Posted inଖେଳ

ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ କିଣିଲା ପୁଣେ ମ୍ୟୁଜିୟମ

କରାଚୀ, ୯ା୫ (ପି.ଟି.):ପାକିସ୍ତାନ ଟେଷ୍ଟ ଅଧିନାୟକ ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ ଶେଷର ନିଲାମ ହୋଇଛି। କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ ଏହା କରିଛନ୍ତି। ଭାରତର ଏକ ମ୍ୟୁଜିୟମ ତାହାକୁ କ୍ରୟ କରିଛି। ୨୦୧୬ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏକ ଟେଷ୍ଟ ମ୍ୟାଚ୍‌ରେ ସେ ୩୦୨ ରନ ସଂଗ୍ରହ କରିଥିଲେ। ତାଙ୍କର ଏହି ତ୍ରିଶତକୀୟ ଇନିଂସରେ ସେ ଯେଉଁ ଦୁଇଟି ବ୍ୟାଟ୍‌ ବ୍ୟବହାର କରିଥିଲେ ତାହାକୁ ନିଲାମ କରିଛନ୍ତି। ଏହାଛଡ଼ା ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଭାରତ ବିପକ୍ଷ ବିଜୟ ମ୍ୟାଚରେ ସେ ପିନ୍ଧିଥିବା ଜର୍ସିକୁ ମଧ୍ୟ ଅନ୍‌ଲାଇନ୍‌ରେ ନିଲାମ କରିଛନ୍ତି। ଉଭୟ ବ୍ୟାଟ୍‌ ଏବଂ ଜର୍ସିରେ ପାକିସ୍ତାନ ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ରହିଛି। ଆଝାର ସୋସିଆଲ ମିଡିଆରେ ବ୍ୟାଟ୍‌ ଓ ପିଛା ୧ନିୟୁତ ବେସ୍‌ ପ୍ରାଇସ୍‌ ରଖିଥିଲେ। ପୁଣେସ୍ଥିତ ବ୍ଲେଡ୍ସ ଅଫ୍‌ ଗ୍ଲୋରି କ୍ରିକେଟ ମ୍ୟୁଜିୟମ ୧ନିୟୁତ ଟଙ୍କା ଦେଇ ବ୍ୟାଟ୍‌ କ୍ରୟ କରିଥିଲା। ତାଙ୍କର ଏହି ସ୍ମରଣୀୟ ଜର୍ସି ପ୍ରତି କାଲିଫର୍ନିଆରେ ବାସ କରୁଥିବା ଜଣେ ପାକିସ୍ତାନୀ କାଶ୍‌ ଭିଲାନୀ ବିଶେଷ ଆଗ୍ରହ ଦେଖାଇଥିଲେ। ସେ ୧.୧ ନିୟୁତ ଟଙ୍କା ବିନିମୟରେ କ୍ରିୟ କରିଥିଲେ। ନ୍ୟୁଜର୍ସିରେ ବାସ କରୁଥିବା ଅନ୍ୟ ଜଣେ ପାକିସ୍ତାନୀ ଜଲାଲ ଖାଁ ଏଥିପାଇଁ ୧୦୦,୦୦୦ ଦାନ କରିଥିବା ଆଝାର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦିବା/ରାତ୍ର ଟେଷ୍ଟରେ ତ୍ରିଶତକ ହାସଲ କରିବାରେ ଆଝାର ଅଲ୍ଲୀ ହେଉଛନ୍ତି ପ୍ରଥମ ଅନ୍ତର୍ଜାତୀୟ ଖେଳାଳି। ୨୦୧୬ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ରେ ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩୦୨ ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ କ୍ରିକେଟର ଜଣକ କହିଛନ୍ତି, ଏହି ଜିନିଷଗୁଡ଼ିକ ତାଙ୍କ ପାଇଁ ସ୍ମରଣୀୟ ଥିଲା। ମାତ୍ର ଏକ ସଂକଟଜନକ ପରିସ୍ଥିତିରେ ଜନ କଲ୍ୟାଣ ଉଦ୍ଦେଶ୍ୟରେ ଏହା କାମରେ ଲାଗିପାରିଥିବାରୁ ମୁଁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri