Posted inଖେଳ

ଆକ୍ରମଙ୍କ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନ

ଇସଲାମାବାଦ, ୭।୬-ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ଜଣାଶୁଣା କ୍ରିକେଟ ଭାଷ୍ୟକାର ଏବଂ ବିଶେଷଜ୍ଞ ଓ୍ବାସିମ ଆକ୍ରମ ନିଜ ସମୟର ୫ ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବାଛିଛନ୍ତି। ନିଜର ପୂର୍ବତନ ଟିମ୍‌ମେଟ୍‌ ବସିତ୍‌ ଅଲୀଙ୍କ ସହ ଏକ ଚାଟ୍‌ ଶୋ’ରେ ଭାଗନେବା ଅବସରରେ ସେ ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଭାରତର ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ସ୍ଥାନ ଦେଇଛନ୍ତି। ଏହି ପାଞ୍ଚଜଣଙ୍କୁ ସେ କାହିଁକି ଶ୍ରେଷ୍ଠତ୍ୱ ଦେଇଛନ୍ତି ତା’ର ମଧ୍ୟ ଅବତାରଣା କରିଛନ୍ତି।
ସେ ବୋଲିଂ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ନମ୍ବରଓ୍ବାନ ସ୍ଥାନରେ ଆକ୍ରମ ଓ୍ବେଷ୍ଟଇଣ୍ଡିଜର ଭିଭିଆନ ରିଚାଡର୍‌ସଙ୍କୁ ସ୍ଥାନ ଦେଇଛନ୍ତି। ରିଚାଡର୍‌ସ ୧୮୭ଟି ଦିନିକିଆ ଖେଳି ୪୭ ଆଭରେଜରେ ୬୭୨୧ ରନ ସଂଗ୍ରହ କରିଛନ୍ତି। ସେହିପରି ଏହି ଆଣ୍ଟିଗୁଆ କ୍ରିକେଟର ୧୨୧ଟି ଟେଷ୍ଟ ମ୍ୟାଚ ଖେଳି ୫୦.୨୩ ଆଭରେଜରେ ୮୫୪୦ ରନ କରିଛନ୍ତି। ଏହା ମଧ୍ୟରେ ୨୪ଟି ଶତକ ସାମିଲ। ଦ୍ୱିତୀୟରେ ଆକ୍ରମ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ କ୍ରିକେଟର ମାର୍ଟିନ କ୍ରୋଙ୍କୁ ବାଛିଛନ୍ତି। ୨୦୧୬ରେ ମୃତ୍ୟୁବରଣ କରିଥିବା ଏହି ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ୭୭ଟି ଟେଷ୍ଟ ଓ ୧୪୩ଟି ଦିନିକିଆ ଖେଳି ଯଥାକ୍ରମେ ୫୪୪୪ ଓ ୪୭୦୪ ରନ ସ୍କୋର କରିଛନ୍ତି। ରିଭର୍ସ ସୁଇଂକୁ ଖେଳିବାରେ ମାର୍ଟିନ ମାଷ୍ଟର ଥିଲେ ବୋଲି ଆକ୍ରମ କହିଛନ୍ତି। ”ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରେ ରିଭର୍ସ ସୁଇଂ କ’ଣ ଅଧିକାଂଶ ଜାଣି ନ ଥିଲେ ସେତେବେଳେ ମାର୍ଟିନ ପାକିସ୍ତାନ ଆସି ଟେଷ୍ଟ ସିରିଜରେ ୨ଟି ଶତକ ହାସଲ କରିଥିଲେ“ ବୋଲି ଆକ୍ରମ ପ୍ରକାଶ କରିଛନ୍ତି। ଏହାପରେ ସେ ଓ୍ବେଷ୍ଟଇଣ୍ଡିଜର ବ୍ରାଏନ ଲାରା ଓ ପାକିସ୍ତାନର ଇଞ୍ଜାମାମ-ଉଲ୍‌-ହକ୍‌ଙ୍କୁ ସ୍ଥାନ ଦେଇଛନ୍ତି। ଅସାଧାରଣ ପ୍ରତିଭାର ଅଧିକାରୀ ଲାରା ୧୩୧ ଟେଷ୍ଟ ଓ ୨୯୯ ଦିନିକିଆରେ ୨୦,୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଇଞ୍ଜାମାମ ଟେଷ୍ଟରେ ୮୮୩୦ ଓ ୫୦ ଓଭର ଫର୍ମାଟରେ ୧୧,୭୩୯ ରନ ସ୍କୋର କରିଛନ୍ତି।
୫ମ ସ୍ଥାନ ପାଇଁ ଆଇକନିକ୍‌ ସଚିନଙ୍କୁ ବାଛିଛନ୍ତି ଆକ୍ରମ। ଏହି ମୁମ୍ବାଇକର କ୍ୟାରିୟରରେ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଓ ଗୋଟିଏ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଉଭୟ ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ ସ୍କୋର ସହ ଶତକ ହାସଲ କରିଛନ୍ତି। ସେ ଟେଷ୍ଟରେ ୧୫୯୨୧ ଓ ଏକଦିବସୀୟରେ ୧୮୪୨୬ ରନ ସ୍କୋର କରିଛନ୍ତି। ତେବେ ସେ କାହିଁକି ସଚିନଙ୍କୁ ୫ମ ସ୍ଥାନରେ ରଖିଛନ୍ତି ତା’ର ଉତ୍ତର ରଖିଛନ୍ତି ଆକ୍ରମ। ସଚିନ ଯେତେବେଳେ ଶ୍ରେଷ୍ଠ ଫର୍ମରେ ଥିଲେ ସେତେବେଳେ ତାଙ୍କ ଏବଂ ଓ୍ବାକର ୟୁନୁସଙ୍କ ବିରୋଧରେ ଟେଷ୍ଟ ଖେଳି ନାହାନ୍ତି। ”ସଚିନ ୧୯୮୯ରେ ମାତ୍ର ୧୬ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କଲେ। ମାତ୍ର ମୁଁ ଏବଂ ୟୁନୁସ ୧୦ ବର୍ଷ ପରେ ଅର୍ଥାତ୍‌ ୧୯୯୯ରେ ପ୍ରଥମଥର ପାଇଁ ତାଙ୍କ ବିରୋଧରେ ଟେଷ୍ଟ ଫର୍ମାଟରେ ଖେଳିଲୁ। ଆମେ ଦିନିକିଆରେ ଖେଳିଥିଲୁ, ମାତ୍ର ଶ୍ରେଷ୍ଠ ଫର୍ମରେ ଥିବାବେଳେ ପରସ୍ପରର ସମ୍ମୁଖୀନ ହୋଇ ନ ଥିଲୁ। ସଚିନ ବିଶ୍ୱର ଜଣେ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର ଏଥିରେ ଦ୍ୱିମତ ନାହିଁ, ମାତ୍ର ମୁଁ ଯେତେବେଳେ ମୋ ଟେଷ୍ଟ କ୍ୟାରିୟରରେ ଶ୍ରେଷ୍ଠ ଫର୍ମରେ ଥିଲି ସଚିନଙ୍କୁ ବୋଲିଂ ସୁଯୋଗ ପାଇ ନ ଥିଲି“ ବୋଲି ଲାହୋର ଜନ୍ମିତ ଆକ୍ରମ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri