ଆଦିବାସୀ ହସ୍ତଶିଳ୍ପ କଳାର ବଢୁଛି ଆଦୃତି

ବାଲେଶ୍ୱର ଅଫିସ, ୨।୩ (ମାନସ ବିଶ୍ୱାଳ)-ଜଙ୍ଗଲ ସହିତ ଆଦିବାସୀଙ୍କ ସଂସ୍କୃତି, ଜୀବନଜୀବିକା ଜଡ଼ିତ। ବନଜାତ ସାମଗ୍ରୀକୁ ନେଇ ସେମାନେ ସୁନ୍ଦର ହସ୍ତକଳା ପ୍ରଦର୍ଶନ କରି ଆସୁଛନ୍ତି। ଏହି ପୁରାତନ କଳାର ନବୀକରଣ ପରେ ସବୁଠି ବଢିଛି ଏହାର ଆଦୃତି ଓ ମହକ। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ବସବାସ କରୁଥିବା ଭୂମିଜ ଆଦିବାସୀ ଶିଆଳି, ଖଜୁରି ଓ ଅନ୍ୟ ବନଜାତ ଦ୍ରବ୍ୟରୁ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ଏବେ ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ଲାଭ କରିଛନ୍ତି। ସୃଷ୍ଟି କରିଛି ଏକ ନୂଆ ଗ୍ରାହକ ବଜାର।
ମହିଷାପଟା ପଞ୍ଚାୟତ ଶାଳବଣି ଗ୍ରାମର ଭୂମିଜ ଜନଜାତିର ପ୍ରମୋଦ ସିଂ, ରାଣୀ ସିଂ, ଗୋଲକ ସିଂ ଶିଆଳି ଟୋପି ଓ ଖଜୁରି ପତ୍ରରେ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ତିଆରି କରି ନୀଳଗିରିର ସମନ୍ବିତ ଜନଜାତି ବିକାଶ ସଂସ୍ଥା ଓ ‘ବଣ ଧୂଳିର ଫୁଲ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଭୁବନେଶ୍ୱରେ ଆୟୋଜିତ ଆଦିବାସୀ ମେଳାରେ ପ୍ରଦର୍ଶନ କରିଥିଲେ। ମେଳାକୁ ବୁଲି ଆସିଥିବା ଦେଖଣାହାରୀଙ୍କଠାରୁ ଆରମ୍ଭ କରି ଅତିଥିମାନେ ଉକ୍ତ କଳାକୃତିକୁ ପସନ୍ଦ କରିବା ସହ ନିଜେ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଏପରିକି ବଣରେ ପଡ଼ି ନଷ୍ଟ ହୋଇଯାଉଥିବା ସାମଗ୍ରୀଗୁଡ଼ିକୁ ବ୍ୟବହାର କରି ତିଆରି କରାଯାଇଥିବା ହସ୍ତ କଳାକୃତିଗୁଡ଼ିକର ଭଲ ବ୍ୟବସାୟ ମଧ୍ୟ ହୋଇଥିଲା। ଗୋଟିଏ ଦିନରେ ୩୫ଶହ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟବସାୟ ହୋଇଥିଲା। ୨୦୧୯ ନଭେମ୍ବର ୨୩ ତାରିଖଠାରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସିଆର୍‌ପି ଛକ ନିକଟସ୍ଥ ଜନଜାତି ସଂଗ୍ରହାଳୟ ପରିସର ଏବଂ ଚଳିତବର୍ଷ ଜାନୁୟାରୀ ୨୬ରୁ ଫେବୃୟାରୀ ୯ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜାତୀୟ ଆଦିବାସୀ ମେଳା-୨୦୨୦ରେ ପ୍ରଦର୍ଶନ କରାଯାଇଥିଲା। ମେଳାକୁ ବୁଲିବାକୁ ଆସିଥିବା ଲୋକେ ମୁଣ୍ଡରେ ଶିଆଳି ପତ୍ର ନିର୍ମିତ ଟୋପି ପିନ୍ଧିବା ସହ ହାତରେ ଖଜୁରି ପତ୍ରରେ ନିର୍ମିତ ବିଭିନ୍ନ ସାମଗ୍ରୀକୁ ଧରି ଫଟୋ ଓ ସେଲ୍‌ଫି ଉଠାଇଥିଲେ।
ଶାଳବଣୀ ଗ୍ରାମର ପତ୍ର ହସ୍ତଶିଳ୍ପୀ ପ୍ରମୋଦ ସିଂ କୁହନ୍ତି, ବଣ ପାହାଡ଼ରେ ବିଭିନ୍ନ କାମ କରିବା ସମୟରେ ଜନଜାତିର ଲୋକମାନେ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଶିଆଳି ପତ୍ରକୁ ସେହି ପତ୍ରର ଡେମ୍ଫରେ ଫୋଡ଼ି ପରସ୍ତ ପରସ୍ତ କରି ପତ୍ର ଖଞ୍ଜି ବିଭିନ୍ନ ଆକାରର ଟୋପି ତିଆରି କରି ମୁଣ୍ଡରେ ଲଗାଇଥାନ୍ତି। ଏବେ ଛତାର ବହୁଳ ବ୍ୟବହାର ସତ୍ତ୍ୱେ ଶିଆଳି ଟୋପିର ଆଦର କମିନି। ଶିଳ୍ପୀ ରାଣୀ ସିଂ କହନ୍ତି, ଖଜୁରୀପତ୍ରରେ ପିଲାମାନେ ବିଭିନ୍ନ ପ୍ରକାର ଫୁଲ, ପଶୁପକ୍ଷୀ, ଫୁଲଝାଡୁ ଆଦି ତିଆରି କରିଥାନ୍ତି। ସେହିପରି ଗୋଲକ ସିଂ କହନ୍ତି, ଆମେ କେବେ ଭାବି ନ ଥିଲୁ ଏହି ହସ୍ତକଳାକୁ ଲୋକେ ଅତି ଆଦରରେ କିଣି ନେବେ। ଏହାକୁ ଜୀବିକା ଭାବରେ ଗ୍ରହଣ କରାଯାଇ ଗୁଜୁରାଣ ମେଣ୍ଟାଇ ହେବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ‘ବଣ ଧୂଳିର ଫୁଲ’ର ଅଧ୍ୟକ୍ଷ ବିଜୟ ଆଚାର୍ଯ୍ୟ କୁହନ୍ତି, ଆଧୁନିକତାର ଛାପରେ ଧୀରେ ଧୀରେ ଜନଜାତିଙ୍କ କଳା, ସଂସ୍କୃତି, ସମୃଦ୍ଧି ଓ ପରମ୍ପରା ବିଲୁପ୍ତ ହେବାରେ ଲାଗିଛି। ଯଦି ସରକାରୀ ଓ ବେସରକାରୀ ସଂସ୍ଥାମାନେ ସହଯୋଗର ହାତ ବଢ଼ାନ୍ତି, ତେବେ ଏହି କଳାକୁ ବିଜ୍ଞାନ ଓ କାରିଗରୀ ଜ୍ଞାନକୌଶଳ ତଥା ନମୁନା ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଆହୁରି ଅଧିକ ମୂଲ୍ୟ ବୃଦ୍ଧି କରାଯାଇପାରିବ। ଫଳରେ ଏହି କଳାର ସଂରକ୍ଷଣ ସହ ଜନଜାତିଙ୍କୁ ଆୟବୃଦ୍ଧିରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri