ଆତ୍ମହତ୍ୟା କରିଥିବା ଯୁବଚାଷୀଙ୍କ ଘରେ: ପହଞ୍ଚତ୍ଲେ କୃଷି ଉପନିର୍ଦ୍ଦେଶକ

ବଲାଙ୍ଗୀର ଅଫିସ, ୨୦ା୭ ବର୍ଷାଭାବରୁ ଚାଷ ଉଜୁଡି ଯିବାରୁ ବଲାଙ୍ଗୀର ସଦର ବ୍ଳକ ବରକାନୀ ଗଁାର ଯୁବଚାଷୀ ଭକ୍ତବନ୍ଧୁ ଦଣ୍ଡସେନା ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ା ଏଭଳି ଅଭିଯୋଗ ପରେ ଜିଲା କୃଷି ଉପନିର୍ଦ୍ଦେଶକ ଶ୍ରୀଧର ଦାସ ଓ ଅନ୍ୟ କୃଷି ଅଧିକାରୀ ଶୁକ୍ରବାର ବରକାନୀ ଗଁାରେ ପହଞ୍ଚତ୍ ମୃତ ଚାଷୀଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରିଥିଲେ। ପରେ ତାଙ୍କ ଉଜୁଡା ଧାନ କିଆରି ବୁଲି ଦେଇଥିଲେ ା ବର୍ଷାଭାବରୁ ଭକ୍ତବନ୍ଧୁଙ୍କ ଧାନ କ୍ଷେତର ଫସଲ ଉଜୁଡି ଯାଇଛି ା ମାଟି ଫାଟି ଅଁା କରିଛି ା ବୁଣାଧାନ ମରିଯାଇଛି ା ଭକ୍ତବନ୍ଧୁ ସମବାୟ ବ୍ୟାଙ୍କରୁ ୬୦ ହଜାର ଏବଂ ସ୍ବୟଂ ସହାୟକ ଗୋଷ୍ଠୀରୁ ୮୦ ହଜାର ଟଙ୍କା କରଜ କରିଥିତ୍ବା ପରିବାର ଲୋକେ କହିଛନ୍ତି ା ଭକ୍ତବନ୍ଧୁ ଗତବର୍ଷର କୃଷିବୀମା ଟଙ୍କା ପାଇ ନ ଥିବାବେଳେ ମରୁଡି ଇନ୍‌ପୁଟ ସବ୍‌ସିଡି ବି ପାଇ ନ ଥିବା ପରିବାର ଲୋକେ କହିଛନ୍ତି ା ଏଭଳିକି କାଳିଆ ଯୋଜନା ସହାୟତା ବି ତାଙ୍କୁ ମିଳି ନ ଥିଲା ା ଲଗାତାର ମରୁଡି ଫଳରେ ଭକ୍ତବନ୍ଧୁଙ୍କ ଅଣ୍ଟା ଭାଙ୍ଗିଯାଇଥିତ୍ଲା ଓ ସେ ଘୋର ମାନସିକ ଚାପରେ ଥିବା ପରିବାର ଲୋକେ କହିଛନ୍ତି ା ଚଳିତବର୍ଷ ନିଜର ୪ ଏକର ଜମିରେ ଭଲ ଫସଲ ଅମଳ ହେଲେ ଋଣ ପରିଶୋଧ କରିବେ ବୋଲି ଭାବିଥିଲେ ା ମାତ୍ର ଚଳିତବର୍ଷ ଖରିଫ୍‌ ଋତୁ ଆରମ୍ଭରୁ ଯେଭଳି ଭାବେ ମରୁଡି ଆଶଙ୍କା ଘନୀଭୂତ ହେଲାଣି ସେଥିରେ ହତୋତ୍ସାହିତ ହୋଇପଡି ସେ ଗୁରୁବାର କ୍ଷେତକୁ ଯାଇ ବିଷପାନ କରିଦେଇଥିଲେ ା ତାଙ୍କୁ ଗଁାର କେତେକ ଲୋକ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବଲାଙ୍ଗୀର ଓ ପରେ ବୁଲା ମେଡିକାଲକୁ ସ୍ଥାନାନ୍ତର କରିଥିଲେ ା ତେବେ ଚିକିତ୍ସିତ ଅବସ୍ଥାରେ ଗୁରୁବାର ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି। ଚାଷୀ ମୃତ୍ୟୁ ଅଭିଯୋଗ ପରେ ବରକାନୀ ଯାଇ ଡିଡିଏ ଦାସ ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?