ଆଧୁନିକୀକରଣ ପରେ ଡାକବିଭାଗର ଗୁରୁତ୍ୱ ବଢ଼ିଛି

ବଲାଙ୍ଗୀର ଅଫିସ, ୩ା୧ – ବଲାଙ୍ଗୀର ଟାଉନ୍‌ ହଲଠାରେ ଗୁରୁବାର ବଲାଙ୍ଗୀର ଡାକ ମଣ୍ଡଳର ୬୧ତମ ପ୍ରତିଷ୍ଠା ଉତ୍ସବ ଏବଂ ମହା ଡାକମେଳା ଅନୁଷ୍ଠିତ ହୋଇଛି ା ମୁଖ୍ୟଅତିଥି ଭାବେ ଯୋଗଦେଇ ବଲାଙ୍ଗୀର ଏମପି ସଙ୍ଗୀତା କୁମାରୀ ସିଂଦେଓ ଡାକସେବାର ଐତିହ୍ୟ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ କହିଥିଲେ ା ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ ଯୁଗରେ ଭାରତୀୟ ଡାକ ବିଭାଗର ଆଧୁନିକୀକରଣ ଓ ଡାକସେବାକୁ ନୂଆ ଜୀବନ ପ୍ରଦାନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ସମ୍ପର୍କରେ କହିଥିଲେ ା ଡାକସେବା ସହ ବ୍ୟାଙ୍କିଙ୍ଗ ସେବାକୁ ଯୋଡିଦେଇ ଡାକ ବିଭାଗକୁ ଆହୁରି ପ୍ରାସଙ୍ଗିକ କରିବା ଦ୍ୱାରା ପୁଣି ଥରେ ଭାରତୀୟ ଡାକ ଲୋକପ୍ରିୟ ହୋଇଛି ବୋଲି କହିଥିଲେ ା ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା, ଆଧାର କାର୍ଯ୍ୟକ୍ରମରେ ଡାକ ବିଭାଗର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଏମପି ସିଂଦେଓ କହିଥିଲେ ା ଡାକସେବା ସହ ଏବେ ବ୍ୟାଙ୍କ ସେବା ଯୋଡି ହେବା ପରେ ଏହା ଗ୍ରାମୀଣ ଭାରତୀୟ ଲୋକଙ୍କ ଅନ୍ୟ ଏକ ପ୍ରମୁଖ ସେବା ମାଧ୍ୟମ ଭାବେ ଉଭା ହୋଇଛି ବୋଲି କହିଥିଲେ ା ସମ୍ମାନିତ ଅତିଥି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ କନିଷ୍କ ଧୀବର, ସମ୍ବଲପୁର କ୍ଷେତ୍ର ସହାୟକ ଡାକ ନିର୍ଦ୍ଦେଶକ କମଳେନ୍ଦୁ ପଣ୍ଡା ଡାକସେବା ଉପରେ ବକ୍ତବ୍ୟ ରଖିଥିଲେ ା ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

ଗାଈପଲକୁ ଧକ୍କା ଦେଲା ଅଜଣା ଗାଡ଼ି, ଛିଟିକି ହୋଇ ପଡିଲେ….

ବଲାଙ୍ଗୀର,୨୧।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ପେଲେସ ଲାଇନ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି । ଅଜଣା ଗାଡ଼ି…

ବନ୍ଧୁକ ଦେଖାଇ ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କୁ ଧମକ ଦେଲେ ଦୁର୍ବୃତ୍ତ, କହିଲେ ଜୀବନରୁ…

ବଲାଙ୍ଗୀର,୨୦ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ବନମାଳ ଗାଁରେ ମୁଖ୍ୟମନ୍ତ୍ରୀ ବସ୍ କର୍ମଚାରୀଙ୍କୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଗାଁ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri