ଆଜିଠାରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୨ା୫ (ପି.ଟି.):କରୋନା ମହାମାରୀ ପାଇଁ ପାଖାପାଖି ୫୦ ଦିନ ହେଲା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ସେବା ବନ୍ଦ ରହିଥିବାବେଳେ ମଙ୍ଗଳବାରଠାରୁ ପର୍ଯ୍ୟାୟକ୍ରମେ କେତେକ ରୁଟ୍‌ରେ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରେଲଓ୍ବେ ପକ୍ଷରୁ ନୂଆ ଗାଇଡ୍‌ଲାଇନ ଜାରି କରାଯାଇଛି। ଯାତ୍ରୀମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ ବାଧ୍ୟତାମୂଳକ ହୋଇଥିବାରୁ ସେମାନଙ୍କୁ ଟ୍ରେନ୍‌ ଛାଡ଼ିବାର ୯୦ ମିନିଟ ପୂର୍ବରୁ ଷ୍ଟେଶନରେ ପହଞ୍ଚତ୍ବାକୁ ହେବ। ଯେଉଁମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିବ ସେମାନଙ୍କୁ ଟ୍ରେନ୍‌ ଯାତ୍ରା ଲାଗି ଅନୁମତି ମିଳିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସ୍‌ଓପିରେ କୁହାଯାଇଛି। ଯାତ୍ରୀମାନେ ନିଜର ଖାଦ୍ୟ ଓ ବସ୍ତ୍ର ସାଙ୍ଗରେ ଆଣି ଆସିବେ। ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍‌ କରିବା ବାଧ୍ୟତାମୂଳକ।
ଲକ୍‌ଡାଉନ ଯୋଗୁ ଗତ ଦେଢ଼ମାସରୁ ଊର୍ଦ୍ଧ୍ୱ ଦିନ ହେଲା ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଥିବାବେଳେ କେବଳ ମାଲ୍‌ଗାଡ଼ି ଚାଲୁଥିଲା। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଫେରାଇନେବା ପାଇଁ ରାଜ୍ୟ ସରକାରମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ମେ’ ୧ରୁ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଇବାକୁ ଅନୁମତି ଦେଇଥିଲେ। ମଙ୍ଗଳବାର ପ୍ରଥମ ଥର ପାଇଁ ଯାତ୍ରୀମାନଙ୍କ ନିମନ୍ତେ ଟ୍ରେନ ଚଳାଚଳ ଆରମ୍ଭ ହେଉଛି। ଚାଲିବାକୁ ଥିବା ୧୫ ଯୋଡ଼ା ଟ୍ରେନ୍‌ ବାତାନୁକୂଳିତ। ସେଗୁଡ଼ିକ ଦିଲ୍ଲୀରୁ ଦେଶର ସମସ୍ତ ପ୍ରମୁଖ ସହରକୁ ଚଳାଚଳ କରିବ। ମଙ୍ଗଳବାର ନୂଆଦିଲ୍ଲୀରୁ ବାହାରି ଦିବ୍ରୁଗଡ଼, ବେଙ୍ଗାଲୁରୁ ଓ ବିଳାସପୁର ଯାତ୍ରା କରିବ। ସେହିଦିନ ହାଓ୍ବଡା, ରାଜେନ୍ଦ୍ର ନଗର (ପାଟନା), ବେଙ୍ଗାଲୁରୁ, ମୁମ୍ବାଇ ସେଣ୍ଟ୍ରାଲ ଓ ଅହମଦାବାଦ ଷ୍ଟେଶନରୁ ଗୋଟିଏ ଲେଖାଏ ଟ୍ରେନ୍‌ ନୂଆଦିଲ୍ଲୀ ଅଭିମୁଖେ ଛାଡ଼ିବ। ସବୁ ଟ୍ରେନ୍‌ର ଭଡା ରାଜଧାନୀ ଏକ୍ସପ୍ରେସ ସହ ସମାନ ରହିଛି। ଲକ୍‌ଡାଉନ ଥିବାରୁ ଯାତ୍ରୀମାନେ ଇ-ଟିକେଟ କରିବା ପରେ ଷ୍ଟେଶନରେ ପ୍ରବେଶ ଅନୁମତି ମିଳିବ। ୭ ଦିନ ପର୍ଯ୍ୟନ୍ତ ଅଗ୍ରିମ ଟିକେଟ କରାଯାଇପାରିବ। ତେବେ ଆର୍‌ଏସି, ଓ୍ବେଟିଂ ଲିଷ୍ଟ ଟିକେଟ କିମ୍ବା ଅନ୍‌ବୋର୍ଡ ବୁକିଂ ଆଦିକୁ ଅନୁମତି ମିଳିବ ନାହିଁ। ଟ୍ରେନ୍‌ ଛାଡିବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ଯାତ୍ରୀ ଚାହିଁଲେ ଟିକେଟ ବାତିଲ କରିବେ। ତେବେ ବାତିଲ ଟିକେଟର ୫୦ ପ୍ରତିଶତ ଭଡ଼ା ଫେରସ୍ତ ମିଳିବ। କୋଚଗୁଡ଼ିକରେ ଏସି ତାପମାତ୍ରା ସାମାନ୍ୟ ଅଧିକ ରଖିବାକୁ ଗାଇଡ୍‌ଲାଇନରେ କୁହାଯାଇଛି।
ସ୍ବତନ୍ତ୍ର ଟ୍ରେନ୍‌ ନୂଆଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାଓ୍ବାଡା, ପାଟନା, ବିଳାସପୁର, ରାଞ୍ଚତ୍, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭାନନ୍ଥପୁରମ୍‌, ମାଡ଼ଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁ ତାଓ୍ବି ପର୍ଯ୍ୟନ୍ତ ଚାଲିବ। ଟ୍ରେନ୍‌ ଯାତ୍ରା ପାଇଁ ସୋମବାର ଅପରାହ୍ନ ୪ଟାରୁ ଅଗ୍ରିମ ଟିକେଟ ବୁକିଂ ଆରମ୍ଭ ହେବାର ଥିଲା। ତେବେ ଆଇଆରସିଟିସି ଓ୍ବେବ୍‌ସାଇଟ ନ ଖୋଲିବାରୁ ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ ହେଉଥିବା ଜଣାପଡିଛି।
ଯାତ୍ରୀମାନେ ସାଙ୍ଗରେ ଖାଦ୍ୟ ଓ ପାଣି ଆଣି ଆସିବାକୁ କୁହାଯାଇଛି। ସେମାନଙ୍କୁ ରେଲଓ୍ବେ ପକ୍ଷରୁ ବ୍ଲାଙ୍କେଟ୍‌ କିମ୍ବା ବେଡ୍‌ସିଟ ମିଳିବ ନାହିଁ। ତେଣୁ ଯାତ୍ରୀ ସେଗୁଡ଼ିକୁ ସାଙ୍ଗରେ ଧରି ଆସିବାକୁ ହେବ। ତତ୍କାଳ ଓ ପ୍ରିମିୟମ ତତ୍କାଳ ସୁବିଧା ମିଳିବ ନାହିଁ। ଟ୍ରେନ୍‌ଗୁଡ଼ିକ ଅଳ୍ପକେତେକ ସ୍ଥାନରେ ରହଣି କରିବ। ଯେଉଁମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିବ କେବଳ ସେହି ଯାତ୍ରୀମାନଙ୍କୁ ଟ୍ରେନ୍‌ରେ ଯିବା ଲାଗି ଅନୁମତି ମିଳିବ।

୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀ ଗଡ଼ିବ ରେଳ
ଦୀର୍ଘ ଦେଢ଼ମାସ ଲକ୍‌ଡାଉନ୍‌ ପରେ ମଙ୍ଗଳବାର ଠାରୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟରେ ରେଳ ଚଳାଚଳ କରିବ। ଏ ନେଇ ଭାରତୀୟ ରେଲଓ୍ବେ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର ଅପରାହ୍ନରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ରାଜଧାନୀ ନୂଆଦିଲ୍ଲୀରୁ ଦେଶର ୧୫ଟି ଷ୍ଟେଶନ ମଧ୍ୟରେ ୧୫ ଯୋଡ଼ା ଟ୍ରେନ୍‌ ଚଳାଚଳ କରିବ। ଟ୍ରେନ୍‌ ଯେଉଁ ରୁଟ୍‌ରେ ଯିବ ପୁଣି ସେହି ରୁଟ୍‌ରେ ଫେରିବ। ଆସନ୍ତା ୧୩ ତାରିଖରେ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଯିବ ଟ୍ରେନ୍‌। ୧୪ ତାରିଖରେ ଦିଲ୍ଲୀରୁ
ଫେରିବ। ଓଡ଼ିଶାର ୩ଟି ଷ୍ଟେଶନରେ ଟ୍ରେନ୍‌ ରହିବ। ସେହି ଷ୍ଟେଶନଗୁଡିକ ହେଲା, କଟକ, ଭଦ୍ରକ ଓ ବାଲେଶ୍ୱର। ରାଜ୍ୟ ଭିତରେ ଏହି ୩ଟି ଷ୍ଟେଶନ ସହିତ ମୋଟ ୧୨ଟି ଷ୍ଟେଶନରେ ଅଟକିବ। ସୋମବାର ଭିଡିଓ କଫରେନ୍ସରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଅଧିକ ରେଳ ଚଳାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। କେବଳ ଇ- ଟିକେଟ କରିଥିବା ଯାତ୍ରୀମାନେ ରେଳରେ ଯାତ୍ରା କରିପାରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଓପି ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri