ଆଦର୍ଶ ବିଦ୍ୟାଳୟ ରାସ୍ତା ମରଣଯନ୍ତା :ଆକ୍‌ଶନ ପ୍ଲାନ ସରିଛି

ଆନନ୍ଦପୁର, ୨୩। ୮(ସ୍ବ.ପ୍ର.)- ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆନନ୍ଦପୁରର ଭିତ୍ତିଭୂମି ବିକାଶ ପାଇଁ ୧୭ କୋଟି ୬୪ ଲକ୍ଷର ଆକ୍‌ଶନ ପ୍ଲାନ୍‌ ଆପ୍ରୁଭ ସରିଛି, ବାକି ରହିଛି ଟେଣ୍ଡର ପ୍ରକ୍ରିୟା। ଏହି ଅନୁଦାନରେ ବିଦ୍ୟାଳୟର ପାଚେରି, ମୁଖ୍ୟ ଗେଟ୍‌, ଆପ୍ରୋଚ ରୋଡ, ସାଇକେଲ ଷ୍ଟାଣ୍ଡ, ବାଳିକା ଫୁଟବଲ, ବାଳକ ଫୁଟବଲ, ଭଲିବଲ୍‌ ଆଦି ଖେଳପଡିଆ, ଛାତ୍ରୀ ନିବାସ, ଛାତ୍ରାବାସ ସହିତ ଅନ୍ୟ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ ହେବ। ହେଲେ ବିଦ୍ୟାଳୟକୁ ଯାଇଥିବା ରାସ୍ତାର ଦୁରବସ୍ଥା ପ୍ରତି କାହାର ଦୃଷ୍ଟି ନାହିଁ। ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ମରାମତି ପାଇଁ ତା ୧।୧୧।୨୦୧୮ରିଖରେ ଜିଲାପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ଅଦ୍ୟାବଧି ଏହି ରାସ୍ତା ନିର୍ମାଣ ପାଇଁ ଜିଲାପାଳଙ୍କ ସ୍ତରରୁ ଅନୁମୋଦନ ମିଳି ନ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସୂତ୍ରରୁ ଜଣାପଡିଛି। ଆନନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇଥିବା ଏହି ରାସ୍ତା ମରଣଯନ୍ତାରେ ପରିଣତ ହେଲାଣି। ୨୦ ନଂ ଜାତୀୟ ରାଜପଥ ଠାରୁ ଆଦର୍ଶ ବିଦ୍ୟାଳୟକୁ ପ୍ରାୟ ୧ କି.ମି. ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ଉପଖଣ୍ଡର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯଥା ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଘସିପୁରା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ, ଡିଏଫଓଙ୍କ କାର୍ଯ୍ୟାଳୟ , ପୌରପରିଷଦ ଡମ୍ପିଂୟାର୍ଡ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ନିର୍ଭର କରିଥାଏ। ଏହି ଦୃଷ୍ଟିରୁ ରାସ୍ତାର ଗୁରୁତ୍ୱ ଅଧିକ ରହିଥିବା ସତ୍ତ୍ୱେ ଜିଲା ପ୍ରଶାସନ ବୈମାତୃକ ମନୋଭାବ ପୋଷଣ କରିବା ପରିତାପର ବିଷୟ ସାଜିଛି। ଏହି ରାସ୍ତା ଦୀର୍ଘ ବର୍ଷ ବର୍ଷ ଧରି ମରାମତି କିମ୍ବା ନୂତନ ଭାବେ ନିର୍ମାଣ କରାଯାଉ ନ ଥିବାରୁ ବଡ ବଡ ଖାଲଖମା ସୃଷ୍ଟି ହୋଇ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଏତଦ୍‌ବ୍ୟତୀତ ଛାତ୍ରୀଛାତ୍ରମାନେ ଘରୋଇ ଯାନବାହନ, ସାଇକେଲ ଯୋଗେ ଏହି ରାସ୍ତା ଦେଇ ଆଦର୍ଶ ବିଦ୍ୟାଳୟକୁ ଯାଇଥାନ୍ତି। ବିଦ୍ୟାଳୟକୁ ଯାତାୟାତ ସମୟରେ ଛାତ୍ରୀଛାତ୍ର ରାସ୍ତାର ଦୁରବସ୍ଥା ପାଇଁ ନାନା ହଇରାଣ ହରକତ ହେଉଛନ୍ତି। ସଂପୃକ୍ତ ରାସ୍ତାଟି ପୌରପରିଷଦ ଅଧୀନରେ ରହିଥିବାରୁ ଅନ୍ୟ କୌଣସି ବିଭାଗ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ୱ ଦିଅନ୍ତି ନାହିଁ କିମ୍ବା ନିଜ ଅଧୀନକୁ ନେଇ ନିର୍ମାଣ କରିପାରନ୍ତି ନାହିଁ। ଫଳରେ ରାସ୍ତାର ଦୁରବସ୍ଥା ସୁଧୁରିବା ନାଁ ଧରୁନାହିଁ। ନିକଟରେ ପୌରପରିଷଦ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଗତ କରାଯାଇଥିଲା। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ପ୍ରତ୍ୟାଖାନ କରିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ କରିବା ପାଇଁ ପ୍ରସ୍ତାବ ପ୍ରତ୍ୟାଖାନ କରିବା ପରେ ବିଭାଗ ପକ୍ଷରୁ ଓଡିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ୍‌(ଓଏମବିଏଡିସି) ଫଣ୍ଡରେ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri