ଆଖୁ କିଆରିରେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ଅନନ୍ୟା ପାଣ୍ଡେ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କର ଏକ ଫଟୋ ସାସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ୟୁଜର୍ସ ଟ୍ରୋଲ୍‌ ମଧ୍ୟ କରିଛନ୍ତି। ଘଟଣା ହେଉଛି ଅନନ୍ୟା ଏକ ଆଖୁ କିଆରିରେ ଠିଆ ହୋଇଥିବାର ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଭାଇରାଲ ହୋଇଥିଲା। ଆଉ ଏହାକୁ ଦେଖିବା ପରେ ୟୁଜର୍ସ ଏକ ପୁରୁଣା କାହାଣୀକୁ ପୁଣିଥରେ ମନେପକାଇ ଦେଇଥିଲେ। କିଛିଦିନ ତଳେ ରାଜୀବ ମସନ୍ଦଙ୍କ ଶୋ’ରେ ଅନନ୍ୟା ଗଲିବୟ ଷ୍ଟାର ସିଦ୍ଧାନ୍ତ ଚତୁର୍ବେଦିଙ୍କ ସହ ପହଞ୍ଚିଥିଲେ। ସେଠାରେ ଅନନ୍ୟା ଯେତେବେଳେ ତାଙ୍କ ସଂଘର୍ଷର କାହାଣୀ କହିଥିଲେ ସେତେବେଳେ ସିଦ୍ଧାନ୍ତ ଗୋଟିଏ ଲାଇନରେ ତାଙ୍କ କଥାକୁ ବନ୍ଦ କରି ଦେଇଥିଲେ। ସିଦ୍ଧାନ୍ତ କହିଥିଲେ ‘ଯେଉଁଠି ଆମ ସ୍ବପ୍ନ ପୂରଣ ହେଉଛି ସେଠି ଏମାନଙ୍କ ସଂଘର୍ଷ ଆରମ୍ଭ ହେଉଛି’। ସିଦ୍ଧାନ୍ତଙ୍କ ଏହି କଥା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା ଆଉ ଦର୍ଶକେ ଅନନ୍ୟାଙ୍କୁ ଖୁବ୍‌ ଟ୍ରୋଲ୍‌ କରିଥିଲେ। ଏହାତ ପୁରୁଣା କଥା ହେଲେ ଏବେ ଏହା ପୁଣିଥରେ ନୂଆ ହୋଇଯାଇଛି। ଅନନ୍ୟା ଆଖୁ କିଆରିରେ ଠିଆ ହୋଇଥିବାର ଫଟୋ ଶେୟାର କରିବା ପରେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଲାଇକ୍‌ କରିବା ସହ କମେଣ୍ଟ ବକ୍ସରେ ଏମିତି ଲେଖିଛନ୍ତି ଯାହା ପୁରୁଣା କାହାଣୀକୁ ମନେ ପକାଇ ଦେଇଛି। ଜଣେ ଲେଖିଛନ୍ତି ଅନନ୍ୟା ଘାସ ସହ ବହୁତ ସଂଘର୍ଷ କରିଛନ୍ତି। ଆଉ ଜଣେ ଲେଖିଛନ୍ତି, କ୍ଷେତରେ କ’ଣ କରୁଛ? ଏମିତିତ ଦିଦିଙ୍କୁ ନିଜେ ଯାଇ କ୍ଷେତ ସମ୍ଭାଳିବାକୁ ପଡୁଛି ବୋଲି ଜଣେ ୟୁଜର ଲେଖିବା ସହ ଅନ୍ୟଜଣେ ହସିବା ଇମୋଜି ସହ ଲେଖିଛନ୍ତି, ଷ୍ଟ୍ରଗଲିଂ ଅନ୍‌ ନେକ୍ସଟ ଲେବଲ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri