ଆଜି ଶନି ଚଳନ

ଦୋଳଗୋବିନ୍ଦ ପଣ୍ଡା
ମହାଗ୍ରହ ଶନି ଆଜି (ତା୨୪ା୦୧ା୨୦-ଶୁକ୍ରବାର) ଦିବା ୦୯ା୫୬ରେ ଧନୁରାଶିରୁ ଉତ୍ତରାଷାଢ଼ା ନକ୍ଷତ୍ର ମକର ରାଶିକୁ ଚଳିିବେ। ଶନି ଗୋଟିଏ ରାଶିରେ ହାରାହାରି ଅଢ଼େଇ ବର୍ଷ ଅବସ୍ଥାନ କରିଥାନ୍ତି। ଶନିଙ୍କର ଏହି ଚଳନର ଫଳ କ’ଣ ହେବ ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିବା ସ୍ବାଭାବିକ। ତେବେ ଜ୍ୟୋତିଷଶାସ୍ତ୍ରରେ ଗୋଚର ଫଳ ବିଚାରର ଅନେକ ଦିଗ ରହିଛି। ଗୋଟିଏ ଦିଗ ଉପରେ ବିଚାର କରି କୁହାଯାଉଥିବା ଫଳ ନିର୍ଭରଯୋଗ୍ୟ ହୋଇ ନ ଥାଏ। ଉଦହାରଣସ୍ବରୂପ ଜ୍ୟୋତିଷଶାସ୍ତ୍ରରେ ଏକ ପାଠ ଅଛି, ଯାହାର ନାମ ଅଷ୍ଟକବର୍ଗ ବିଚାର। ଲଗ୍ନ ଓ ଗ୍ରହଗୁଡ଼ିକର ପାରସ୍ପରିକ ସ୍ଥିତିକୁ ନେଇ ତାହା ବିଚାର କରାଯାଇଥାଏ। ଶନିିଙ୍କ ଅଷ୍ଟକବର୍ଗରେ ଯଦି ସେ ଚାରୋଟିରୁ ଅଧିକ ଶୁଭ ବିନ୍ଦୁ ପାଇଥାନ୍ତି ତେବେ ଶନିସପ୍ତା, ଶନି ସାଢ଼େସାତୀ ବା କଣ୍ଟକ ଶନି ହେଲେ ବି ସେ ଶୁଭଫଳ ଦେବେ। ଶୁଭସ୍ଥାନସ୍ଥ ଗ୍ରହ ବି ଶୁଭଫଳ ଦେଇପାରନ୍ତି ନାହିଁ ଯଦି ସେ ନୀଚସ୍ଥ, ଅସ୍ତଂଗତ ବା ଅନ୍ୟ ପ୍ରକାରେ ଦୁର୍ବଳ ହୋଇଥାନ୍ତି କିମ୍ବା ତାଙ୍କର ବେଧ ସ୍ଥାନରେ ଅନ୍ୟ ଗ୍ରହ ଅବସ୍ଥାନ କରିଥାନ୍ତି। ବଳାବଳ, ଗ୍ରହବେଧ ଏବଂ ଅନ୍ୟ ଗ୍ରହମାନଙ୍କ ସହ ପାରସ୍ପରିକ ସମ୍ପର୍କ ବିଚାର ବିନା ଗୋଚର ବିଚାର ପୂର୍ଣ୍ଣାଙ୍ଗ ହୋଇ ନ ଥାଏ।
ଶାସ୍ତ୍ରରେ ଅଛି- ”ଦ୍ୱାଦଶେ ଜନ୍ମଗେ ରାଶୌ ଦ୍ୱିତୀୟେ ଚ ଶନୈଶ୍ଚରଃ। ସାର୍ଦ୍ଧାନି ସପ୍ତବର୍ଷାଣି ତଥା ଦୁଃଖୈର୍ଯୁତୋ ଭବେତ୍‌।ା“ ଅର୍ଥାତ୍‌ ଶନି ଜନ୍ମରାଶିରୁ ଦ୍ୱାଦଶରେ, ଜନ୍ମରାଶିରେ ଓ ଦ୍ୱିତୀୟରେ ଥିଲେ ସାଢ଼େ ସାତ ବର୍ଷ ଦୁଃଖକଷ୍ଟ ଭୋଗ କରାନ୍ତି। ଏହାକୁ ସାଢ଼େସାତୀ ଶନି କୁହାଯାଏ। ଜଣକର ଜୀବନକାଳ ଭିତରେ ସାଧାରଣତଃ ତିନିଥର ସଢ଼େସାତୀ ଭୋଗ କରିବାକୁ ପଡ଼େ। ଆଜିର ଚଳନ ପରେ ଧନୁ, ମକର ଓ କୁମ୍ଭ ରାଶି ଜାତକଙ୍କର ସାଢ଼େସାତୀ ହେବ। ଜୀବନକାଳ ଭିତରେ ସାଢ଼େସାତୀର ତିନୋଟି ଚକ୍ର ମଧ୍ୟରୁ ପ୍ରଥମ ଚକ୍ରଟି ଅତ୍ୟନ୍ତ କଷ୍ଟପ୍ରଦ ହୋଇଥାଏ। ମଧ୍ୟମ ଚକ୍ରଟି ଜୀବନର ମଧ୍ୟାହ୍ନରେ ଆସୁଥିବାରୁ ଏହାକୁ ଆପଣ ସହିଯାଇପାରନ୍ତି। କିନ୍ତୁ ଅନ୍ତିମ ଚକ୍ରଟି ଶାରୀରିକ ଅସୁସ୍ଥତା ସହ ମୃତ୍ୟୁଭୟ ମଧ୍ୟ ଆଣିଥାଏ। ଏଥିପାଇଁ ପ୍ରତିକାର କରଣୀୟ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଏକ ଉତ୍କୃଷ୍ଟ ପ୍ରତିକାର। ପୁଣି ପ୍ରତ୍ୟେକ ଚକ୍ରରେ ତିନୋଟି ଧାୟା ବା ଚରଣ ଭୋଗ ହୁଏ। ଦ୍ୱାଦଶ ଶନିକୁ ପ୍ରଥମ, ଜନ୍ମଶନିକୁ ଦ୍ୱିତୀୟ ଓ ଦ୍ୱିତୀୟ ଶନିକୁ ତୃତୀୟ ଧାୟା କୁହାଯାଏ। ପ୍ରଥମ ଧାୟାରେ ଶନି ମସ୍ତକରେ ଅବସ୍ଥାନ କରନ୍ତି ଏବଂ ୨ୟ, ୬ଷ୍ଠ ଓ ୯ମ ଭାବକୁ ପୂର୍ଣ୍ଣ ଦୃଷ୍ଟି ଦିଅନ୍ତି। ତେଣୁ ସେ ମାନସିକ ଓ ଶାରୀରିକ ସୁସ୍ଥତାକୁ ପ୍ରଭାବିତ କରନ୍ତି। ଦୁର୍ବଳ ଦୃଷ୍ଟିଶକ୍ତି, ଆର୍ଥିକ ହାନି, ଅବାଞ୍ଛିତ ବ୍ୟୟ, ବିଚ୍ଛେଦ, ପାରିବାରିକ ଅସ୍ଥିରତା ଆଦି ଦେଖାଦେଇ ପାରେ। ପରିଶ୍ରମ କଲେ ବି ଫଳ ଆଶାନୁରୂପ ମିଳେ ନାହିଁ। ବ୍ୟକ୍ତି ଲକ୍ଷ୍ୟହୀନ ଭାବେ ଭ୍ରମଣ କରିପାରେ। ଆପଣଙ୍କୁ କେହି ସାହାଯ୍ୟ କରିବେ ନାହିଁ। କୌଣସି କାର୍ଯ୍ୟରେ ଯେଉଁ ସରକାରୀ କାର୍ଯ୍ୟାଳୟକୁ ଯିବେ, ସେଠି ବାବୁମାନେ ଆପଣଙ୍କୁ ହଇରାଣ କରିବେ। ବାରମ୍ବାର ଦୌଡ଼ାଇବେ। ଦୂରସ୍ଥାନ ଭ୍ରମଣ କଷ୍ଟପ୍ରଦ ହେବ। ଦ୍ୱିତୀୟ ଧାୟାରେ ଅର୍ଥାତ୍‌ ଜନ୍ମଶନି ତୃତୀୟ, ସପ୍ତମ ଓ ଦଶମ ଭାବକୁ ପୂର୍ଣ୍ଣ ଦୃଷ୍ଟି ଦିଅନ୍ତି। ଏହି ସମୟରେ ଶନି ପେଟରେ ଅବସ୍ଥାନ କରନ୍ତି। ତେଣୁ ଶରୀରର ମଧ୍ୟମଭାଗ ବିଶେଷତଃ ପେଟଜନିତ ସମସ୍ୟା ଦେଖାଯାଏ। ଶାରୀରିକ ଶକ୍ତି କ୍ରମଶଃ କମିବାକୁ ଆରମ୍ଭ କରେ। ଭାଇ ଓ ବ୍ୟବସାୟିକ ଅଂଶୀଦାରଙ୍କ ସହ ଅମେଳ ଦେଖାଯାଏ। କୌଣସି ନିକଟସମ୍ପର୍କୀୟଙ୍କ ସମ୍ପର୍କରେ ଅଶୁଭ ଖବର ଶୁଣିପାରନ୍ତି। ସ୍ବାସ୍ଥ୍ୟ, ଧନ ଓ ସାମାଜିକ ପ୍ରତିଷ୍ଠାରେ ହାନି ଘଟିପାରେ। ତୃତୀୟ ଧାୟା ବା ଜନ୍ମରାଶିରୁ ଦ୍ୱିତୀୟ ଶନି ଚତୁର୍ଥ, ଅଷ୍ଟମ ଓ ୧୧ଶ ଭାବକୁ ପୂର୍ଣ୍ଣ ଦୃଷ୍ଟି ଦିଅନ୍ତି। ଏହି ସମୟରେ ଶନି ପାଦରେ ଅବସ୍ଥାନ କରନ୍ତି। ତେଣୁ ଏହି ସମୟରେ ଆପଣଙ୍କ ଗତିଶୀଳତା କମିଯାଇପାରେ। ଶାରୀରିକ ଭାବେ ଅଳସୁଆ ବା ଦୁର୍ବଳ ହୋଇପାରନ୍ତି। ସୁଖଶାନ୍ତି ବ୍ୟାହତ ହେବା ସହ ଅବାଞ୍ଛିତ ବିବାଦରେ ଫସିଯାଇପାରନ୍ତି। ଟଙ୍କା ଆସିଲେ ବି ରହିବ ନାହିଁ। ନିମ୍ନସ୍ତରର ଲୋକମାନେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି।
ଶନି ଜନ୍ମରାଶିରୁ ସପ୍ତମ, ଅଷ୍ଟମ ବା ନବମରେ ରହିଲେ ତାକୁ ଶନିସପ୍ତା କୁହାଯାଏ। ବର୍ତ୍ତମାନ ମକର ରାଶିକୁ ଶନି ଚଳନ ପରେ ବୃଷ, ମିଥୁନ ଓ କର୍କଟ ରାଶି ପାଇଁ ଶନିସପ୍ତା ହେଉଛି। ଶନି ସାଢ଼େସାତୀ ଯେପରି ଅଶୁଭ, ଶନିସପ୍ତା ସେହିପରି ଅଶୁଭ ଫଳ ଦେଇଥାଏ। ସ୍ଥାନାଭାବ ହେତୁ ପୂର୍ଣ୍ଣ ବିବରଣୀ ଦେବା ସମ୍ଭବ ନୁହେଁ। ଚତୁର୍ଥ, ପଞ୍ଚମ କଣ୍ଟକ ଶନିଙ୍କ ଫଳ ମଧ୍ୟ ଅଶୁଭପ୍ରଦ।
ସଂକ୍ଷେପରେ ମକର ରାଶିକୁ ଶନିଚଳନର ଶୁଭାଶୁଭ ଗୋଚର ଫଳ- ଶନି ଜନ୍ମ ରାଶିରେ ରହିଲେ ଅର୍ଥାତ୍‌ ମକରରାଶି ଜାତକ ପାଇଁ ଧନହାନି, ଅସ୍ଥିରତା, ମନସ୍ତାପ, ଧନୁ: ମୃତ୍ୟୁବତ୍‌ ପୀଡା, ବିଛା: ଶତ୍ରୁହାନି, ତୁଳା: ବନ୍ଧୁହାନି, କନ୍ୟା: ପୁତ୍ର, ଭୃତ୍ୟ ଓ ଅର୍ଥନାଶ, ସିଂହ: ଅର୍ଥଲାଭ, ଶତ୍ରୁନାଶ, କର୍କଟ: ଅନିଷ୍ଟ ଓ ଅପମାନ, ମିଥୁନ: ସ୍ବାସ୍ଥ୍ୟ ଓ ସମ୍ପଦ ହାନି, ବୃଷ: ବୃଥାଭ୍ରମଣ, ମେଷ: ରୋଗନାଶ, ମୀନ: ସର୍ବସୌଖ୍ୟ, ଧନ, ସମ୍ମାନ ପ୍ରାପ୍ତି, କୁମ୍ଭ: ବ୍ୟୟବୃଦ୍ଧି, ଅନର୍ଥ ଓ ଦ୍ୱନ୍ଦ୍ୱ। ଅର୍ଥାତ୍‌ ଗୋଚରରେ ଶନି ମେଷ, ସିଂହ, ବିଛା ଓ ମୀନ ରାଶିକୁ ଶୁଭଫଳ ପ୍ରଦାନ କରିବେ ଓ ଅନ୍ୟ ରାଶିମାନଙ୍କୁ ଅଶୁଭଫଳ ପ୍ରଦାନ କରିବେ।
ମେଷ, ସିଂହ, ବିଛା ଓ ମୀନ ରାଶିର ଶନି ଗୋଚରରେ ଶୁଭ ଏବଂ ଚଳନ ସମୟେ ଚନ୍ଦ୍ର ଶୁଭ ହେତୁ ଅତିଶୁଭ ଫଳ ପ୍ରଦାନ କରିବେ। କର୍କଟ, ତୁଳା, ମକର ଓ କୁମ୍ଭ ରାଶିର ଗୋଚରରେ ଅଶୁଭ ମାତ୍ର ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। ବୃଷ, ମିଥୁନ, କନ୍ୟା ଓ ଧନୁ ରାଶିର ଗୋଚରରେ ଅଶୁଭ ଏବଂ ଚନ୍ଦ୍ର ଅଶୁଭ କାରଣରୁ ଅତି ଅଶୁଭଫଳ ପ୍ରଦାନ କରିବେ। ତେବେ ଗ୍ରହବେଧ, ଅଷ୍ଟକବର୍ଗ ବିଚାର ବିନା ଗୋଚର ବିଚାର ଅସମ୍ପୂର୍ଣ୍ଣ ହୋଇଥାଏ। ଏଥି ସହ ଦଶା ବିଚାର କରିବା କର୍ତ୍ତବ୍ୟ। ଦଶା ବିଚାର ମୁଖ୍ୟ ଏବଂ ଗୋଚର ବିଚାର କେବଳ ସାହାଯ୍ୟକାରୀ ହୋଇଥାଏ।
ତେବେ ଶନି ହେଉଛନ୍ତି କର୍ମଫଳଦାତା ଓ ନ୍ୟାୟଦାତା ଗ୍ରହ। ସତ୍‌କର୍ମକାରୀଙ୍କୁ ସେ କେବେହେଲେ ଅଶୁଭଫଳ ଦିଅନ୍ତି ନାହିଁ। ବେଳେବେଳେ କଷ୍ଟ ଦେଇ ଆମ ଭିତରେ ଥିବା ମଇଳାଗୁଡ଼ିକୁ ସେ ସଫା କରିଦିଅନ୍ତି। ସେଥିପାଇଁ ତ କଷ୍ଟଭୋଗ ପରେ ପୁଣି ଇଷ୍ଟଭୋଗ ମିଳିଥାଏ। କବି ଲେଖିଛନ୍ତି: ମହୀରେ ଆସେ ଯେବେ ଦାରୁଣ ଶୀତ, ଦୂରେ ଥାଏ କି ଆଉ ଚାରୁ ବସନ୍ତ। ତେଣୁ ଭୟ କରିବାର କୌଣସି କାରଣ ନାହିଁ।
ଅଶୁଭ ଶନିଙ୍କ ପାଇଁ ପ୍ରତିକାର ସ୍ବରୂପ ବ୍ରୀହି, ଇନ୍ଦ୍ରନୀଳମଣି, କୃଷ୍ଣ ତିଳ, ତୈଳ, କୋଳଥ, ମଇଁଷି, ଲୌହ, ତୈଳପୂର୍ଣ୍ଣ ଲୌହପାତ୍ର – ଏ ମଧ୍ୟରୁ ପ୍ରାପ୍ତ ଦ୍ରବ୍ୟ, କୃଷ୍ଣବସ୍ତ୍ର ଓ ଦକ୍ଷିଣା ସହିତ ଗ୍ରହବିପ୍ର (ଜ୍ୟୋତିଷ ବ୍ରାହ୍ମଣ)ଙ୍କୁ ଦାନ କଲେ ଶନିଙ୍କର ଅଶୁଭତ୍ୱ ହ୍ରାସ ପାଏ। ଏତଦ୍‌ବ୍ୟତୀତ ବାଡିଅଁଳା ବୃକ୍ଷର ମୂଳକୁ ନିଜର ନାମଗୋତ୍ରରେ ଗ୍ରହବିପ୍ରଙ୍କ ଦ୍ୱାରା ଅଭିମନ୍ତ୍ରିତ କରାଇ ସେହି ମୂଳକୁ ଅଷ୍ଟଧାତୁ ନିର୍ମିତ ଡେଉଁରିଆରେ ପୂରାଇ ପୁରୁଷ ବ୍ୟକ୍ତି ଦକ୍ଷିଣ ହସ୍ତରେ ଓ ନାରୀମାନେ ବାମ ବାହୁରେ ଧାରଣ କଲେ ଅଶୁଭ ଫଳ ହ୍ରାସ ପାଇଥାଏ। କଳାରଙ୍ଗର ବସ୍ତ୍ର ଧାରଣ କଲେ ଉପକାର ମିଳିବ। ତା’ଛଡ଼ା ସ୍ବାସ୍ଥ୍ୟଜନିତ ସମସ୍ୟା ଓ ମହାଭୟ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ।
୧୮୧୪/୪୦୬୯, ନିଗମ ବିହାର, ଶ୍ରୀରାମନଗର (୩ୟ ଗଳି), ଭୁବନେଶ୍ୱର, ମୋ-୭୦୦୮୯୬୦୫୦୨, ଇମେଲ୍‌: dolagovinda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?