ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ଠକେଇ ମାମଲା: ୨ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ସଂସ୍ଥା ଠକେଇ ମାମଲାରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ୨ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେମାନେ ହେଲେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ ଏବଂ ଆକାଶଦୀପ ସମବାୟ ସମିତି ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ମହାନ୍ତି। ସୁରେଶଙ୍କ ଘର କଟକ ଜିଲା ନିଆଳି ଥାନା ଅଧୀନ ବନମାଳିପୁର ଗ୍ରାମରେ ହୋଇଥିବାବେଳେ ସୁବାସଙ୍କ ଘର ନିଆଳି ଥାନା ଅନ୍ତର୍ଗତ କଙ୍କଡ଼ାଗାଡ଼ିଆ ଗ୍ରାମରେ। ଇଓଡବ୍ଲ୍ୟୁ ଅଧିକାରୀମାନେ ଉଭୟଙ୍କୁ ସେମାନଙ୍କ ଘରୁ ଗିରଫ କରିଛନ୍ତି। ଉଭୟଙ୍କ ବିରୋଧରେ କେସ୍‌ ନଂ-୮/୨୦୧୭ ଆଇପିସି ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦ (ବି) ଏବଂ ମନି ସର୍କୁଲେଶନ ସ୍କିମ୍‌ ଆକ୍ଟ ୧୯୭୮ରେ ଦଫା ୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।
୨୦୦୬ରେ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ ଏବଂ ଅନ୍ୟମାନେ ଡୁମୁଡୁମା ଅଞ୍ଚଳର ପ୍ଲଟ ନଂ-୯୨/୧୧୬୬ରେ ଏକ ଅଫିସ ଖୋଲିଥିଲେ। ପରେ ସେମାନେ ଖଣ୍ଡଗିରି, ନିଆଳି, ଚାରିଛକ, ପୁରୀ, ଅସ୍ତରଙ୍ଗ, ବାଉଁଗରିଗଁା, ପାଣିକୋଇଲି, ବ୍ରହ୍ମଗିରି ଓ ଜଗତ୍‌ସିଂହପୁର ଆଦି ସ୍ଥାନରେ ବ୍ରାଞ୍ଚ ଅଫିସ ଖୋଲିଥିଲେ। ସଂସ୍ଥାରେ ଟଙ୍କା ଜମା କଲେ ଏଫ୍‌ଡି ଓ ଆରଡି ସ୍କିମ୍‌ରେ ଡବଲ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରି କି ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଟଙ୍କା ଜମା କରିବା ପାଇଁ ସଂସ୍ଥା ଲୋଭ ଦେଖାଇଥିଲା। ଅଧିକ ଅର୍ଥ ପାଇବା ଆଶାରେ ଲୋକେ ସଂସ୍ଥାରେ ଟଙ୍କା ଜମା ରଖିଥିଲେ। ସଂସ୍ଥାରେ ଜମାକାରୀମାନଙ୍କ ଦ୍ୱାରା ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା ରହିଥିଲା। ଜମାକାରୀଙ୍କ ଟଙ୍କା ଫେରସ୍ତ ହେବା ସମୟ ଆସିବା ପରେ ସଂସ୍ଥାର କର୍ମଚାରୀମାନେ ବିଭିନ୍ନ ଜିଲାରେ ଥିବା ବ୍ରାଞ୍ଚ ଅଫିସରେ ତାଲା ପକାଇ ଫେରାର ହୋଇଯାଇଥିଲେ। ସେହିପରି ଉକ୍ତ ଚିଟ୍‌ଫଣ୍ଡ ସଂସ୍ଥାର ସହଯୋଗୀ ସଂସ୍ଥା ଆକାଶଦୀପ ସମବାୟ ସମିତି ମଧ୍ୟ ଜମାକାରୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲା। ୨୦୦୬ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଜମା ଆକାରରେ ସଂଗ୍ରହ କରାଯାଇଥିଲା। ଦେବେନ୍ଦ୍ର କୁମାର ନାୟକ ନାମକ ଜମାକାରୀ ଆକାଶ ଇଣ୍ଡିଆ କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ସଂସ୍ଥାରେ ଲକ୍ଷାଧିକ ଟଙ୍କା ଜମା ରଖିଥିଲେ। ତେବେ ତାଙ୍କ ଟଙ୍କା ଫେରସ୍ତ ହେବା ସମୟ ବେଳକୁ ସଂସ୍ଥା ଉଭାନ ହୋଇଯାଇଥିଲା। ଦେବେନ୍ଦ୍ର ଠକେଇର ଶିକାର ହୋଇଥିବା ଜାଣିବା ପରେ ଏ ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ଏକ କେସ୍‌ (ନଂ. ୮/୧୭) ରୁଜୁ କରି ତଦନ୍ତ ଜାରି ରଖିଥିଲା। ୨୦୧୭ ମେ ୬ରେ ଆକାଶ ଇଣ୍ଡିଆ କମ୍ପ୍ଲେକ୍ସ ସଂସ୍ଥାର ଏମ୍‌ଡି ତଥା ଆକାଶଦୀପ ସମବାୟ ସମିତି ସଭାପତି କେଦାରନାଥ ସାହୁଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା। ପୂର୍ବରୁ ଆକାଶଦୀପ ସମବାୟ ସମିତିର ୭ ଏକର ଜମିକୁ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri