Posted inଖେଳ

ଆକ୍ରମଙ୍କ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନ

ଇସଲାମାବାଦ, ୭।୬-ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ଜଣାଶୁଣା କ୍ରିକେଟ ଭାଷ୍ୟକାର ଏବଂ ବିଶେଷଜ୍ଞ ଓ୍ବାସିମ ଆକ୍ରମ ନିଜ ସମୟର ୫ ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବାଛିଛନ୍ତି। ନିଜର ପୂର୍ବତନ ଟିମ୍‌ମେଟ୍‌ ବସିତ୍‌ ଅଲୀଙ୍କ ସହ ଏକ ଚାଟ୍‌ ଶୋ’ରେ ଭାଗନେବା ଅବସରରେ ସେ ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଭାରତର ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ସ୍ଥାନ ଦେଇଛନ୍ତି। ଏହି ପାଞ୍ଚଜଣଙ୍କୁ ସେ କାହିଁକି ଶ୍ରେଷ୍ଠତ୍ୱ ଦେଇଛନ୍ତି ତା’ର ମଧ୍ୟ ଅବତାରଣା କରିଛନ୍ତି।
ସେ ବୋଲିଂ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ନମ୍ବରଓ୍ବାନ ସ୍ଥାନରେ ଆକ୍ରମ ଓ୍ବେଷ୍ଟଇଣ୍ଡିଜର ଭିଭିଆନ ରିଚାଡର୍‌ସଙ୍କୁ ସ୍ଥାନ ଦେଇଛନ୍ତି। ରିଚାଡର୍‌ସ ୧୮୭ଟି ଦିନିକିଆ ଖେଳି ୪୭ ଆଭରେଜରେ ୬୭୨୧ ରନ ସଂଗ୍ରହ କରିଛନ୍ତି। ସେହିପରି ଏହି ଆଣ୍ଟିଗୁଆ କ୍ରିକେଟର ୧୨୧ଟି ଟେଷ୍ଟ ମ୍ୟାଚ ଖେଳି ୫୦.୨୩ ଆଭରେଜରେ ୮୫୪୦ ରନ କରିଛନ୍ତି। ଏହା ମଧ୍ୟରେ ୨୪ଟି ଶତକ ସାମିଲ। ଦ୍ୱିତୀୟରେ ଆକ୍ରମ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ କ୍ରିକେଟର ମାର୍ଟିନ କ୍ରୋଙ୍କୁ ବାଛିଛନ୍ତି। ୨୦୧୬ରେ ମୃତ୍ୟୁବରଣ କରିଥିବା ଏହି ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ୭୭ଟି ଟେଷ୍ଟ ଓ ୧୪୩ଟି ଦିନିକିଆ ଖେଳି ଯଥାକ୍ରମେ ୫୪୪୪ ଓ ୪୭୦୪ ରନ ସ୍କୋର କରିଛନ୍ତି। ରିଭର୍ସ ସୁଇଂକୁ ଖେଳିବାରେ ମାର୍ଟିନ ମାଷ୍ଟର ଥିଲେ ବୋଲି ଆକ୍ରମ କହିଛନ୍ତି। ”ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରେ ରିଭର୍ସ ସୁଇଂ କ’ଣ ଅଧିକାଂଶ ଜାଣି ନ ଥିଲେ ସେତେବେଳେ ମାର୍ଟିନ ପାକିସ୍ତାନ ଆସି ଟେଷ୍ଟ ସିରିଜରେ ୨ଟି ଶତକ ହାସଲ କରିଥିଲେ“ ବୋଲି ଆକ୍ରମ ପ୍ରକାଶ କରିଛନ୍ତି। ଏହାପରେ ସେ ଓ୍ବେଷ୍ଟଇଣ୍ଡିଜର ବ୍ରାଏନ ଲାରା ଓ ପାକିସ୍ତାନର ଇଞ୍ଜାମାମ-ଉଲ୍‌-ହକ୍‌ଙ୍କୁ ସ୍ଥାନ ଦେଇଛନ୍ତି। ଅସାଧାରଣ ପ୍ରତିଭାର ଅଧିକାରୀ ଲାରା ୧୩୧ ଟେଷ୍ଟ ଓ ୨୯୯ ଦିନିକିଆରେ ୨୦,୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଇଞ୍ଜାମାମ ଟେଷ୍ଟରେ ୮୮୩୦ ଓ ୫୦ ଓଭର ଫର୍ମାଟରେ ୧୧,୭୩୯ ରନ ସ୍କୋର କରିଛନ୍ତି।
୫ମ ସ୍ଥାନ ପାଇଁ ଆଇକନିକ୍‌ ସଚିନଙ୍କୁ ବାଛିଛନ୍ତି ଆକ୍ରମ। ଏହି ମୁମ୍ବାଇକର କ୍ୟାରିୟରରେ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଓ ଗୋଟିଏ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଉଭୟ ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ ସ୍କୋର ସହ ଶତକ ହାସଲ କରିଛନ୍ତି। ସେ ଟେଷ୍ଟରେ ୧୫୯୨୧ ଓ ଏକଦିବସୀୟରେ ୧୮୪୨୬ ରନ ସ୍କୋର କରିଛନ୍ତି। ତେବେ ସେ କାହିଁକି ସଚିନଙ୍କୁ ୫ମ ସ୍ଥାନରେ ରଖିଛନ୍ତି ତା’ର ଉତ୍ତର ରଖିଛନ୍ତି ଆକ୍ରମ। ସଚିନ ଯେତେବେଳେ ଶ୍ରେଷ୍ଠ ଫର୍ମରେ ଥିଲେ ସେତେବେଳେ ତାଙ୍କ ଏବଂ ଓ୍ବାକର ୟୁନୁସଙ୍କ ବିରୋଧରେ ଟେଷ୍ଟ ଖେଳି ନାହାନ୍ତି। ”ସଚିନ ୧୯୮୯ରେ ମାତ୍ର ୧୬ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କଲେ। ମାତ୍ର ମୁଁ ଏବଂ ୟୁନୁସ ୧୦ ବର୍ଷ ପରେ ଅର୍ଥାତ୍‌ ୧୯୯୯ରେ ପ୍ରଥମଥର ପାଇଁ ତାଙ୍କ ବିରୋଧରେ ଟେଷ୍ଟ ଫର୍ମାଟରେ ଖେଳିଲୁ। ଆମେ ଦିନିକିଆରେ ଖେଳିଥିଲୁ, ମାତ୍ର ଶ୍ରେଷ୍ଠ ଫର୍ମରେ ଥିବାବେଳେ ପରସ୍ପରର ସମ୍ମୁଖୀନ ହୋଇ ନ ଥିଲୁ। ସଚିନ ବିଶ୍ୱର ଜଣେ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର ଏଥିରେ ଦ୍ୱିମତ ନାହିଁ, ମାତ୍ର ମୁଁ ଯେତେବେଳେ ମୋ ଟେଷ୍ଟ କ୍ୟାରିୟରରେ ଶ୍ରେଷ୍ଠ ଫର୍ମରେ ଥିଲି ସଚିନଙ୍କୁ ବୋଲିଂ ସୁଯୋଗ ପାଇ ନ ଥିଲି“ ବୋଲି ଲାହୋର ଜନ୍ମିତ ଆକ୍ରମ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?