ଆଜି ନିଟ୍‌ ପରୀକ୍ଷା

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ଦି ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ସୋମବାର ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିବ। ଛାତ୍ରୀଛାତ୍ର ସକାଳ ୯ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ସୂଚନାଯୋଗ୍ୟ, ଚଳିତମାସ ୫ତାରିଖରେ ଏହି ପରୀକ୍ଷା ହେବାର ଥିଲା। କିନ୍ତୁ ବାତ୍ୟା ‘ଫନୀ’ ଯୋଗୁ ଓଡ଼ିଶାରେ ନିଟ୍‌ ପରୀକ୍ଷା ବାତିଲ କରାଯାଇଥିଲା। ବାତ୍ୟା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥଇଥାନ କାର୍ଯ୍ୟ ଜାରି ରହିଥିବାରୁ ପରୀକ୍ଷା ବାତିଲ କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗତ ୪ତାରିଖରେ ଓଡ଼ିଶାରେ ପରୀକ୍ଷା ବାତିଲ ନେଇ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri