୃତକ ଡ୍ରାଇଭର ବୌଦ୍ଧ ହରଭଙ୍ଗାର ହେମନ୍ତ ଭୋକ୍ତା ବୋଲି ଜଣାପଡ଼ିଛି। ଡ୍ରାଇଭରଙ୍କ ସହ ହେଲପେର ମଧ୍ୟ ଟ୍ରକ୍‌ ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଇଛି। ତେବେ ଉଦ୍ଧାର କାର୍ଯ୍ୟ ସରିବା ପରେ ଟ୍ରକ୍‌ ଭିତରେ କେତେ ଜଣ ଥିଲେ ତାହା ଜଣାପଡ଼ିବ ବୋଲି ପୋଲିସ କହିଛି। ଟ୍ରକ ରାତିରେ ଘାଟି ତଳେ ଖସିଥିବାରୁ କେହି ଟେର ପାଇ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ମମତାଙ୍କ ଟିଏମ୍‌ସିର ନୂଆ ଲୋଗୋ ଉନ୍ମୋଚିତ

କୋଲକାତା, ୨୨।୯: ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୁରୁଣା ନାମ ଏବଂ ଘାସ-ଫୁଲ ପ୍ରତୀକ ଜବତ ହେବା ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀ ଏହାର ନୂତନ…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?