ଆପଣମାନେ ଖୁସି ତ

ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ଏବେ ଚର୍ଚ୍ଚାରେ। କାରଣ ଏଥିରେ ଏପରି ଏକ ଗୀତ ସଂଯୋଜିତ ହୋଇଛି, ଯାହା ଆଲୋଚନା ପାଇଁ ଯଥେଷ୍ଟ ଖୋରାକ ଯୋଗାଇଛି। ଗୀତଟିର ଏକ ଟ୍ୟାଗ୍‌ ଲାଇନ୍‌ ରହିଛି ‘ଆପଣମାନେ ଖୁସି ତ’। ଓଲିଉଡ୍‌ର ମ୍ୟୁଜିକ୍‌ ସାଇଣ୍ଟିଷ୍ଟ ଭାବେ ପରିଚିତ ପ୍ରେମ ଆନନ୍ଦ ଏହାର ସ୍ବର ସଂଯୋଜନା କରିଥିବା ବେଳେ ମସ୍ତିଭରା ଏପରି ଗୀତଟିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ। ଏ ସମ୍ପର୍କରେ ପ୍ରେମ ଆନନ୍ଦ କହନ୍ତି, ‘କଲେଜର ବାର୍ଷିକ ଉତ୍ସବରେ ପିଲାମାନେ ଗୀତ ଗାଇ ନାଚୁଛନ୍ତି। ଏହି ସମୟରେ ଏଭଳି ଏକ ଗୀତକୁ ଯୋଡ଼କା ଯାଇଛି, ଯାହାର ଆଦ୍ୟ ଲାଇନ୍‌ ରହିଛି- ମନଟା ଆମ ମାଲ୍‌ ମହୁ ଦିଲ୍‌ଟା ସାଦାସିଧା। ସିକ୍ୟୁଏନ୍ସ ଅନୁସାରେ ଜଣେ ଝିଅ ପୁଅମାନଙ୍କ ମଧ୍ୟରୁ କିଏ ତା’ ସହ ନାଚିବ ବୋଲି କହିବା ପରେ ଜଣେ ପୁଅ ତାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛି। ଆଉ ଯେତେବେଳେ ଏହି ଯୋଡିକୁ ବାହାବା ମିଳୁଛି ସେତେବେଳେ ପୁଅଟି କହୁଛି ‘ଆପଣମାନେ ଖୁସି ତ’।’ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶୁତୋଷ ଏବଂ ଅସୀମା ପଣ୍ଡା। ‘ଆପଣମାନେ ଖୁସି ତ’ ଲାଇନ୍‌ଟିକୁ ଗାଇଛନ୍ତି ବିୟୁଟିଫୁଲ ଦାସ। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ଜ୍ୟୋତି ନାୟକ ଏବଂ ଅମ୍ଳାନ କୁମାର। ତାଙ୍କ ସହ ନାୟିକା ଭାବରେ ସ୍କ୍ରିନ୍‌ ଶେୟାର କରିଛନ୍ତି ‘ମିଠା ମିଠା’ ଚଳଚ୍ଚିତ୍ରରେ ଜ୍ୟୋତିଙ୍କ ନାୟିକା ସାଜିଥିବା ଶ୍ରଦ୍ଧା। ରିସ୍ତାଓ୍ବେଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଫିଲ୍ମଟିର କାର୍ଯ୍ୟକାରୀ ପ୍ରଯୋଜନା କରିଛନ୍ତି ରାଜେଶ କୁମାର ମହାନ୍ତି। ହେମନ୍ତ କୁମାର ସାହୁ ଏହି ଫିଲ୍ମରୁ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସହ-ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅଶ୍ୱିନୀ ଗଡ଼ନାୟକ। ଗୀତଗୁଡିକର କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ। ଫିଲ୍ମଟି ଚଳିତ ମାସରେ ରିଲିଜ୍‌ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?